*ମେଷ* : *ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। *ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।* *ମିଥୁନ:* *ଆଜି ନିଜର ନୂଆ ବିଚାର ଆର୍ଥିକ […]
ଅକ୍ଟୋବର ମାସ ୧ ତାରିଖଭୋର ସମୟରେ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପସମୟ ପାଇଁ ‘ସି/୨୦୨୩ ଏ-୩’ ଧୂମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍ରେ ଦେଖାଯାଇଛି।ଏହାର ଫଟୋ ମଧ୍ୟ ନିଆଯାଇଛି।ସି/୨୦୨୩ ଏ-୩’ଧୂମକେତୁଟିଅକ୍ଟୋବର ମାସ ୧୫ ରୁ ୨୦ ତାରିଖଖାଲି ଆଖିକୁ ଦେଖାଯିବରସଂଭାବନା ରହିଛି। ଏହା ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲିକିଛି ବୈଜ୍ଞାନିକ ଅନୁମାନ ମଧ୍ୟ କରିଛନ୍ତି।ଅକ୍ଟୋବର ମାସ ୧୨ ତାରିଖରେପ୍ରାୟ୭ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ।୧୫ତାରିଖ […]
ରାୟଗଡ:-ତା. ୧ଅକ୍ଟୋବର ୨୦୨୪ରେ, ରାୟଗଡାର ଜିଲ୍ଲା କଲେକ୍ଟର ଶ୍ରୀମତୀ ପାରୁଲ ପାଟୱାରୀ ରାୟଗଡା କଲେକ୍ଟରେଟରେ “ସଞ୍ଜୀବାନି କ୍ଲିନିକ୍ ଅନ୍ ହ୍ୱିଲ୍” ଉଦ୍ଘାଟନ କରିଥିଲେ। ଏହି ପଦକ୍ଷେପ, ହିନ୍ଦୁସ୍ତାନ ଲାଟେକ୍ସ ଫେମିଲି ପ୍ଲାନିଁ ଏବଂ ପ୍ରମୋସନାଲ ଟ୍ରଷ୍ଟ (HLFPPT) ଏବଂ ଷ୍ଟେଟ ବ୍ୟାଙ୍କ ଫାଉଣ୍ଡେସନ ମଧ୍ୟରେ ଏକ ମିଳିତ ପ୍ରୟାସ l ଜିଲ୍ଲାର ଦୂର ତଥା ଅପହଞ୍ଚ ଅଞ୍ଚଳରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି। “ସଞ୍ଜୀବାନି କ୍ଲିନିକ୍ ଅନ୍ ହ୍ୱିଲ୍” ଭାବରେ ନାମିତ ଏହି ମୋବାଇଲ୍ ମେଡିକାଲ୍ […]
ଆର୍ଆଇ,ଅମିନ ପରୀକ୍ଷା କୁ ନେଇ ପ୍ରତିକ୍ରିୟା ଦେଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ । ବ୍ଲାକଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ । ଏହା ପୂର୍ବ ସରକାରରୁ ରହି ଆସିଛି, ଆମେ ଦେଖୁଛୁ, ତର୍ଜମା କରୁଛୁ । ଆମେ ପିଲାଙ୍କ ଭବିଷ୍ୟତ ସହ ଖେଳିବୁ ନାହିଁ । ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ ।ତେବେ ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ […]
ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ନିଃଶୁଳ୍କ ବ୍ଳଡ ଗ୍ରୁପିଂ ପରୀକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ଶିବିରରେ ପବିତ୍ର କୁମାର ବେହେରା ଏବଂ ସନାତନ ବେହେରା ଉପସ୍ଥିତ ଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଜୟରାମ ସିଂ ସାମଲ ଓ ଜାତୀୟ […]
ନଭେମ୍ବର ମାସରୁ ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କା। ନଭେମ୍ବର ମାସରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ପ୍ରେସମିଟରେ ବିଜେପି ନେତା ସମୀର ଦାଶଙ୍କ ସୂଚନା । ତେବେ ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟଣି-ଛଟଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀ ମାନଙ୍କ ଠାରୁ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ […]
ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା | ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ହେଲ୍ଥ କାର୍ଡ । ଏହି କାର୍ଡ ଜରିଆରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ । ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବି ଏହି ସ୍ଵାସ୍ଥ୍ୟ ବୀମାର ସୁବିଧା ପାଇବେ । ଦାଦନ ଶ୍ରମିକଙ୍କୁ ବି […]
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ।ତାଙ୍କ ନାଁରେ ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ କରି ଏହି ରାୟ ଦେଇଛନ୍ତି। ତଳକୋର୍ଟ ରାୟ ବିରୋଧରେ ପ୍ରତାପ ହାଇକୋର୍ଟ ଯାଇଥିଲେ।ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି। ତେବେ ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ […]
ଏମିତି ବି ଆସେ ମୃତ୍ୟୁ । ପୁରୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଟଳି ପଡ଼ିଲେ ଜଣେ ବ୍ୟବସାୟୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଢେଙ୍କାନାଳର ଶୁକଦେବ ବେହେରା(୪୬)। ସେ ପୁରୀର କମୁଟିପାଟଣା ଠାରେ ରହୁଥିଲେ। ଗତ ଗୁରୁବାର ଶୁକଦେବ ବୁଲି ବୁଲି ମୁଢ଼ି ବିକ୍ରି କରୁଥିଲେ। ଗଚ୍ଛକାଳୀ ଛକ ନିକଟରେ ହଠାତ୍ ସେ ତାଙ୍କର ଗାଡ଼ି ଉପରେ […]
କଟକରେ ନୂତନ ସିପି ଡକ୍ଟର ସୁରେଶ ଦେବଦତ୍ତ ସିଂହ । ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଲେ ବୈଠକ । ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ ସେ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଆକ୍ସନ ନିଆଯିବ। ଏଥିସହିତ ଦୀର୍ଘଦୀନରୁ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି […]
ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍ ସେଫ୍ଟି ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଲାଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ପାଖରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ଗତ ଜୁଲାଇ ୩୦ ତାରିଖରେ ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀନିବାସ ମଜୁମଦାର କେନ୍ଦ୍ରାପଡ଼ା-କଟକ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଜଣେ ବ୍ୟବସାୟୀଙ୍କ ଦୋକାନରେ ଅଚାନକ ଚଢାଉ କରିଥିଲେ । ଦୋକାନ ପାଇଁ ଲାଇସେନ୍ସ ଆବେଦନ […]
ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ଅଯଥା କମେଣ୍ଟ କରନ୍ତୁ ନାହିଁ, ସାଧାରଣ ଲୋକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଉଦ୍ୟମ ଜାରି […]
