ଉଦଯାପିତ ହେଲା ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର 

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଗତ ୧୬ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୨ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଗ୍ରୀଷ୍ମ କାଳୀନ ଚେସ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି।ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସରେ  ମୁଖ୍ୟ ଅତିଥି ଭାବେ ଅଲ ଓଡ଼ିଶା ଚେସ ଆସୋସିଏସନର ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ  ଯୋଗଦାନ କରି ପିଲାମାନଙ୍କୁ […]

ନୟାଗଡ ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଶେଷ ବୈଠକ

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ ଜିଲ୍ଲାର ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ରାଜ୍ୟରେ ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ ଚିକିତ୍ସା ରେ ଅନ୍ତର୍ଭୁକ୍ତ କରିବା ସହିତ ନୟାଗଡ ଜିଲ୍ଲାରେ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ସର୍ବସମ୍ମତ ପ୍ରସ୍ତାବ […]

ମେମୁ ଟ୍ରେନ ପ୍ରଚଳନ ଏବଂ ବଗି ସଂଖ୍ୟା ବୃଦ୍ଧି କରିବା ଦାବିରେ ନୟାଗଡ଼ ନାଗରିକ ମଞ୍ଚର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼,(ଓଡ଼ିଶା ଦର୍ପଣ) : ରେଳ କର୍ତ୍ତୃପକ୍ଷଙ୍କ ନୟାଗଡ଼ ଜିଲ୍ଲା ପ୍ରତି କ୍ରମାଗତ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ରେଳ ଷ୍ଟେସନ ସମ୍ମୁଖରେ ଆଜି ପୂର୍ବାହ୍ନରେ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଏବଂ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା। ଖୋଦ୍‌ ପୂର୍ବତଟ ରେଳ ମହା ପ୍ରବନ୍ଧକ  ପରମେଶ୍ୱର ଫୁଂକୱାଲ ଗତ ମାସ ୨୧ ତାରିଖରେ ଦଶପଲ୍ଲା ଗସ୍ତ କରୁଥିବା ସମୟରେ ନାଗରିକ ମଞ୍ଚ ତାଙ୍କୁ ନୟାଗଡ଼ ଷ୍ଟେସନ […]

ରଣପୁର ଥାନାର ପୂର୍ବତନ ଆଇଆଇସି ରଶ୍ମି ରଂଜନ ଦାସ ଦଣ୍ଡିତ

ଭୁବନେଶ୍ବର, (ଓଡିଶା ଦର୍ପଣ): ଓଡିଶା ମାନବିକ ଅଧିକାର କମିଶନରଙ୍କ କୋର୍ଟରେ ରଣପୁର ଥାନାର ପୂର୍ବତନ ଆଇଆଇସି ରଶ୍ମି ରଂଜନ ଦାସ ଦଣ୍ଡିତ । ୪ମାସ ମଧ୍ଯରେ ୩ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ଆଇଆଇସିଙ୍କୁ ନିର୍ଦେଶ। ମରଣାନ୍ତକ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଲାଞ୍ଚ ନେଇ ଅନୁଗ୍ରହ ଦେଖାଇବା, ୧୭ ଦିନ ଭିତରେ ଚାର୍ଜସିଟ ଦେବା, ୩୦୭ ଦଫା ନଲଗାଇ ଥାନାରୁ ବେଲ ଦେବା ପରି ଘଟଣାରେ କୋର୍ଟ ଭର୍ସନା କରି ଆଇଆଇସିଙ୍କୁ ଦଣ୍ଡିତ କରିଛନ୍ତି। ସୂଚନା ଯୋଗ୍ୟ, […]

ମଇ ୩୦ରେ ଭଞ୍ଜପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି ! ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି […]

ମୁମୁର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ  କର୍ମଚାରୀ ପବନ କୁମାର ବେହେରାଙ୍କ ମିଳିତ ଉଦ୍ୟମରେ କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ଉଲଗ୍ନ ଏବଂ ମୁମୁର୍ଷୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାରକରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଭର୍ତ୍ତି କରାଯାଇଛି । ପ୍ରକାଶ ଥାଉକି ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ଗାଡ଼ି ଡ୍ରାଇଭର ସୁଶାନ୍ତ କୁମାର ପଟ୍ଟନାୟକ (ସିତୁ) ଏବଂ ରେଡ୍‌କ୍ରସର ସଦସ୍ୟ […]

ଆଇନ ସେବା ପ୍ରାଧିକରଣ ସଚିବଙ୍କ ଆଶ୍ରୟସ୍ଥଳୀ ପରିଦର୍ଶନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡ ନୟାଗଡ଼ ତ୍ରିନାଥଛକ ଠାରେ ଅବସ୍ଥାପିତ ଆଶ୍ରୟ ସ୍ଥଳୀକୁ ଅଚାନକ ପରିଦର୍ଶନରେ ଯାଇ ଅନ୍ତେବାସୀ ଏବଂ ମ୍ୟାନେଜର ବର୍ଷାରାଣୀ ନେପକଙ୍କୁ ଭେଟି ଆଶ୍ରୟସ୍ଥଳୀର ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ । ସଚିବ ଆଶ୍ରୟସ୍ଥଳୀର ମ୍ୟାନେଜରଙ୍କୁ ପରିବେଶ ସ୍ୱଚ୍ଛତା ରଖିବାକୁ ତାଗିଦ୍ କରିଥିଲେ । ସେହିଭଳି ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ଅଚାନକ ଗସ୍ତକରି ଅନ୍ତେବାସୀଙ୍କୁଭେଟି ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ଏବଂ ବୃଦ୍ଧାଶ୍ରମର […]

ୟାଟ୍‌ସ ବିଜୟୀ ଏନଏସି ହାଇସ୍କୁଲ ଛାତ୍ରଙ୍କ ଇସ୍ରୋ ପରିଭ୍ରମଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନ ବା ୟାଟ୍‌ସରେ ବିଜୟୀ ହୋଇଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟ ରଞ୍ଜନ ମିଶ୍ର ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚର୍ଚ୍ଚିତ ଆହ୍ୱାନ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ଆଜିଠାରୁ ୫ଦିନିଆ ଇସ୍ରୋ ପରଦର୍ଶନରେ ବେଙ୍ଗାଲୁର ଗସ୍ତ କରିଛନ୍ତି । ତାଙ୍କ ସହିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଗାଇଡ ଶିକ୍ଷୟିତ୍ରୀ ଭାବେ ଯୋଗଦାନକରିଛନ୍ତି । ସୂଚନା ଯୋଗ୍ୟ ଗତ ଫେବୃଆରୀ […]

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୨୫ତାରିଖରେ ବିକ୍ଷୋଭ ତଥା ଗଣଧାରଣା

ନୟାଗଡ଼,(ଓଡ଼ିଶା ଦର୍ପଣ): ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୨୫ ତାରିଖ ଦିନ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ଗଣ ଧାରଣା ଦିଆଯିବ। ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖରେ ଏହି ଗଣ ଧାରଣା ଦିଆଯିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। ତେବେ ଭାରତ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ତଥା ଯୁଦ୍ଧ ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ବାରମ୍ବାର ଦାବି ପରେ […]

ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ: ପ୍ରମୋଦ ସଭାପତି, କିଷାନ ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଗଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଦାଶରଥି ସାହୁ ଏବଂ ଲକ୍ଷ୍ମୀଧର ମହାପାତ୍ର ଉପ ସଭାପତି,କିଷାନ କୁମାର ଦାସ ସମ୍ପାଦକ,ନଳିନୀକାନ୍ତ ମିଶ୍ର ଏବଂ ଭାଗିରଥି ଦାସ ଯୁଗ୍ମ ସମ୍ପାଦକ,କମଳ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ପ୍ରଦୋଷ ପଟ୍ଟନାୟକ,ଶିଭାଶିଷ ପଟ୍ଟନାୟକ ଆଇନ ପରାମର୍ଶ ଦାତା […]

ଓଟିଇଟିକୁ ଶିକ୍ଷକ ସଂଘର ବିରୋଧ

ନୟାଗଡ଼,( ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ଓଟିଇଟି ନିୟମକୁ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ ଅନୁଯାୟୀ ପଦୋନ୍ନତି ବେଳେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ଶିକ୍ଷକ ମାରଣ ନୀତି ଛଡା ଅନ୍ୟ କିଛି ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ୨୦୦୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଏଭଳି ନିୟମ ନିଯୁକ୍ତି ବିଜ୍ଞାପନରେ ନଥିବା ବେଳେ ନୂଆ ନିର୍ଦ୍ଦେଶନାମା ଦେଇଛନ୍ତି ସରକାର। ଯଦି […]

ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଦୁଇଜଣ ଶିକ୍ଷକ ଆଜି ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ  ଏକ ଗର୍ଭବତୀ କୁଟୁରାକୁ  ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ  ପ୍ରତାପ କୁମାର ପରିଡ଼ା ସ୍ଥାନୀୟ ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସେଠାରେ ଥିବା ଜଳାଶୟ ମଧ୍ୟରେ ଏକ କୁଟୁରା ପଡିଯାଇଥିବା ଦେଖିବାକୁ ପାଇଥିଲେ। ଶିକ୍ଷକ […]