ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଜାନୁଆରୀ ୨୦୨୩ଠାରୁ ଲାଗୁ ହେବ। ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ […]
ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ ।ଦରମା ବୃଦ୍ଧି ସହ ୨ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିଲେ କର୍ମଚାରୀ । ମଙ୍ଗଳବାର ମଧ୍ୟ ମେୟରଙ୍କ ସହ ବୈଠକ କରି ଆଲୋଚନା ହୋଇଥିଲା । ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେବା ସହ ସେମାନଙ୍କ ଦାବି ପୂରଣ ପାଇଁ ବିଏମସି ୩ଦିନ […]
ଏଣିକି ରାତିରେ ନାନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ପ୍ରତି ରବିବାର ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନରେ ନାଇଟ୍ ଆଉଟ୍ ନାମକ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା କେବଳ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶିକ୍ଷାଗତ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି।ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍ ଚଳାଚଳ କରିବ। ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର […]
ଶ୍ରୀମନ୍ଦିରରୁ ଖସିଛି ପଥର। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି। ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି।ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଛି । ତେବେ ପଥରଟି ପ୍ରକୃତରେ କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏଏସଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର […]
ଆଜି ଜାଗର। ଓଁ ନମଃ ଶିବାୟ ଧ୍ୱନିରେ ପରିବେଶ ପ୍ରକମ୍ପିତ । ଚଳଚଞ୍ଚଳ ହୋଇଛି ପ୍ରମୁଖ ଶୈବପୀଠ । ରାଜ୍ୟର ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ ଓ କପିଳାସରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଭୋରରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା […]
ସର୍ଭିସ୍ ପ୍ରୋଭାଇଡର ଏଜେନ୍ସିଙ୍କ ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି । ଏହି କର୍ମଚାରୀମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ନେଇ ଘୋଷଣା କରାଯାଇଛି । ଅଭିଜ୍ଞତା ଥିବା କାର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶାକର୍ମୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶାକର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶାକର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି […]
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି।ବୁଧବାର ଦିନତମାମ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଛି । ତାଙ୍କ ଅନୁଗତ ଓ ସମର୍ଥକମାନେ ମଧ୍ୟ ଗୁରୁବାର ସକାଳ ୧୧ଟାରେ ଭୁବନେଶ୍ୱରରେ ବିଜେଡିରେ ମିଶୁଥିବା ନେଇ ପୋଷ୍ଟରେ ଦର୍ଶାଇଛନ୍ତି । ଅବଶ୍ୟ ବିଜୟ କିମ୍ବା ତାଙ୍କ ପୁଅ ଅରବିନ୍ଦ […]
ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ବନ୍ଧଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଂଚାୟତର ବନ୍ଧଗୁଡା ନୂଆଗୁଡା ସହ ଆଖପାଖ ଅଂଚଳର ଗ୍ରାମବାସୀ ଭୋଜି ଖାଇଥିଲେ । ଗତକାଲି ଭୋଜି ଖାଇଥିବା ନୂଆଗୁଡା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିଲେ । […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି । ଆଜିଠୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲାଠାରୁ ହିତାଧିକାରୀ ମାନେ ଏହାର ସୁବିଧା ପାଇପାରିବେ । ନିୟମିତ ସରକାରୀ କର୍ମଚାରୀ ଏବଂ ଆୟକର ଦେଉଥିବା ଲୋକଙ୍କୁ ବାଦ ଦେଲେ ଗାଁର ସବୁ ଲୋକ ଏହି ସୁବିଧା ପାଇପାରିବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ […]
ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପୁରୀର ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।ପ୍ରଭୂ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠା ସହକାରେ ଅପେକ୍ଷା କରି ରହିଛନ୍ତି। ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କୁ ଭକ୍ତମାନେ […]
