ଜିଲ୍ଲା ଆଇନ୍ ସେବା ପ୍ରାଧ‌ିକରଣ ତରଫରୁ ପ୍ୟାନେଲ ଓକିଲ ଏବଂ ସରକାରୀକର୍ମଚାରୀଙ୍କ ତାଲିମ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚ୍ଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାପରଷଦ ନୟାଗଡ଼ଙ୍କ ଡି.ପି.ଆର୍.ସି. ସମ୍ମିଳନୀ କକ୍ଷରେ ପ୍ୟାନେଲ ଓକିଲ, ପୋଲିସ ଅଧିକାରୀ, ଜଙ୍ଗଲବିଭାଗ ଅଧିକାରୀ, ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ତାଲିମି ଶିବିରକୁ ମୁଖ୍ୟଅତିଥି ସଚ୍ଚିବ ଅଞ୍ଜଳୀ ମଛଖଣ୍ଡ ଉଦ୍‌ଘାଟନ କରି ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ଭି.ସି. ନିୟମ ୨୦୨୦ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସରକାରୀ ଓକିଲ ଦଣ୍ଡପାଣି […]

ଏନଏସି ହାଇସ୍କୁଲ ପକ୍ଷରୁ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଅଧାରୁ ପାଠ ଛାଡ଼ିଥିବା,ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇ ଏକ ସଚେତନ ଶୋଭାଯାତ୍ରାରେ ବାହାରି ରାମେଶ୍ୱର ସାହି, ମଙ୍ଗଳା ସାହି, ଆଖଣ୍ଡଳମଣି ସାହି ଆଦି ପରିକ୍ରମା କରିବା ସହିତ ଅଧାରୁ […]

ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ୍‌କାର୍ଯ୍ୟକ୍ରମ ଓ ମଶାଲ ଶୋଭାଯାତ୍ରା

ନୟାଗଡ଼,(ଓଡ଼ିଶା ଦର୍ପଣ):ଅଖିଳ ଭାରତ କଂଗ୍ରେସ କମିଟି ସଭାପତି,ମାଲିକାର୍କୁନ ଖଡଗେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନୟକଙ୍କ ନେତୃତ୍ଵରେ ଭୋଟ ଚୋର ଗାଦି ଛୋଡ୍‌ ଦାବୀରେ ନୟାଗଡ଼ ସିନ୍ଦୁରିଆ ଠାରୁ ଦକ୍ଷୀଣକାଳୀ ମନ୍ଦିର ପର୍ଯ୍ୟନ୍ତ ଏକ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ କଂଗ୍ରେସ କାର୍ଯ୍ୟକର୍ତା ଯୋଗଦେଇ ଭୋଟ ଚୋରି କରି  ଶାସନ କରୁଥିବା ମୋଦି ସରକାରଙ୍କ ବିରୋଧରେ  ସ୍ଳୋଗାନ […]

ଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପବିତ୍ର ରେଖା ପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ […]

ମଡେଲ ଡିଗ୍ରୀ କଲେଜରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ ଥରେ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ। ମଡେଲ ଡିଗ୍ରୀ କଲେଜରେ ହର୍ ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ସରକାରଙ୍କ “ହର ଘର ତ୍ରୀରଙ୍ଗା” କାର୍ଯ୍ୟକ୍ରମକୁ […]

ଅନଲାଇନ ଉପସ୍ଥାନକୁ କଡ଼ା ବିରୋଧ,ଶିକ୍ଷକ ମାନଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,(ଓଡ଼ିଶା ଦର୍ପଣ):ଅନଲାଇନ ଉପସ୍ଥାନକୁ ବିରୋଧ କରି  ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ […]

କବିସୂର୍ଯ୍ୟ ସଦାନନ୍ଦ ଥିଲେ ରୀତି ଯୁଗର ସର୍ବଶ୍ରେଷ୍ଠ ପ୍ରତିଭା

ନୟାଗଡ଼,(ଓଡ଼ିଶା ଦର୍ପଣ): ରୀତିଯୁଗୀୟ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଥିଲେ ଓଡ଼ିଶା ସାହିତ୍ୟାକାଶର ଉଜ୍ୱଳତମ ଜ୍ୟୋତିଷ୍କ। ତତ୍କାଳୀନ ବୈଷ୍ଣବ କବି ମାନଙ୍କ ମଧ୍ୟରେ ସଦାନନ୍ଦ ଥିଲେ ସର୍ବଶ୍ରେଷ୍ଠ କବି ଏବଂ ତାଙ୍କର ସୃଷ୍ଟି ଥିଲା ଅନନ୍ୟ। କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ରାଜ୍ୟ ସ୍ତରୀୟ ବର୍ଷା କବିତା ଆସରରେ ଉପସ୍ଥିତ ଅତିଥି ମାନେ ଏପରି ମତବ୍ୟକ୍ତ କରିଥିଲେ। ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ  ଏକ […]

ଭୋଟ ଚୋରି ପର୍ଦ୍ଦାଫାସ ସମ୍ପର୍କରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ଓଡ଼ିଶା ଦର୍ପଣ):ଆଜି ଅପରାହ୍ଣରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନୟାଗଡ ସ୍ଥିତ ନୀଳମାଧଵ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷାତାରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଜୟଶ୍ରୀ ପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ […]

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବର୍ଷା କବିତା ଆସର ଓ ସାହିତ୍ୟ ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ବର୍ଷା କବିତା ଆସର ଆଜି ପୂର୍ବାହ୍ନରେ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପଣ୍ଡିତ କିଶୋର ଚନ୍ଦ୍ର କର ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ସମାଜସେବୀ ତଥା ଉତ୍କଳ ଗ୍ରାମ ସ୍ୱରାଜ ସଭାପତି କଳିଙ୍ଗ ରତ୍ନ […]

କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଉପରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ଉଚ୍ଚ ନ୍ୟାୟାଳୟ କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଉପରେ କୋର୍ଟର ସମ୍ମିଳନୀ ଗୃହ ଠାରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଶତାଧିକ କର୍ମଚାରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରି […]

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫ ରୁ ସଚେତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା  ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶରେ ସଚିବ , ଅଞ୍ଜଳି ମଛ ଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସିନ୍ଦୁରିଆ ପଞ୍ଚାୟତ ର ପଞ୍ଚାୟତ ସଭା ଗୃହ ଠାରେ ପଞ୍ଚାୟତର ବିଭିନ୍ନ ଗ୍ରାମ ରୁ ଶତାଧିକ ଗ୍ରାମ ବାସୀ ମାନଙ୍କୁ ନେଇ ଓଡ଼ିଆ ସରକାର ଏବଂ କେନ୍ଦ୍ର ସରକାରଙ୍କ ଲୋକ ମାନଙ୍କ ପାଇଁ କଣ ସବୁ ଯୋଜନା ଅଛି ଏବଂ ଏହାର ସୁବିଧା ସୁଯୋଗ […]

ଖଣ୍ଡପଡ଼ା ରାଜା ବିଭୂତି ମର୍ଦ୍ଦରାଜଙ୍କ  ପରଲୋକ

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ରାଜା, ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ  ହସ୍ପିଟାଲରେ ପରଲୋକ ହୋଇଯାଇଛି।ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭୀର ଶୋକପ୍ରକାଶ ପାଇଛି। ସ୍ବର୍ଗତ ମର୍ଦ୍ଦରାଜ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ଜଣାଶୁଣା ବିଭୂତିଭୂଷଣ ବିଧାନସଭାରେ ଉପ ବାଚସ୍ପତି […]