ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୧୦ ତାରିଖ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ରାଷ୍ଟ୍ରୀୟ ଆଇନ୍‌ସେବା ପ୍ରାଧିକରଣ ଓ ଓଡ଼ିଶା ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୧୦ ତାରିଖରେଆୟୋଜିତ ହେବ । ବିନା ମୂଲ୍ୟରେ ଜନସାଧାରଣଙ୍କୁ ଆଇନ୍‌ସେବା ଯୋଗାଇ ଦେବାକୁ ନୟାଗଡ଼ କୋର୍ଟ ସମେତ ରଣପୁର, ଓଡ଼ଗାଁ, ଦଶପଲ୍ଲା, ଖଣ୍ଡପଡ଼ା ଏବଂ ଭାପୁର କୋର୍ଟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବାର ସୂଚନା ରହିଛି । ଏହି ଅଦାଲତରେ ମୋକଦ୍ଦମା ସ୍ତରୀୟ […]

ସମୂହ ଦୀପଦାନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତକାଲି କାଶ୍ମୀରର ପହେଲେଗାଓ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଅତ୍ୟନ୍ତ ବର୍ବୋରଚିତ ତଥା ହୃଦୟ ବିଦାରକ ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ।  ନାମ ଏବଂ ଧର୍ମ ପଚାରି ଯେପରି ୨୭ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲା ତାହାଠାରୁ ଘୃଣ୍ୟ କାର୍ଯ୍ୟ ଆଉ କଣ ଥାଇପାରେ। ଏହି ଘୃଣ୍ୟ କାର୍ଯ୍ୟର ଦୃଢ଼ ନିନ୍ଦା ଏବଂ ପ୍ରତିବାଦ ତଥା ଦିବଂଗତ ଆତ୍ମା ମାନଙ୍କର ସଦଗତି ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୁରୁଣା ସହର ସ୍ଥିତ […]

ପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ […]

ବିଶ୍ୱ ହାସ୍ୟ ଦିବସ ଏବଂ ହସି ହସାଅ ପ୍ରସ୍ତୁତି ବୈଠକ, ଚଳିତ ବର୍ଷ ଜ୍ଞାନ ହୋତା ପାଇବେ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୫ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୪ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। […]

ମଣ୍ଡଳସ୍ତରୀୟ ‘ ନିଷ୍ଠା ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ‘ ନିଷ୍ଠା ‘ଅନୁଷ୍ଠିତ ହୋଇଯାଇଛି।  ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିରରେ  ବିଭିନ୍ନ ବିଦ୍ୟାଳୟରୁ ୫୬ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୟାଗଡ଼, ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବେ ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ପ୍ରଣତୀ ମହାପାତ୍ର […]

ନୟାଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ସେବା ଅନୁଷ୍ଠାନ ନୟାଗଡ଼ ଠାରେ ଅନୁଷ୍ଠାନର ମାନସିକ ରୋଗୀ ଓବୁଦ୍ଧିମାନ୍ଦତା ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି ସ୍ଵାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଉକ୍ତ ଶିବିରଟିକୁ ସଚିବ ଅଞ୍ଜଳୀ ମଛଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରି ନିଜ […]

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତ ହୋଇଥ‌ିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ପୋକ୍‌ସୋ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ […]

ମଇ୨୦ ସାଧାରଣ ଧର୍ମଘଟ ପାଇଁ ନୟାଗଡ଼ରେ ଟ୍ରେଡୟୁନିଅନ କନଭେନସନ୍

ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଏପ୍ରିଲ ୨୦ରେ ନୟାଗଡ଼ ଶିକ୍ଷକ ଭବନ ଠାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ମାନେ ମିଳିତ ହୋଇ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ ! କେନ୍ଦ୍ର ସରକାର ଯେଭଳିଭାବେ ଶ୍ରମିକ ଆଇନକୁ ବାତିଲ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ପ୍ରଚଳନ କରୁଛନ୍ତି, ଘରୋଇକରଣ ଓ ଠିକାକରଣକୁ ବ୍ୟାପକ କରି ଶ୍ରମକ୍ଷେତ୍ରକୁ କର୍ପୋରେଟ […]

ରେଳ ଷ୍ଟେସନ ସଫେଇ ଏବଂ ଆବର୍ଜନା ପୋଡ଼ି

ନୟାଗଡ଼,(ଓଡ଼ିଶା ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଂଗୃହିତ ଆବର୍ଜନା ଗୁଡ଼ିକରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଛି । ରେଳ ଷ୍ଟେସନ ପରିସର ତଥା ରେଳ ଧାରଣାରେ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ଡଷ୍ଟବିନ […]

ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳିଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୟାଗଡ଼, (ଓଡିଶା ଦର୍ପଣ): ଶନିବାର ଭଳି ଆଜିର ଦିନକୁ କିଛି ନିଆର ଢଙ୍ଗରେ ପାଳିବା ପାଇଁ ନୟାଗଡ଼ ଜିଲ୍ଲା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ସହଯୋଗରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ଛାତ୍ର ଛାତ୍ରୀମାନେ ମାଦକ ଦ୍ରବ୍ୟ ସହିତ ମୋବାଇଲକୁ ନିଶାମୁକ୍ତ ଭାବେ ପାଳନ କଲେ। ନୟାଗଡ଼ ଜିଲ୍ଲା ଓ ରୋହିବାଙ୍କ ଶାଖା ତରଫରୁ  ବ୍ରହ୍ମା କୁମାରୀ କଳ୍ପନା ଭଉଣୀ, ମିନି ଭଉଣୀ, ଶାନ୍ତି ଭଉଣୀ, ବ୍ରହ୍ମା କୁମାର […]

ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନରେ ନୟାଗଡ଼ କେସି  କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଚେସ କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂତନ କମିଟି ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଆସନ୍ତା ୨୭ ତାରିଖ ରବିବାର ଦିନ ନିର୍ବାଚନ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ ଆସନ୍ତା ବର୍ଷ […]

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ  ପ୍ରାୟୋଜିତ  ବାଳିକାମାନଙ୍କ  ଆତ୍ମରକ୍ଷା  କୌଶଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ଭାଷଣ ଦେଇ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଉପସ୍ଥିତ ହୋଇ ଛାତ୍ରୀମାନଙ୍କୁ ପ୍ରମାଣପତ୍ର […]

Odisha Darpan Digital