ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ ହୋଇଛି ।ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । ୨୦୨୪-୨୫ ଆର୍ଥିକ ବର୍ଷ […]
ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ କେନ୍ଦ୍ରୀୟ ନିର୍ବାଚନ କମିଶନ । ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ ।ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ଏହାସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ । EVM ସ୍ଥିତି, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ସମୀକ୍ଷା […]
ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ । ୩୬ଲକ୍ଷ ୭୫ହଜାରରେ ପହଞ୍ଚିଲା ମୋଟ ହିତାଧିକାରୀଙ୍କ ସଂଖ୍ୟା । ଗତ ଅଗଷ୍ଟରେ ୪ଲକ୍ଷ ୧୩ହଜାର ଅତିରିକ୍ତ ଆବେଦନକୁ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ବାବଦରେ ମାସକୁ ୧୯୦କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି […]
ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ । ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ […]
ଏବେ କଟକ-ଭୁବନେଶ୍ବର ବାର୍ ଗୁଡିକରେ ଆଉ ବାଉନ୍ସର ଦେଖା ଯିବେନି । ବାଉନ୍ସରମାନେ କୌଣସି ବାର୍ରେ ଗ୍ରାହକଙ୍କୁ ଧମକ ଦେବେନି । କୌଣସି ବାର୍ରେ ବିଶୃଙ୍ଖଳା ହେଲେ ୧୧୨କୁ ଜଣାଇ ପାରିବେ । ଏ ନେଇ କମିଶନରେଟ୍ ପୁଲିସ ଅଧିନସ୍ଥ ଅଞ୍ଚଳରେ ରଖି ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନ୍ସରଙ୍କ ନାଁରେ ଅପରାଧିକ ମାମଲାର ଖୋଳତାଡ କରିବ ପୁଲିସ। ପିଏସଏଆରଏ ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ ।କିନ୍ତୁ […]
୨୦୩୬ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ। ନବଦିଗନ୍ତର ସମ୍ଭାବନା ଆଲୋଚନାଚକ୍ରରେ ଭାଗ ନେଇ ରାଜ୍ୟ ରୂପାନ୍ତରଣର ଚିତ୍ର ରଖିଛନ୍ତି 5T ଅଧ୍ୟକ୍ଷ |୨୦୩୬ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି | ଓଡ଼ିଶାର ବିକାଶ ସଂପର୍କରେ ଅନ୍ୟ ରାଜ୍ୟ ସହ ଜାରି ରହିଛି ପ୍ରତିଯୋଗିତା । ୨୦୧୯ ପରେ ରାଜ୍ୟରେ ଆସିଛି ବଡ ପରିବର୍ତ୍ତନ। ପରିବର୍ତ୍ତନର ନାମ ହେଉଛି ରୂପାନ୍ତରଣ। ଲକ୍ଷ୍ୟ ରହିଛି ନୂଆ ଓ ସଶକ୍ତ ଓଡ଼ିଶା । ୨୦୦୦ମସିହାରେ ଖାଦ୍ୟ ପାଇଁ ପଞ୍ଜାବ […]
ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଯାପନୀ ଦିବସରେ ଉଦବୋଧନ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ଏକ ଇତିହାସ ।ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଥିଲା ଉଦଯାପନୀ ଦିବସ। ତେବେ ଏହାର ଲୋକପ୍ରିୟତା, ଆଦୃତ ଓ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୩ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଜନତା ମଇଦାନରେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ […]
ଏବେ ଗୋଟିଏ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି | ଭାର୍ଗବୀ ନଦୀରେ ଗୋଟିଏ ପଥର ଭାସୁଥିବା ଜଣେ ମହିଳା ଦେଖିଥିଲେ। ମହିଳା ଜଣକ ଭାର୍ଗବୀ ନଦୀର ଗବକୁଣ୍ଡ ନିକଟକୁ ଗାଧୋଇବା ପାଇଁ ଯାଇଥିବା ଗୋଟିଏ ପଥର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏହି କଥା ଉକ୍ତ ମହିଳା ଜଣଙ୍କ ନିଜ ଘରେ ଆସି କହି ଥିଲେ | ଏହାପରେ ସେହି ପଥରକୁ ସେ ନଦୀରୁ ଆଣି ଗ୍ରାମର ହନୁମାନ ମନ୍ଦିରରେ ରଖିଥିଲେ।ଘଟଣାର ସତ୍ୟତା ପରିଖିବା ପାଇଁ […]
ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବରେ ପରିଚିତ ହେବ ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ […]
ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ରାଜ୍ୟପାଳ ରଘୁବର ଦାସ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ରାଜ୍ୟରେ କିପାରି ସରକାରଙ୍କ ନେତୃତ୍ୱରେ ସଫଳତା ପରେ ସଫଳତା ମିଳିଛି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପରେ ସହିଦ ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା […]
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ହେଉଛି ତୃତୀୟ ଓ ଶେଷ ଦିବସ । ଏହି ଅବସରରେ ସୋମବାର ଜନତା ମୈଦାନରେ ଓଡ଼ିଆ ଭାଷାର ଅତୀତ ଓ ଭବିଷ୍ୟତକୁ ନେଇ ଆଲୋଚନା ରହିଛି। ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା […]
ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଅଧିବେଶନ । ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ଏଥିରେ କାମଚଳା ବଜେଟ ଉପସ୍ଥାପନ ହେବ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ଥିବାରୁ ସଂକ୍ଷିପ୍ତ ହେଲେ ମଧ୍ୟ ବେଶ୍ ସରଗରମ ରହିବା ସମ୍ଭାବନା ଅଛି । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ । ସ୍ୱଳ୍ପ କାଳୀନ ଅଧିବେଶନରେ […]