କାହିଁକି ପାଳନ କରାଯାଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ?

ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ । ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍‌ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା ।ସାମ୍ବାଦିକ ଏବଂ ଗଣମାଧ୍ୟମ ହେଉଛନ୍ତି ସେହି ସେତୁ, ଯିଏ ଜନସାଧାରଣଙ୍କୁ ସତ୍ୟ ସହିତ ଯୋଡ଼ିଥାଏ। ଏହି ଦିବସ ସେହି ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାର ଏକ ଅବସର, ଯେଉଁମାନେ ଯେତେ ବି କଷ୍ଟ ସହିବାକୁ ପଡ଼ୁନା କାହିଁକି […]

ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ ।

ଆଜି ବିଶ୍ୱ ଶ୍ରମିକ ଦିବସ ।। ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ […]

ଆଜି ପବିତ୍ର ଅକ୍ଷୟ ତୃତୀୟା ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ସେହିପରି, ଆଜିର ଦିନରେ ସୁନା, ରୂପା ଇତ୍ୟାଦି କିଣିଲେ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ କିଣାକିଣି […]

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁ ବାବୁ।୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ସେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ। ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ଓଡ଼ିଶାର […]

ଆଜି ହେଉଛି ଜାତୀୟ ପଞ୍ଚାୟତିରାଜ ଦିବସ

ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ ମସିହାରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ତେବେ ୧୯୫୭ରେ ତତ୍କାଳୀନ ସାଂସଦ ବଳବନ୍ତରାଓ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ହେଲା। ଏହି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ୧୯୫୯ ଅକ୍ଟୋବର ୨ରେ ରାଜସ୍ଥାନର ନାଗୌରଠାରେ ଉଦ୍‌ଘାଟିତ ହୋଇଥିଲା। ସମୟ ସ୍ରୋତରେ ଅନେକ ସଂଶୋଧନ, ପରିବର୍ତ୍ତନ ଓ ପରୀକ୍ଷା ନିରୀକ୍ଷା ପରେ ୧୯୯୨ […]

ଆଜି ଗୁଡ୍ ଫ୍ରାଇଡେ୍‌, କାହିଁକି ଏହି ଦିନ ପାଳନ କରାଯାଏ ?

ଖ୍ରୀଷ୍ଟିଆନ ଧର୍ମରେ ଗୁଡ୍ ଫ୍ରାଇଡେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ଏବଂ ମୃତ୍ୟୁକୁ ମନେ ପକାଇବା ପାଇଁ ଏହି ଦିନଟି ପାଳନ କରାଯାଏ। ଏହି ଦିନଟି ଶୋକ ଏବଂ ଅନୁତାପର ଦିନ। ନିଜ ଶରୀରର ବିଭିନ୍ନ ସ୍ଥାନରେ କଣ୍ଟାର ଯନ୍ତ୍ରଣା ନେବା ପରେ କ୍ରୁଶବିଦ୍ଧ ହୋଇଥିଲେ ଯୀଶୁ । ତାଙ୍କୁ ଯନ୍ତ୍ରଣା ଦେଇଥିବା ସମସ୍ତ ପାପୀମାନଙ୍କୁ ସେ କ୍ଷମା କରିଦେଇଥିଲେ । ବାଇବେଲ୍ ଅନୁଯାୟୀ ଗୁଡ୍ ଫ୍ରାଇଡ଼େ ଅର୍ଥାତ୍ ପବିତ୍ର ଶୁକ୍ରବାର । ଯେହେତୁ […]

ଆଜି ବିଶ୍ବ ଛେନାପୋଡ଼ ଦିବସ

ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ମୂଳବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ । ବାପାଙ୍କ ମିଠା ଦେକାନରେ ରହି ସୁଦର୍ଶନ ଏକ ପୋଖତ ମିଠା-ମିସ୍ତ୍ରି ପାଲଟି ଯାଇଥିଲେ । ୧୯୯୬ ଜାନୁଆରିରେ ‘ସଚିତ୍ର ବିଜୟା’ରେ ଛେନାପୋଡ଼କୁ ନେଇ […]

ଆଜି ହେଉଛି ବରା ଦିବସ ।

ଏପ୍ରିଲ ୭ତାରିଖ, ବରା ଦିବସ । ଢେଙ୍କାନାଳ ଜିଲ୍ଲା ହେଉଛି ବରା ପାଇଁ ପ୍ରସିଦ୍ଧ । ଦେଶୀ ବିରି ଓ ଚାଉଳ ମିଶାଇ ଏହି ବରା ପ୍ରସ୍ତୁତ ହୁଏ । ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ । ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ଓ ଲଙ୍କା ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ । ବରାର ପ୍ରସ୍ତୁତି ବି ସେମିତି କଷ୍ଟ ନୁହେଁ । […]

ଆଜି ବିଶ୍ବ ଦହିବରା ଦିବସ : ଯିଏ ଥରେ ଖାଇଛି ଜାଣିଛି ତାର ସ୍ୱାଦ

ଶାଳପତ୍ର ଦନାରେ ୫ଟି ଦହିବରା ସାଙ୍ଗକୁ ଦି’ ଚାମଚ୍‌ ଆଳୁଦମ୍‌, ଘୁଗୁନି । ଉପରେ ଛଣା ସେଉ, କଟା ପିଆଜ ଓ କିଛି ଧନିଆପତ୍ର । କଟକ ମାନେ ଦହିବରା ଆଉ ଦହିବରା ମାନେ ଭାଇଚାରା , ଆଉ ଭାଇଚାରା କହିଲେ ସିଲଭରସିଟିର ଶୋଭାର ବଢାଏ |ତେବେ ବର୍ତ୍ତମାନର ବଜାର ଭାଷାରେ କଟକର ଏହି ପ୍ରସିଦ୍ଧ ‘ଷ୍ଟ୍ରିଟ୍‌ଫୁଡ୍‌’ର ଆର୍ଥିକ କାରବାର କେତେ ତାହା ହୁଏତ ଅନେକ ହିସାବ କରିନଥିବେ । ଆଖି ଖୋସି ହୋଇଗଲା ଭଳି ହିସାବ […]

ଜାଗରରେ ଶିବଙ୍କ ପାଖରେ କାହିଁକି ଲଗାଯାଏ କେତକୀ ଫୁଲ ?

ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଉପାବାସ ରହି ନିଷ୍ଠାର ସହ ଜାଗର ଜାଳିଲେ ସମସ୍ତ ଇଚ୍ଛା ପୂରଣ ହେବାର ବିଶ୍ବାସ ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଶୈବପୀଠରେ ସାରାରାତ୍ରୀ ଉଜାଗର ରହି ଦୀପ ଜାଳି ଶିବରାତ୍ରୀ ପାଳନ୍ତି ଶ୍ରଦ୍ଧାଳୁ ।ଦେବ ଦେବ ମହାଦେବଙ୍କୁ ଶିବରାତ୍ରିରେ ଅଭିଷେକ କରିବା ପାଇଁ ଲାଗି ହୋଇଥାଏ କ୍ଷୀର, ବେଲପତ୍ର, ଲହୁଣି ଏବଂ ବିଭିନ୍ନ ପ୍ରକାରର ଫୁଲ। ଫୁଲ ପ୍ରତି ଅନ୍ୟ ଦେବାଦେବୀଙ୍କ […]

ମହା ଶିବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏହି ଦିନ ମହାଦେବଙ୍କ ଆଶୀର୍ବାଦ ପାଇବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ସାରା ଦେଶରେ ଅଗଣିତ ଶିବ ଭକ୍ତ ଉପବାସ କରନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶିବରାତ୍ରୀରେ ଉପବାସ ପାଳନ କରିବା ଦ୍ବାରା ଜଣେ […]

ପୁଲୱାମା ଆକ୍ରମଣ:୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ।

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା । ଘଟଣାଟି ଥିଲା କିଛି ଏହିପରି… ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ […]