author

ଚାଷୀଙ୍କ ଜନ୍ମକୁଣ୍ଡଳୀ ରଖିବେ ସରକାର: ନୂଆବର୍ଷରୁ ପଞ୍ଜିକରଣ ଆରମ୍ଭ

ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏହି ଫାର୍ମର ରେଜିଷ୍ଟ୍ରି(ଚାଷୀ ପଞ୍ଜିକା) ପ୍ରସ୍ତୁତ ନିମନ୍ତେ ଜାନୁୟାରୀ ପହିଲାରୁ ପ୍ରତି ପଂଚାୟତରେ କ୍ୟାମ୍ପ(ଶିବିର) ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ଟିକିିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ । ଯାହାମାଧ୍ୟମରେ ଚାଷୀଙ୍କ ଚିହ୍ନଟ ହେବା ସହ ତାଙ୍କୁ ସିଧାସଳଖ ସରକାରଙ୍କ ସବୁ ସୁବିଧା ଓ ଯୋଜନାର ଲାଭ ମିଳିପାରିବ । […]

ସାରା ରାଜ୍ୟରେ ଲାଗି ରହିଛି ବର୍ଷା,ଚାଷୀଙ୍କ ଆଖିରେ ଲୁହ

ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଯାହାଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପକୂଳ ସହ ଅଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । କୋହଲା ପାଗ ସହ ଝିପି ଝିପ ବର୍ଷା ଜାରି ରହିଛି । ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ। କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । […]

ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ତେବେ ସରକାର ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରିଛନ୍ତି। ଏଣିକି ଏହା ‘ପଂଚସଖା ଶିକ୍ଷା ସେତୁ’ ନାମରେ ନାମିତ ହେବା ସହ ଏହାର ଅଧ୍ୟକ୍ଷ ଓ ଏକ୍ସ ଅଫିସୋ ଚେୟାରମ୍ୟାନ ଭାବେ ମୁଖ୍ୟ ସଚିବ ରହିବେ। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ସମ୍ପତ୍ତି, କର୍ମଚାରୀ ଓ ପାଣ୍ଠିକୁ ‘ପଂଚସଖା ଶିକ୍ଷା ସେତୁ ସଂଗଠନ’କୁ ସ୍ଥାନାନ୍ତର ହେବ। ଏହି ଯୋଜନାର ଅନ୍ୟ ସବୁ ସର୍ତ୍ତାବଳୀ ପ୍ରାୟତଃ […]

ଶୀତ ଦିନରେ କେଶର ଯତ୍ନ ( ଉଭୟ ପୁଅ ଓ ଝିଅ ପାଇଁ )

ଶୀତଦିନରେ ମାତ୍ରାଧିକ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା। ବିଶେଷଜ୍ଞଙ୍କ ମତରେ କେଶ ଝଡିବା ମୁଖ୍ୟ କାରଣ ହେଉଛି ରୁପି। ମୁଣ୍ଡରେ ରୁପି ହେବା ଦ୍ବାରା କେଶ ଅଧିକ ଝଡିଥାଏ। ଯଦି ଆପଣ ଶୀତଦିନ ପ୍ରାରମ୍ଭରୁ ହିଁ କେଶର ଯତ୍ନ ନେବେ, ତେବେ ରୁପି ସମସ୍ୟା ସହଜରେ ଦୂର ହେବ ସହ କେଶ ଝଡିବ ବନ୍ଦ ହୋଇଥାଏ। ତେବେ ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ […]

ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା।

ଆଜି ଭୁବନେଶ୍ବର ପାଇଁ ବିଶ୍ବର ସବୁଠାରୁ ଛୋଟ ଦିନ । ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ । ସେହିପରି ରାତି ସମୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ବୋଲି ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସାଧାରଣତଃ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ଭୁବନେଶ୍ୱରରେ ଦିନର ଅବଧି ପ୍ରାୟ ୧୦ ଘଣ୍ଟା ୫୫ ମିନିଟ୍‌ ଓ ରାତି […]

ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ

କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧, ୦୦୦ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କରିଥିଲେ।ସାଧାରଣତଃ କର୍ମଚାରୀଙ୍କ ବେତନର ୧୨ ପ୍ରତିଶତ ଏବଂ ନିଯୁକ୍ତିଦାତାର ୧୨ ପ୍ରତିଶତ ଅଟେ । ଯଦି ବର୍ତ୍ତମାନ ସର୍ବାଧିକ ବେତନ ସୀମା ବୃଦ୍ଧି କରାଯାଏ, […]

ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌।

ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌। ଏବେ ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜୀନତ୍‌ ବୁଲୁଥିବା ଜଣାପଡ଼ିଛି।ଗତ ୧୦ ତାରିଖ ରାତିରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ବାଘୁଣୀ । ସେଠାରେ ୧୨ ଦିନ ରହିବା ପରେ ଗତକାଲି ରାତିରେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗକୁ ପଳାଇଛି ମହାରାଷ୍ଟ୍ରର ବାଘୁଣୀ ଜିନ୍ନତ । ଏବେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି । ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ଉପରେ ନଜର ରଖିଛନ୍ତି । |ଜୀନତକୁ କାବୁ କରିବାକୁ […]

ଆଜିର ରାଶିଫଳ(୨୧ ଡିସେମ୍ବର, ୨୦୨୪)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ରାୟଗଡା ଚଇତି ଅବସରରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

ରାୟଗଡ଼ା ତା:୨୦-୧୨-୨୦୨୪ ଚଇତି ୨୦୨୪ ଅବସରରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆନ୍ତ-ମହାବିଦ୍ୟାଳୟ ସ୍ତରୀୟ ଚଇତି ପାଳନ ଅବସରରେ ଏହାକୁ ସାମିଲ କରାଯାଇଛି।କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ଶ୍ରୀମତି ପାରୁଲ ପଟାୱରୀ ଯୋଗଦେଇ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାୟଗଡା ପୌରପାଳିକା ଅଧ୍ୟକ୍ଷ […]

ପ୍ରିୟଙ୍କାଙ୍କୁ ବ୍ୟାଗରେ ଜବାବ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ ।

ବ୍ୟାଗକୁ ନେଇ ସଂସଦର ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । କେତେବେଳେ ପାଲେଷ୍ଟାଇନ୍ ତ କେତେବେଳେ ବାଂଲାଦେଶ ସଂଖ୍ୟାଲଘୁଙ୍କ ସଂପର୍କିତ ବାର୍ତ୍ତା ଲେଖାଥିବା ବ୍ୟାଗ ନେଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ତେବେ ଶୀତଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ ବ୍ୟାଗ୍ ଦେଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଷଡ଼ଙ୍ଗୀ ତାଙ୍କୁ ‘୧୯୮୪’ ଲେଖା ଥିବା ବ୍ୟାଗ୍‌ ଭେଟି ଦେଇଛନ୍ତି। ପ୍ରିୟଙ୍କା ନିଜ ବ୍ୟାଗ୍‌ ଜରିଆରେ କିଛି ନା କିଛି ବାର୍ତ୍ତା ଦେଉଥିବାରୁ ଏମ୍‌ପିଙ୍କ […]

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ୨ ଟେକ୍ସଟାଇଲ ଇନ୍ସପେକ୍ଟର

ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲାର ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ।ସୂଚନା ଅନୁସାରେ, ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ କରିବା ନିମନ୍ତେ ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ । ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଆଜି […]

ଡିସେମ୍ବର୨୩ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ |

ଆଗାମୀ ଡିସେମ୍ବର ୨୩ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିସେମ୍ବର୨୩ରେ ଭୁବନେଶ୍ଵର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ | ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନର ଜୟସାଲମେରରେ ପ୍ରାକ୍‌ ବଜେଟ ପ୍ରସ୍ତୁତି […]