
ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ବହୁ ଚର୍ଚ୍ଚିତ ବ୍ରାହ୍ମଣୀ ମାଉସୀ ଙ୍କୁ ଲେଖନ ପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ଶନିବାର ରାତ୍ର ୮.୩୦ମିନିଟ୍ ସମୟରେ ଅଧିକର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ସ୍ବାସ୍ଥ୍ୟ ମିତ୍ର ଙ୍କଦ୍ୱlରl ଥଇ ଥାନ କରାଯାଇଛି l ପ୍ରକାଶ ଥlଉକି ଦୈନିକ ଖବର କାଗଜରେ ପ୍ରକାଶିତ ଖବର” ବ୍ରାହ୍ମଣୀଙ୍କ ମୃତ୍ୟୁକୁ ଅପେକ୍ଷା କରିଛି ପ୍ରଶାସନ” ଶିରୋନାମl ଖବରଟି ଜିଲ୍ଲା ଦୌରlଜଜ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ଅଧ୍ୟକ୍ଷା ତୁରନ୍ତ ଏହାର ସମାଧାନ ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସଚିବ ଖବରଟିର ସତ୍ୟତା ଜାଣିବା ସହିତ ଅସହାୟ ମାଉସୀଙ୍କ ଥଇଥାନ କରିବା ପାଇଁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ମାନସ ରଞ୍ଜନ ବଳବନ୍ତ ରାୟଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ l ଅଧିକାର ମିତ୍ର ଦ୍ବୟ ସଚିବଙ୍କ ନିର୍ଦ୍ଦେଶlନୁସାରେ ରଣପୁର ବ୍ଲକର ବ୍ରଜସୁନ୍ଦରପୁର ଗାଁରେ ପହଞ୍ଚି ଅସହାୟ ଅବସ୍ଥାରେ ଥିବା ବ୍ରାହ୍ମଣୀ ମାଉସୀଙ୍କୁ ଉଦ୍ଧାର କରି ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଉନ୍ନତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗର ୨୧୫ନ ବେଡରେ ପଞ୍ଜୀକୃତ କରି ଡାକ୍ତର ସିଦ୍ଧାର୍ଥ ଦାଶଙ୍କ ତତ୍ୱlବଧାନରେ ଚିକିତ୍ସା ଆରମ୍ଭ କରାଯାଇଥିଲା l ଦେବଦୁତ ଅନୁଷ୍ଠାନର ଉମାକାନ୍ତ
ମହାପାତ୍ର ଏବଂ ତାଙ୍କ ସହ ଯୋଗୀ ସ୍ବେଛାସେବୀଙ୍କ ସେବାରେ ବ୍ରାହ୍ମଣୀ ମାଉସୀ ସୁସ୍ଥ ହେଲାପରେ ସଚୀବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ବୃଦ୍ଧା ଶ୍ରମର କର୍ମ କର୍ତ୍ତାଙ୍କ ସହିତ ଯୋଗାଯୋଗ କରି ସମର୍ପଣ ବୃଦ୍ଧାଶ୍ରମରେ ଥଇଥାନ କରିଥିଲେ l ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l
