ଓଡ଼ିଆ ସ୍କୁବା ଡାଇଭର ବାପା ଓ ଝିଅଙ୍କ ପୁଣି କମାଲ ।

ଦୁବାଇରେ ରହୁଥିବା ବାପଝିଅ ସ୍କୁବା ଡାଇଭିଂ କରି ଆଉ ଏକ ଅନନ୍ୟ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍‌ ସି-୧୩୦ ବିମାନ ନିକଟରେ ପହଞ୍ଚତ୍ଥିଲେ। କୁନି ସମୁଦ୍ର ବୁଡ଼ାଳି ତିସ୍ୟା କକପିଟରେ ପଶି ଏହାର ନିୟନ୍ତ୍ରଣ କକ୍ଷରେ ବିଭିନ୍ନ ଉପକରଣ ସହ ଖେଳୁଥିବା ଦେଖିବାକୁ ମିଳିଛି ।ପ୍ରିୟଦର୍ଶୀ ଓ ତିସ୍ୟା ଦୁବାଇର […]

ବରମୁଣ୍ଡା ବସ ଟର୍ମିନାଲରେ ହେବ ପୁଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୁଲିସ କର୍ମଚାରୀ

ଆଗକୁ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଡକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । 5T ଅଧ୍ୟକ୍ଷଙ୍କ କ୍ଷେତ୍ର ସମୀକ୍ଷା ବେଳେ ଏ ସମ୍ପର୍କରେ ହୋଇଥିଲା ଆଲୋଚନା । ଅବଗତ ହେବା ପରେ […]

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ । ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ ଟି କ୍ୱିକ ରେସ୍ପନ୍ସ ଟିମ, ୨ ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସଭାସ୍ଥଳରେ ପ୍ରୋଟକଲ ମୁତାବକ […]

ବାଇକ୍‌ ରାଲିରେ ନଦୀବନ୍ଧ ବୁଲିଲେ 5-T ଅଧ୍ୟକ୍ଷ

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ଭଦ୍ରକ ଜିଲା ଗସ୍ତରେ ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପରିଦର୍ଶନ କରିଛନ୍ତି। ନିଜେ ବାଇକ୍‌ ଚଳାଇ ସେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। 5-T ଅଧ୍ୟକ୍ଷ ନିଜେ ଗାଡି ଅଟକାଇ ନଦୀ କୂଳରେ ରହୁଥିବା ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ଆଉ କହିଛନ୍ତି ଯେ, କିଛି ଅଭାବ କିମ୍ବା ଦାବି ଥିଲେ ମୋତେ ନିଜେ ଲିଖିତ ଭାବେ ଜଣାନ୍ତୁ । ଅନେକ ଲୋକେ […]

ପରୀକ୍ଷା ପରିଚାଳନାରେ ଅନିୟମିତା ଧରିଲା AI କ୍ୟାମେରା

ପରୀକ୍ଷା ପରିଚାଳନାରେ ଅନିୟମିତତା ଧରାଇଦେଲା ଏଆଇ କ୍ୟାମେରା । ସୁପରିଟେଣ୍ଡେଣ୍ଟ ଦାଇତ୍ୱରୁ ହଟିଲେ ସାହାରପଡା ନୋଡ଼ାଲ ସେଣ୍ଟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ତେବେ ଏଆଇ ଓ ସିସି ଟିଭି ସର୍ଭେଲାନ୍ସରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି। […]

ଏମ୍‌ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଯାହଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି । ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ଟି ପ୍ୟାକେଟ କୋକେନ ଜବତ ହୋଇଥିଲା ।ଗତ ନଭେମ୍ବର ୩୦ରୁ ଏଯାଏଁ ଜାହାଜଟିକୁ ଜବତ କରି କଷ୍ଟୋମ୍ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ […]

ରାଜେଶ ପାଟିଲଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ

ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର ହୋଇଛନ୍ତି। ଜିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏକ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ।ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଏକ ମାସର ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଯାହାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ତାଙ୍କ ବଦଳରେ ଆଉ ଜଣେ […]

ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଶନିବାର ରାତିରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୬ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଘଡଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା […]

ଏଣିକି ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ବିଏମସି । ଏଣିକି ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ଦଳର ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ। ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍ ପେଣ୍ଟିଂ କରିଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମସି ।କାନ୍ଥରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନକୁ ମଧ୍ୟ ହଟାଯିକୁ ବିଏମ୍‌ସି କମିଶନର କହିଛନ୍ତି। […]

ବଢ଼ିଲା ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା

ଭୁବନେଶ୍ବର ମହାନଗର ନିଗମ (ବଏମ୍‌ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ।କର୍ପୋରେସନ ବୈଠକ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ରଖାଯାଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା।ଏହି କ୍ରମରେ ମେୟର ସୁଲୋଚନା ଦାସଙ୍କ ମିଟିଂ ଭତ୍ତା ମଧ୍ୟ ବଢ଼ିଛି। ଏନେଇ କର୍ପୋରେଶନ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ […]

ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ, ୧୧ ଶହ ଏକର ଜମି ଚିହ୍ନଟ

ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ୟୁନିଟ।ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟିଟାନିୟମ ଓ ଏରୋସ୍ପେସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍। ଏଥିଲାଗି ଆଜି ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କଲା କଲ୍ୟାଣୀ ଷ୍ଟିଲ ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ସୂଚନାନୁଯାୟୀ, ଢେଙ୍କାନାଳ ଗଜମରାରେ ଏହି ସମନ୍ବିତ ପ୍ରକଳ୍ପ ହେବ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ […]

୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିବାରୁ ଜଣେ ଯୁବକଙ୍କୁ ଥାନାରେ ଅଟକ 

ବେଲଗୁଣ୍ଠା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିବାରୁ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ସଂପୃକ୍ତ ଯୁବକ ଜଣଙ୍କ କଂଗ୍ରେସ ଦଳର ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଅପରାହ୍ନରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବେଲଗୁଣ୍ଠାରେ ଓହ୍ଲାଇଥିଲେ। ସେଠାରୁ କାର୍ଯ୍ୟକ୍ରମସ୍ଥଳକୁ ଯିବା ବେଳେ ହଠାତ୍‌ ଜଣେ ଯୁବକ ପଶି ଆସି ତାଙ୍କୁ ଟମାଟୋ ଫିଙ୍ଗିଥିଲେ। ଉପସ୍ଥିତ ସୁରକ୍ଷୀ କର୍ମୀ ଓ ପୋଲିସ ସଂପୃକ୍ତ […]