ପ୍ରେସରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତୀକ ଧାରଣା, ଅପ୍ରେଲ ୯ରେ  ଜିଲାସ୍ତରୀୟ ଆନ୍ଦୋଳନ

ନୟାଗଡ଼,(ଓଡ଼ିଶା ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ   ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧିକାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ […]

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ସମ୍ବନ୍ଧରେ ତାଲିମ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ମିଶନ ପରିଚାଳନା ଶାଖା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନୟାଗଡ଼ଙ୍କ ମିଳିତ ସହଯୋଗରେ ଜିଲ୍ଲାପରିଷଦ ନୟାଗଡ଼ଙ୍କ ଡିପିଆର୍‌ସି ଗୃହରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ସମ୍ବନ୍ଧରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଓଡ଼ିଶା ଜୀବିକା ମିଶନର […]

ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କବି ଗୋଦାବରୀଶ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ […]

ସହିଦ୍ ଭଗତ ସିଂହ ଙ୍କ ବଳିଦାନ ଦିବସ ପାଳନ

ନୟାଗଡ଼,( ଓଡ଼ିଶା ଦର୍ପଣ ):ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟା ପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହ ଙ୍କ ବଳିଦାନ ଦିବସ ତା.୨୩.୩.୨୫ ରିଖରେ ପାଳନ କରାଯାଇଅଛି।ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ , ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ […]

୨୬ ତମ ବିଶ୍ଵ କବିତା ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ୟୁନେସ୍କୋ ଦ୍ଵାରା ୧୯୯୯ ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି l ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ l ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ […]

ଅଡିଟୋରିଅମରେ ନାହିଁ ବିଦ୍ୟୁତ ସଂଯୋଗ, ଅତ୍ୟଧିକ ଭଡ଼ା ବୃଦ୍ଧି ଯୋଗୁଁ ଉପଭୋକ୍ତା ବିମୁଖ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ରେ ପ୍ରତିଷ୍ଠିତ ପଠାଣି ସାମନ୍ତ ସଂସ୍କୃତି ଭବନ ଏହାର ଅବସ୍ଥିତି, ଆବଶ୍ୟକତା, ଆଧୁନିକୀକୃତ ଉତ୍କର୍ଷତା, ବିଶେଷ ଭାବରେ ମୁନିସିପାଲିଟିର ଏକ ମୂଲ୍ୟବାନ ସ୍ଥାୟୀ ସମ୍ପଦ ଭାବରେ ଅତ୍ୟନ୍ତ ଗୁରୁତ୍ବ ବହନ କରେ । ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ ସମ୍ପତ୍ତି ଅଚିରେ ପତନୋମୁଖୀ ହେବାର ଆଶଙ୍କା ରହିଛି  । ଏହି ଅଡିଟୋରିୟମକୁ ବିଦ୍ୟୁତ୍ ସଂଯୋଗ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ନକରିବା, ଏହାର ଭଡ଼ାକୁ ଅହେତୁକ ଭାବେ […]

ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ,ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତିକରି ଚାଲିଛି

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଆଜି  ପୂର୍ବାହ୍ନ ୧୦ ଘଣ୍ଟା  ସମୟରେ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ  ଅତିଥି ଭାବେ  ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ , ସମାଜସେବୀ ପ୍ରମୋଦ ପଟ୍ଟନାୟକ , କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗ ଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ […]

ସୁର ଗନ୍ଧର୍ବ ନବ କିଶୋର ମିଶ୍ର ଙ୍କ ସଂଗୀତ ସନ୍ଧ୍ୟା

ନୟାଗଡ଼,(ଓଡ଼ିଶା ଦର୍ପଣ): ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ପୂର୍ବବର୍ଷମାନଙ୍କ ପରି ‘ଘାରୁଛି କାଳିଆ ନିଶା’ ସଂଗୀତ ଅନୁଷ୍ଠାନ ତରଫରୁ ଏକ ସଂଗୀତ ଭିତିକ କାର୍ଯ୍ୟକ୍ରମ ମା’ ଦକ୍ଷିଣ କାଳୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି।ଏଥିରେ ଉଦଘାଟକ ରୂପେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ସଂଗୀତ ଗୁରୁ ପ୍ରଭାତ କୁମାର ଦାସ,କଣ୍ଠ ଶିଳ୍ପୀ ଜଗଦୀଶ ପ୍ରସାଦ ରଥ,ଆଶୁତୋଷ ମିଶ୍ର,ଲକ୍ଷ୍ମଣ କୁମାର ଖଟେଇ,ବିଷ୍ନୁପ୍ରିୟା ବେହେରା, ସୁଚିସ୍ମିତା ଦୋରା,ମାଧବ ଚନ୍ଦ୍ର ଡାକୁଆ,ଶ୍ଵେତପଦ୍ମା ସ୍ୱାଇଁ,ଚିନ୍ମୟ ବେହେରା,ପ୍ରତାପ ଆଚାର୍ଯ୍ୟ, […]

ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ:ରଣଜିତ ସଭାପତି, ସୁରେନ୍ଦ୍ର ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ରଣଜିତ ରଥ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ସାହୁ ଏବଂ କୋଷାଧକ୍ଷ ଭାବେ ସୁରେନ୍ଦ୍ର କୁମାର ଶତପଥୀ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଦୁର୍ଗାମାଧବ ଦୋରା, ସାହ ସମ୍ପାଦକ ଭାବେ ଦୁଇଜଣ ତପନ କୁମାର ସେଠୀ ଏବଂ ଆଶିଷ କୁମାର ସାମଲ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିକୁ ଜୀବନଜ୍ୟୋତି ସେଠୀ,ବଳଭଦ୍ର […]

ନୟାଗଡ଼ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧୁକରଣଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତବର୍ଷ ୨୦୨୫ର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭୧ଟିରୁ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୩୦,୦୦୦/- ଟଙ୍କା ପ୍ରଦାନ କରିବାପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସେହିପରି ୬୬ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା। ଏନ୍.ଆଇ. ଆକ୍ଟ କେସ୍ ୬୧ଟିରୁ ୮ଟି ଫଇସଲା […]

ଶିକ୍ଷକ ସହିଦ ଦିବସ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱର ଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ  ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ  ନୟାଗଡ଼ ଜିଲ୍ଲାର ଜଣେ ଶିକ୍ଷକ ଏବଂ ୩ ଜଣ ଶିକ୍ଷୟିତ୍ରୀ ପ୍ରାଣ ହରାଇଥିଲେ […]

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ)ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ପୌରୋହିତ୍ୟରେ ଜିଲ୍ଲା କୋର୍ଟ ପରିସରରେ ଶତାଧ‌ିକ ଗ୍ରାମୀଣ ଆଇନ ସଚେତନତା କର୍ମୀ, ସିଆରପି, ୱାନ୍‌ଷ୍ଟପ୍ ସେଣ୍ଟରର କର୍ମୀ ଏବଂ କୋର୍ଟ କର୍ମଚାରୀମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ସକାଳ ୯ଟା ସମୟରେ ନୟାଗଡ଼ ପୁରୁଣା କୋର୍ଟ ପରିସରରୁ ଏକ ଶୋଭଯାତ୍ରା ବାହାରି ଆନ୍ତର୍ଜାତୀୟ ମହିଳା ଦିବସର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂତନ ଜିଲ୍ଲା କୋର୍ଟକୁ […]