ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ଆଜି ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପିଲାମାନେ ହିନ୍ଦୀ ଶିକ୍ଷକ ସୁଭାଶିଷ ସାହୁଙ୍କ ନିର୍ଦ୍ଦେଶନାରେ ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀ ବେନ ଯୋଶୀଙ୍କ ଜୀବନୀ ଆଧାରିତ ଏକ କ୍ଷୁଦ୍ର ହିନ୍ଦୀ ନାଟକ ପରିବେଷଣ କରିଥିଲେ। ସେହିପରି ହିନ୍ଦୀ ଭାଷା ସମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତା ମଧ୍ୟରେ ଡିବେଟରେ ରାକେଶ ଦଳେଇ ପ୍ରଥମ,ନମିତା […]

ନୟାଗଡ଼ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ, ଜିଲ୍ଲାପାଳ କରାଇଲେ ଶପଥ ପାଠ

ନୟାଗଡ଼,(ଓଡ଼ିଶା ଦର୍ପଣ): ମାଆ ପାଇଁ ଗଛଟିଏ, ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା, ଗଛ ଲଗାଇବା ପାଇଁ ଅନ୍ୟକୁ ସଚେତନ ତଥା ଉତ୍ସାହିତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ନୟାଗଡ଼ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ଏନଏସି ଉଚ୍ଚ ବିଦ୍ୟାଳୟ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ, ସମସ୍ତ କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ପୌରପରିଷଦ କର୍ମଚାରୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦାନ କରିଥିଲେ। ଜିଲ୍ଲା ପାଠାଗାର ଠାରୁ […]

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ନୟାଗଡ଼ ଜିଲ୍ଲାକୁ ୩ ସ୍ବର୍ଣ୍ଣ ପଦକ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଭିନନ୍ଦନ

ନୟାଗଡ଼,(ଓଡ଼ିଶା ଦର୍ପଣ):  ଚଳିତ ସେପ୍ଟେମ୍ବର ମାସ ୧୦ ତାରିଖ ରୁ ୧୨ ତାରିଖ ମଧ୍ୟରେ ୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡ ଏବଂ ଉସୁ ପ୍ରତିଯୋଗୀତା ୨୦୨୫-୨୬ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫ ଜଣ ଖେଳାଳି ଏବଂ ଦୁଇଜଣ ଅଫିସିଆଲ୍ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସ୍ବର୍ଣ୍ଣ ପଦକ, ଜଣେ କାଂସ୍ୟ ଏବଂ ଅନ୍ୟ ଜଣେ ରୌପ୍ୟ ପଦକ ହାସଲ କରି ଜିଲ୍ଲା […]

ନୂତନ ପେନସନଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଶୋଭାଯାତ୍ରା ଓ ପ୍ରତିବାଦ ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଏକ ପ୍ରତିବାଦ ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ ଟି ବ୍ଳକରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ। ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ଠିକା ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ, ଓଡ଼ିଶା ସରକାରଙ୍କ ଆର୍ଥିକ ଦୂରବସ୍ଥା ସମୟରେ ମାତ୍ର […]

କେ.ଏସ.ବି.ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଡେଲ ଡିଗ୍ରୀ କଲେଜ ବିଜ୍ଞାନାଗାର ପରିଭ୍ରମଣ

ଶରଣକୁଳ, (ଓଡ଼ିଶା ଦର୍ପଣ):ଛାତ୍ରଛାତ୍ରୀଙ୍କ ମନରେ ଉତ୍ତମ ଶିକ୍ଷା ଓ ଜ୍ଞାନର ଅଭିବୃଦ୍ଧି ପାଇଁ କେ.ଏସ.ବି ପବ୍ଲିକ ସ୍କୁଲ ଶରଣକୁଳ ପକ୍ଷରୁ “ଆସ ଦେଖିବା କିଛି ଶିଖିବା “କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରଥମପର୍ଯ୍ୟାୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ଅନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର […]

ଅଧିକାର ମିତ୍ର ଙ୍କ ଦ୍ୱାରା ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଦିନ ଧରି ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଅଧିକାର ମିତ୍ର ମାନଙ୍କୁ ନେଇ  ନୟାଗଡ଼, ଖଣ୍ଡପଡା, ଭାପୁର, ଗଣିଆ, ଦଶପଲ୍ଲା, ନୂଆଗାଁ, ଓଡଗାଁ,ରଣପୁର ବ୍ଲକର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାର ପତ୍ର ଏବଂ ଡାକଵାଜି ଯନ୍ତ୍ର […]

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ପାଳିତ

ନୟାଗଡ଼, (ଓଡ଼ିଶା ଦର୍ପଣ): ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ତଥା ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ ଆଜି ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲପାଳ ରୋଜିନା ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ  ଚିତ୍ତରଞ୍ଜନ ପାଣ୍ଡେ  ଏକ ସଚେତନ ରାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଗୀତାଞ୍ଜଳୀ ସାହୁ,ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ବ୍ରଜେନ୍ଦ୍ର […]

କଂଗ୍ରେସର ସୃଜନ ଅଭିଯାନ ବୈଠକ

ନୟାଗଡ଼, (ଓଡ଼ିଶା ଦର୍ପଣ):ଆଜି ନୟାଗଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ  ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନରେ ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧକ୍ଷତା ରେ  ନୟାଗଡ ବ୍ଲକ ଓ ଏନଏସି ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଖିଳ ଭାରତ କଂଗ୍ରସ କମିଟି ସାଧାରଣସମ୍ପାଦକ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁ […]

କଂଗ୍ରେସ କମିଟି ପକ୍ଷରୁ ସୃଜନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ ସ୍ଥିତ ନୀଳମାଧବ ହୋଟେଲ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷତା ରେ  ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସୃଜନ ଅଭିଯାନର ଅଖିଳଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ଦାଦ୍ରା ନଗର ହାବେଳୀର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ମହେଶ ଶର୍ମା ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟି […]

ଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ […]

ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

ନୟାଗଡ଼,(ଓଡ଼ିଶା ଦର୍ପଣ):ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ […]

ଗୁରୁଜୀ ହେବେ ସମ୍ବର୍ଦ୍ଧିତ

ନୟାଗଡ଼, (ଓଡ଼ିଶା ଦର୍ପଣ):ନୂଆଗାଁ ବ୍ଳକ ମାଳିସାହି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଶିକ୍ଷକତା କରି ଜଣେ କୃତବିଦ୍ୟ ଶିକ୍ଷକ ଭାବରେ ସହସ୍ରାଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ସହିତ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିବାରେ ମୂଳଦୁଆ ପକାଇଥିବା ଆଦର୍ଶ ଶିକ୍ଷକ ଅଲେଖ ବେହେରାଙ୍କୁ ଆସନ୍ତା ସେପ୍ଟେମ୍ବର ସାତ ତାରିଖରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଆବାହକ ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସେହି […]