ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ ସମ୍ପର୍କିତ ଭିଡିଓଗୁଡିକ ଉପରେ ବିଶେଷ ଭାବରେ ନଜର ରଖାଯିବ।ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଖୁଥିବା କେଣ୍ଟେଣ୍ଟ ବିଷୟରେ ଦଶର୍କ ମାନେ ଯେପରି ଦ୍ବନ୍ଦରେ ନ ରହିବେ । ଭୁଲ ଥମ୍ବନେଲ ଦେଖି ଅଧିକ ଲୋକ […]
ଟୁଇନ ସିଟିରେ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା କଲେ ପୋଲିସ କମିଶନର । ଗତବର୍ଷ ୨୦୨୩ ରେ ବିଭିନ୍ନ ଥାନାରେ ୧୭ ହଜାର ୬୭୫ କେସ ରୁଜୁ କରାଯାଇଥିଲା । ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି କେସ ରୁଜୁ ହୋଇଛି । କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ଭୁବନେଶ୍ୱରରେ କେସ ବଢିଛି । କଟକରେ ସ୍ଥିର ରହିଛି ମାମଲା। ହତ୍ୟା, ଦୁଷ୍କର୍ମ, ହିଂସା, ନାରୀ ନିର୍ଯାତନା ଭଳି […]
ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଳାବାଈ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଳାବାଈର ଜେନେରାଲ ମ୍ୟାନେଜର ୧୭୦ ରୋଡ ଓଭର ବ୍ରିଜ(ROB) ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥିର ହୋଇଛି, ଯାହା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାରେ ଏବଂ ଶୀଘ୍ର ଅନୁମୋଦନକୁ ସକ୍ଷମ କରିବାରେ ସାହାଯ୍ୟ କରିବ । ଏହି ପ୍ରକଳ୍ପଗୁଡିକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବରେ ଡିଜାଇନ୍ […]
ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି ଦୁର୍ଘଟଣାରେ ଜେନେରାଲ ରବତଙ୍କ ସ୍ତ୍ରୀ ମଧୁଲିକା ରାୱତ ସମେତ 13 ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୁନୁର ନିକଟରେ ହେଲିକପ୍ଟରଟି ପାହାଡ଼ରେ ପିଟି ହୋଇଯାଇଥିଲା।ତେବେ ବଡ କଥା ହେଉଛି ଏହି ଦୁର୍ଘଟଣା ମାନବିକ ତ୍ରୁଟି ବୋଲି ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ […]
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହା ପ୍ରବାବରେ ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, […]
ନୂଆଗାଁ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁକୁଡ଼ା ଏବଂ ବଡଜିରି ଗ୍ରାମକୁ ବ୍ଲକରେ ଯୋଗ ଦେଇଥିବା ନୂତନ ବିଡ଼ିଓ ଡ. ଅମୃତ କୁମାର ରାଉଲ୍ ପରିଦର୍ଶନ କରିବା ସହ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ତଦାରଖ କରିଥିଲେ । ଦେଶ ସ୍ଵାଧୀନତାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଲୋକମାନେ ଯାତାୟତ […]
ନୂଆଗାଁ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ଥିବା ହାଇସ୍କୁଲ ପଡ଼ିଆରେ ନୂଆଗାଁ ଆଦର୍ଶ ବିଦ୍ୟାଳୟ ତରଫରୁ ଦିନିକିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଉଦଘାଟନ ଉତ୍ସବରେ ନୂଆଗାଁ ସି.ଆର.ସି.ସି କୈଳାସ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ […]
ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]
ଭିଜିଲାନ୍ସ କୋର୍ଟରେ ତହସିଲଦାର ଦୋଷୀ ସାବ୍ୟସ୍ତ। ନବରଙ୍ଗପୁର କୋଡ଼ିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରା ଦୋଷୀ ସାବ୍ୟସ୍ତ। ଦୋଷୀ ସାବ୍ୟସ୍ତ କଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଲାଞ୍ଚ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶରେ ଶୁଣାଇଛନ୍ତି। ୨୦୧୮ରେ ୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ କୋଡ଼ିଙ୍ଗା ତହସିଲଦାର ସୁବ୍ରତ ବେହେରା ଧରାପଡ଼ିଥିଲେ। ଗୋଟିଏ ଜମି ବିକ୍ରୟ କବଲା ପାଇଁ ନେଇଥିଲେ ୨୦ ହଜାର […]
ଦଳିତ ଯୁବକଙ୍କୁ ରାସ୍ତା ଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଯିବା ଘଟଣାର ଫଟୋ ଭାଇରାଲ ପରେ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀଙ୍କୁ ଏସ୍ପିଙ୍କ ଅଫିସକୁ ବଦଳି କରାଯାଇଛି।ବାଙ୍କୀ ବୈଦେଶ୍ୱର ଥାନା ନିକଟସ୍ଥ ବ୍ରିଜ ନିକଟରେ ରାତିରେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲେ। ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତ ସେହି ରାସ୍ତା ଦେଇ […]
କେଭିଙ୍କ ଫୋକସରେ ବକେୟା ବିଦ୍ୟୁତ୍ ଶୁଳ୍କ । ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଇନାହାଁନ୍ତି ବକେୟା ବିଜୁଳି ବିଲ୍ । ଏହି ସଂସ୍ଥା ଗୁଡ଼ିକ ଉପରେ ୧୦୯୬ କୋଟି ଟଙ୍କା ବକେୟା ବିଲ୍ ପଡିଛି । ତାଳଚେରର ଏକ ତାପଜ ବିଦ୍ୟୁତ୍ କମ୍ପାନୀ ସର୍ବାଧିକ ୨୮୫ କୋଟି ଟଙ୍କା ବାକି ରଖିଛି । ସେହିପରି ଯାଜପୁର ଜିଲ୍ଲାର ଏକ ଇସ୍ପାତ ଶିଳ୍ପ ୨୪୬ କୋଟି ବାକି ରଖିଥିବାବେଳେ ଅନ୍ୟ ଏକ ଇସ୍ପାତ କମ୍ପାନୀ ୮୫ କୋଟି ଟଙ୍କା […]
ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ ସାଙ୍ଗକୁ କୁହୁଡି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ ।ଆସନ୍ତାକାଲି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ୨୧ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର,କେନ୍ଦ୍ରାପଡ଼ା ଓ […]
