ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବି

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ପ୍ରେସ ରୁମ ଖୋଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଶୁକ୍ରବାର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ  ଭେଟି ସ୍ମାରକପତ୍ର ଦେଇଛନ୍ତି। ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ନାହିଁ।ଏଣୁ ନୟାଗଡ଼ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ସରକାରୀ ଖବର ସଂଗ୍ରହ କରିବା ଓ ପଠାଇବା […]

ଅଧାରୁ ପାଠ ଛାଡିଥିବା ଗାୟତ୍ରୀ ଫେରିଲା ବିଦ୍ୟାଳୟକୁ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷଙ୍କ ନିର୍ଦ୍ଦେଶରେ ତଥା ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭଶ୍ମିତା ମିଶ୍ରଙ୍କ ହସ୍ତକ୍ଷେପରେ ପ୍ରଥମ ଦଫାରେ ଜାତୀୟ ସେବା ସଂସ୍ଥା ବହୁମୁଖୀ ଶିକ୍ଷା ନିକେତନ,ନବଘନପୁର ଛାତ୍ରୀ ଗାୟତ୍ରୀ ନାୟକଙ୍କ ବିଦ୍ୟାଳୟକୁ ପୁନଃ ପ୍ରତ୍ୟାବର୍ତ୍ତନରେ ସାଙ୍ଗସାଥଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶଥାଉ କି, ଜିଲ୍ଲା ଆଇନ୍ ସେବା ପ୍ରାଧ‌ିକରଣ ନୟାଗଡ଼ଙ୍କ […]

ପାଣିପୋଇଲାରେ ନୂତନ ଚିନିକଳ  କରିବା ପାଇଁ ଦାବି

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଚିନିକଳ ମିଳିତ  କ୍ରିୟାନୁଷ୍ଠାନ କମିଟି ଆଜି ନୟାଗଡ଼ର ପାଣିପୋଇଲା ଡ୍ୟାମ ଠାରେ ଏକ ବୈଠକ ଆୟୋଜନ କରାଯାଇ ପାଣିପୋଇଲା ଠାରେ ଚିନି କାରଖାନାର ପୁନରୁତ୍ଥାନ ବିଷୟରେ ଆଲୋଚନା କରାଯାଇଛି।  ଆଖୁ ଚାଷୀ, ପୁରାତନ ନୟାଗଡ଼ ଚିନି କାରଖାନାର ପୂର୍ବତନ କର୍ମଚାରୀ ଏବଂ ସ୍ଥାନୀୟ ହିତାଧିକାରୀମାନେ ଏହି ସମାବେଶରେ ଅଂଶଗ୍ରହଣ କରି ଏହି ଅଞ୍ଚଳରେ ନୂତନ ଚିନି କାରଖାନା ଖୋଲିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଚିନିକଳ ମିଳିତ  କ୍ରିୟାନୁଷ୍ଠାନ କମିଟି  ଗତ […]

ନାଟ୍ୟଧାରା ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା

ନୟାଗଡ଼,(ଓଡିଶା ଦର୍ପଣ):ଚଳିତ ବର୍ଷ ମାର୍ଚ୍ଚ ୧ରୁ ସପ୍ତାହବ୍ୟାପୀ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧ ରୁ ୭ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଉ […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା […]

ଚିନ୍ମୟ ମିଶନ ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଗୀତା ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ରେ ଥିବା ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ତିରୁପତି ବିଶ୍ୱ ବିଦ୍ୟାଳୟ କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ଚିନ୍ମୟ ମିଶନ […]

ମଡେଲ ଡିଗ୍ରୀ କଲେଜରେ ଜାତୀୟ ଯୁବ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାତୀୟ ଯୁବ ଦିବସ ମଡେଲ ଡିଗ୍ରୀ କଲେଜଠାରେ ଯୁବ ରେଡକ୍ରସ୍ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ମଞ୍ଚାସୀନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିବେକାନନ୍ଦଙ୍କର କାର୍ଯ୍ୟାବଳୀ ଓ ନେତୃତ୍ବ ବିଷୟରେ ସୂଚନା ଦେଇଥିଲେ। ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଯୁବପୀଢ଼ିଙ୍କୁ ଦେଶର ପ୍ରଗତି ନିମନ୍ତେ […]

ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା: ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ୩୦ଟି ଜିଲାରୁ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଥିବା ରାଜ୍ୟ କୃଷି ଭବନ ପରିସରରେ ଅନୁଷ୍ଠିତ ଏକ ଛାୟା ପାର୍ଲିଆମେଣ୍ଟ […]

ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ଼,(ଓଡିଶା ଦର୍ପଣ):ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ରାଜ୍ୟ କମିଟିର ଆହ୍ଵାନ କ୍ରମେ ନୟାଗଡ଼ରେ କୃଷକ ଚେତାବନୀ ଦିବସ  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସହିତ ପାଳନ କରାଯାଇଛି ! କୃଷକ ପ୍ରତିନିଧି ମାନଙ୍କର ପଟୁଆର ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ବାହାରି ନଷ୍ଟ ଧାନବିଡା ପ୍ରଦର୍ଶନ ସହିତ କ୍ଷତିପୂରଣ ପାଇଁ ନାରାବାଜି ପୂର୍ବକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ନଷ୍ଟ ଫସଲର ଉପଯୁକ୍ତ କ୍ଷତିପୂରଣ, ତୁରନ୍ତ ପର୍ଯ୍ୟାପ୍ତ ମଣ୍ଡିଖୋଲି ଟ୩୧୦୦ ରେ […]

ଭକ୍ତି ସଙ୍ଗୀତ ସେମି ଫାଇନାଲ , ୧୩ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ  ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।  ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ  ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର […]

ଜିଲ୍ଲାପାଳଙ୍କ ସାଧୁ ଉଦ୍ୟମ ପ୍ରଶଂସନୀୟ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ଚିନ୍ତାଧାରା ଯୋଗୁଁ ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ସାଜିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଫୁଲତୋଡ଼ା,ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଜିଲ୍ଲାରେ […]

ଚିନ୍ମୟ ମିଶନ ପକ୍ଷରୁ ୧୧ ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି […]

Odisha Darpan Digital