ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ମାନଙ୍କର ଶିଳ୍ପାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ବିଭିନ୍ନ ଶିଳ୍ପ କଳ କାରଖାନାକୁ ବ୍ୟବହାରିକ ଜ୍ଞାନ ଆହରଣ କରିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ପରିଦର୍ଶନରେ ଯାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟର କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରମାନେ ନିକଟସ୍ଥ ବିଦ୍ୟୁତ ଶକ୍ତି ସରବରାହ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ। ଏଠାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୨ ଟାରେ ପୁରସ୍କାର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାମ୍ବାଦିକତା କ୍ଷେତ୍ରରେ ସ୍ୱାଭିମାନକୁ ବଜାୟ ରଖିବା,ସଂଘୀୟ ବିଚାରାଧାରାକୁ ମଜବୁତ କରିବା,ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କିତ ଅନେକ ଆଲୋଚନା ହୋଇଥିଲା। ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସମାଜର ଉନ୍ନତି ପାଇଁ ସାମ୍ବାଦିକମାନେ ସଦା ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ ବୋଲି ବୈଠକରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାକକ୍ଷରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ଯୁବ ସମ୍ମେଳନ ମାଧ୍ୟମରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାଉ ଓ ଚିଲ ର ଉଦାହରଣ ଦେଇ ପ୍ରତ୍ଯେକ ଛାତ୍ରଛାତ୍ରୀ ହିଂସା ଇର୍ଷା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଶୁକ୍ରବାର ଦିନ ନବଘନପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଜୁନିୟର ବିଭାଗରୁ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ପ୍ରଥମ ହୋଇଥିବା ବେଳେ ସ୍ଵର୍ଣପ୍ରଭା ଜେନା ଦ୍ୱିତୀୟ ଏବଂ ରୁଦ୍ରନାରାୟଣ ସେଠି,ଚନ୍ଦନ ଜେନା,ପ୍ରଣବ କିଶୋର ନାୟକ,ପ୍ରତ୍ୟୁଷ ଅଂଶୁମାନ […]
ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ପାଣିପଇଲା ନିକଟସ୍ଥ ମିଲେନିୟମ ଏକାଡେମୀ ପରିସରରେ ଭାରତ ବିକାଶ ପରିଷଦ ତରଫରୁ ବନ ମହୋତ୍ସବ ପାଳନ ହୋଇ ଯାଇଛି। ପରିଷଦର ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ମିଲେନିୟମ ଏକାଡେମୀ ପରିସରରେ ପ୍ରାୟ ୨୦୦ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜ ହାତରେ ଏକ ଲିମ୍ବ ଗଛ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ମିଲେନିୟମ ଏକାଡେମୀର ଚେୟାରମ୍ୟାନ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ କୌଶଳୀ କର୍ମଶାଳା ସୋଲପଟା ଉଚ୍ଚବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ୪୦ ଜଣ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ । ନନ୍ଦିଘୋର ବାଳିକା ଉଚ୍ଚଵିଦ୍ୟାଳୟର ଗଣିତ ଶିକ୍ଷକ ମାନସ କୁମାର ସାହୁ ଓ ରଘୁଦିବାକର ନୋଡାଲ ଉଚ୍ଚବିଦ୍ୟାଳୟ, କନ୍ଧନୟାଗଡର ଗଣିତ ଶିକ୍ଷକ କ୍ଷୀରୋଧ ଚନ୍ଦ୍ର ରାଉତରାୟ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କର୍ମଶାଳାକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ମୋ’ସ୍କୁଲ ଅଭିଯାନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଜିଜ୍ଞାସା ପ୍ରଶିକ୍ଷଣ ଶିବିର ନୟାଗଡ଼ ଏନଏସି ହାଇସ୍କୁଲଠାରେ ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷିଣ ଶିବିରକୁ ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ଜଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ହାଇସ୍କୁଲ ସ୍ତରରେ ବିଦ୍ୟାର୍ଥି ମାନଙ୍କର ବିଜ୍ଞାନଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ତଥା ସେମାନଙ୍କ ଜିଜ୍ଞାସାର ସମାଧାନ ପାଇଁ ଉତ୍ସାହିତ କରିବା ସହିତ ବିଭିନ୍ନ ପ୍ରକାରର […]