ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍)-୨୦୨୩ ମେନ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ମେନ୍ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନ୍ରେ ପରୀକ୍ଷା କରାଯିବ। ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ପ୍ରାର୍ଥୀମାନଙ୍କୁ ଏହାର ସରକାରୀ ୱେବସାଇଟ୍ www.opsc.gov.in ନିୟମିତ ବ୍ୟବଧାନରେ ବ୍ରାଉଜ୍ କରିବାକୁ ପରାମର୍ଶ ଦେଇଛନ୍ତି।ଏନେଇ […]
ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାବେଳେ ଅଧିକ ଘନୀଭୂତ ହେବା କିମ୍ବା ବାତ୍ୟା ସମ୍ଭାବନା ନ ଥିବା ଆଇଏମ୍ଡି ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।ଆସନ୍ତା ୨୪ ଘଣ୍ଟା […]
ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିଲାଗି ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠ ଗୁଡିକ ଉତ୍ସବମୂଖର ହୋଇଉଠିଛି। ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା ଚାଲିଛି। ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ ମଧ୍ୟ କରିବେ ଶ୍ରଦ୍ଧାଳୁ । […]
ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ ନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର ଡଃ. ସୁସ୍ମିତ ପ୍ରସାଦ ପାଣି ଏବଂ ପ୍ରଫେସର ଡଃ. ଅତନୁ […]
ନୟାଗଡ଼(ଓଡ଼ିଶା ଦର୍ପଣ): ଗତ ବର୍ଷ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରୁ ପୁନର୍ବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମାଜରେ ନୂତନ ପରିଚୟ ସୃଷ୍ଟି କରାଇବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଗତ ବର୍ଷ ଠାରୁ ଏହି ଅଭିନବ ଉଦ୍ୟମ ଆରମ୍ଭ […]
ମେଷ : ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷ: ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ […]
ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ ଲୋକ ଦୁର୍ଘଟଣା ପରେ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ଅରାଇର ମଧୁବନ୍ ବେସିରେ ଘଟିଛି। ଏହି ହେଲିକପ୍ଟରଟି ଉପରୁ ରିଲିଫ ସାମଗ୍ରୀ ପକାଉଥିବା ବେଳେ ଏହାର ଏକ ବ୍ଲେଡ୍ […]
ଚିଲିକା ହ୍ରଦ ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଚିଲିକାର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ମଙ୍ଗଳାଯୋଡ଼ି ଅଞ୍ଚଳର ଚିଲିକା ଆକାଶରେ ବିଦେଶାଗତ ପକ୍ଷୀମାନେ ଦଳ ଦଳ ହୋଇ ଘୂରି ବୁଲି ଚାଲିଲା ବକ୍ଷରେ ଅବତରଣ କରୁଥିବା ଦେଖିବାକୁ ମିଳିଛି।ଗତବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବିଦେଶାଗତ ପକ୍ଷୀମନେ ଚିଲିକାରେ ପାଦ ଥାପିବା ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ବିଦେଶାଗତ ପକ୍ଷୀମନଙ୍କ ଆଗମନ ଆରମ୍ଭ ହେଲାଣି। ବରଫାବୃତ୍ତ ଅଞ୍ଚଳ ହିମାଳୟ ସାଇବେରିଆ, ଋଷିଆ, […]
ସମଲେଇ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ମନା । ପ୍ରି ଓ୍ବେଡିଂ ଏବଂ ଅନ୍ୟ ସମସ୍ତ ଭିଡିଓଗ୍ରାଫିରେ କଟକଣା ଲଗାଇଛି ସମଲେଇ ଟ୍ରଷ୍ଟ ବୋର୍ଡ । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରଷ୍ଟବୋର୍ଡ । ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ଏହି ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ମନ୍ଦିର ପରିସର ଓ ପ୍ରକଳ୍ପ ଅଂଚଳରେ ନାଚ, ରିଲ୍ସ, ପ୍ରିଓ୍ବେଡିଂ ବାହାନାରେ ଅଶ୍ଳିଳତା ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି । […]
ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି।ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ତେବେ ୨ ଜଣ ଘର ଭିତରକୁ ଯାଇଥିଲେ, ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି ।ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ ଆସିଥିଲେ। […]
ନୟାଗଡ଼, (ଓଡ଼ିଶା ଦର୍ପଣ): ଦଶପଲ୍ଲା ରାମମନ୍ଦିର ପରିସରରେ ଜିଲ୍ଲା ଏବଂ ଦୌରାଜଜ୍ ତଥା ଜିଲ୍ଲା ଆଇସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା ଆଇସେବା ପ୍ରାଧିକରଣତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇବରିଷ୍ଠ ନାଗରିକମାନଙ୍କ ପାଇଁ ଆଇନ୍ରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୫ ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ୭୮ ବର୍ଷ ଦେଶ ସ୍ୱାଧୀନତା ସ୍ମାରକୀ ଭାବେ ୭୮ ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ସହ ଗାନ୍ଧୀ ବିଚାରଧାରା କୁ ସମ୍ମାନ ଦେଉଥିବା ଶହଶହ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକ ଯାଏଁ ଆସିଥିଲେ […]
