ଖୁବ୍ କମ୍ ସମୟରେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଅଭିନେତ୍ରୀ କ୍ରିତି ସେନନ୍। ଗତ ବର୍ଷ ତାଙ୍କୁ ଚଳଚ୍ଚିତ୍ର ‘ମିମି’ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଏବେ ଅଭିନେତ୍ରୀ ବର୍ଷ ଆରମ୍ଭରେ ଆଉ ଏକ ବଡ଼ ଉପହାର ପାଇଛନ୍ତି । ଆଇକନିକ୍ ୟୁଏଇ ଗୋଲ୍ଡେନ ଭିସା ପାଇଥିବା ତାରକା ତାଲିକାରେ କ୍ରିତିଙ୍କ ନାମ ବର୍ତ୍ତମାନ ଅନ୍ତର୍ଭୁକ୍ତ ହୋଇଛି।ନିକଟରେ କ୍ରିତି ଆଇକନିକ୍ ୟୁଏଇ ଗୋଲଡେନ୍ ଭିସା ସମ୍ମାନ ପାଇଛି। ଏହି ତାଲିକାରେ […]
କଙ୍ଗନା ରାନାୱତଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଆସିଛି। ତାଙ୍କ ନାମ କିଛି ବ୍ୟକ୍ତିଙ୍କ ସହ ଜଡିତ ଅଛି। ଯାହା ଉପରେ କଙ୍ଗନା ବର୍ତ୍ତମାନ ତାଙ୍କ ନୀରବତାକୁ ଭାଙ୍ଗି ଏକ ବଡ ବିବୃତ୍ତି ଦେଇଛନ୍ତି। ଯାହାକୁ ଶୁଣିଲା ପରେ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶେଷରେ କଙ୍ଗନା ତାଙ୍କ ଲଭ୍ ଲାଇଫ୍ ବିଷୟରେ କହିଛନ୍ତି । ଏବେ ସେ ଖୋଲାଖୋଲି ଭାବେ ଗ୍ରହଣ କରିଛନ୍ତି ଯେ ଜୀବନରେ ଜଣେ ମିଷ୍ଟ୍ରିମ୍ୟାନ୍ ଅଛନ୍ତି। ଯେତେବେଳେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ […]
ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମ ପରେ ସନି ଦେଓଲ ପୁଣିଥରେ ଜବରଦସ୍ତ କମବ୍ୟାକ କରିଛନ୍ତି।ବର୍ତ୍ତମାନ ଖବର ଆସୁଛି ଯେ ଅଭିନେତା ଖୁବ୍ ଶୀଘ୍ର ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଏହା ଉପରେ କାମ ଶୀଘ୍ର ଆରମ୍ଭ ହେବ ବୋଲି ନିଶ୍ଚିତ କରାଯାଉଛି। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନ୍ସ ଅଧୀନରେ ନିର୍ମିତ ହେବାକୁ ଯାଉଛି। ଏହା ଏକ ପିରିୟଡ ଡ୍ରାମା ଫିଲ୍ମ […]
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ବର୍ତ୍ତମାନ ତାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିପାରେ। ତେବେ ବର୍ତ୍ତମାନ ଏହି ସବୁ ଖବରର ଅନ୍ତ ଘଟାଇ ସେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଶେୟାର କରିଛନ୍ତି। ଅଭିନେତ୍ରୀ ଖୁବ୍ଶୀଘ୍ର ଫିଲ୍ମ ପରେ ଗୀତ ଜଗତରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି।ପରିଣୀତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ଖୁସି ଖବର […]
ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିଜର ମୁକ୍ତିଲାଭ କରିଛି। ଟିଜରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଅଲି ଅବ୍ବାସ ଜାଫର ଦର୍ଶକ ଚାହୁଁଥିବା ସମସ୍ତ ଜିନିଷ ଏଥିରେ ରଖିଛନ୍ତି। ଏହା ବଡ ବଜେଟ୍ ଚଳଚ୍ଚିତ୍ର। ଯାହା ଉଭୟ ଆକ୍ସନ୍ ଏବଂ କମେଡି କୁ ଫଲୋ କରୁଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର କ୍ରମାଗତ ଭାବରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। […]
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏର୍ମଜନ୍ସି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ରିଲିଜ ଡେଟ୍କୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ଚଳଚ୍ଚିତ୍ରର ନୂଆ ରିଲିଜ୍ ତାରିଖ ପ୍ରକାଶ ପାଇଛି। ‘ଏମରଜେନ୍ସି’ ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।କଙ୍ଗନା […]
ବଲିଉଡ୍ ଅଭିନେତା ସୈଫ୍ ଅଲି ଖାନ୍ଙ୍କ ବିଷୟରେ ବଡ ଖବର ଆସିଥିଲା । ତାଙ୍କୁ ହଠାତ୍ କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ୫୩ ବର୍ଷୀୟ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେବରା’ର ଶୁଟିଂ ସମୟରେ ଆହତ ହୋଇଥିଲେ। ଅଭିନେତାଙ୍କର ଟ୍ରାଇସେପ ସର୍ଜରୀ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଅଭିନେତା ତାଙ୍କ ସର୍ଜରୀ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣ ସାମ୍ନାକୁ ଆସିଥିଲେ।ବର୍ତ୍ତମାନ ସୈଫଙ୍କ କିଛି ଭିଡିଓ ସାମ୍ନାକୁ […]
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶେଷ ହୋଇଛି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ସାମ୍ନାରେ ସାନିଆଙ୍କ ସହ ସମ୍ପର୍କ ଶେଷ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ସାନିଆଙ୍କ ସପକ୍ଷରେ […]
ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ୟାପ୍ଟେନ୍ ଶୋଏବ ମଲିକ୍। ବର୍ତ୍ତମାନ ସେ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି। ଯେତେବେଳେ ପୂର୍ବତନ ଭାରତୀୟ ଟେନିସ୍ ଖେଳାଳି ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି ।ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେ ବିବାହ କରିଛନ୍ତି। ବିବାହ ଉତ୍ସବ ପରେ ଉଭୟ ସୋସିଆଲ ମିଡିଆରେ ଉଭୟ ଫଟୋ ସେୟାର କରିଛନ୍ତି। ଦୁଇଦିନ ତଳେ ସାନିଆ ତାଙ୍କ ସୋସିଆଲ ମିଡିଆ […]
କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ […]
ବଲିଉଡ ହିଟ୍ ଯୋଡି ଧର୍ମେନ୍ଦ୍ର ଓ ହେମାମାଳୀନିଙ୍କ ଝିଅ ଇଶା ଦେଓଲ ଫିଲ୍ମ ଦୁନିଆ ଅପେକ୍ଷା ବ୍ୟକ୍ତଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବା ନେଇ ଖବର ଶୁଣିବାକୁ ମିଳିଛି।ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍ କମ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ନିକଟରେ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ […]
ଭୁଲ୍ ମାଗିଲେ ଅନ୍ନପୂର୍ଣ୍ଣୀ ସିନେମା ଷ୍ଟାର ନୟନତାରା। ଅନ୍ନପୂର୍ଣ୍ଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଘାତ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ନୟନତାରା। କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ସୂଚନା ମୁତାବକ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ତାଙ୍କ ଚଳଚ୍ଚିତ୍ର’ ଅନ୍ନପୂର୍ଣ୍ଣି ‘ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ପ୍ରଭୁ ରାମଙ୍କୁ ଅଣଶାକାହାରୀ (ନନ୍ ଭେଜିଟାରିଆନ) ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହି ଚଳଚ୍ଚିତ୍ର ବିବାଦ ଭିତରକୁ ଆସିଥିଲା। […]
