ସେବା ଉତ୍ସବ ପକ୍ଷରୁ ଯୁବ ଉତ୍ସବ ଓ ମିନି ମାରାଥନ

ନୟାଗଡ଼ :- ଜାତୀୟ ଯୁବ ଦିବସ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲା ସ୍ଥରୀୟ ଯୁବ ଉତ୍ସବ ଓ ମିନି ମାରାଥନ – 2024 ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ “ଦେଶ ପାଇଁ ଯୁବକ” ର ବାର୍ତା ଦେଇ ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା l ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ସବୁଜ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ […]

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ପଞ୍ଚାନନ ବେହେରାଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ପଞ୍ଝା ରେ ନୟାଗଡ଼ ଏମଭି ଆଇ, ପଞ୍ଚାନନ ବେହେରାଙ୍କ କାର୍ଯ୍ୟାଳୟ ସମେତ 7ଟି ସ୍ଥାନ ରେ ଭିଜିଲାନ୍ସ ରେଡ, ଏହି ଚଢ଼ାଉ ରେ ଭିଜିଲାନ୍ସ ପକ୍ଷରୁ 6ଜଣ ଡ଼ିଏସପି,3ଜଣ ଇନିସପେକ୍ଟର 8ଜଣ ଏସ ଆଇ ଓ ଅନ୍ୟ୍ୟାନ୍ୟ ଷ୍ଟାଫ ମାନେ ସାମିଲ ହୋଇଛନ୍ତି,ନୟାଗଡ଼ ଅଫିସ ଓ ଭଡା ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଛି । ଭୁବନେଶ୍ବର ଶୈଳଶ୍ରୀବିହାରରେ ଦୁଇ ମହଲା କୋଠା, ପାଣ୍ଡରାରେ ଏକ ମହଲା କୋଠା ଠାବ ହୋଇଛି । […]

ଦଶପଲ୍ଲାରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,୭/୧: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଦଶପଲ୍ଲାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୪ରୁ ୨୪ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଶରତ କୁମାର ସାହୁ, ଡ.ଆଶୁତୋଷ ମିଶ୍ର ଏବଂ ଶୁଭଶ୍ରୀ ସନମ ଦାସ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ […]

ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ।

ଆଜି ନୂଆଗାଁ ଷ୍ଟେସନ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ 15 କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି । ଏହାକୁ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଦସପଲ୍ଲାକୁ ଆଜିଠୁ 4ଟି ଟ୍ରେନ୍ ଚଳାଚଳ କରିବ । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । 2ଟି ପାସେଞ୍ଜର ଏବଂ ଗୋଟିଏ ଲେଖା ଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁକୁ ନିୟମିତ […]

ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ : ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଯୁବ କ୍ରୀଡ଼ା ବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ନୂଆଗାଁ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ନୂଆଗାଁ ହାଇସ୍କୁଲ ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଛି । ବ୍ଲକ ବିଡ଼ିଓ ବାସୁଦେବ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ […]

ଦଶପଲ୍ଲା ଟ୍ରେନ ପାଇଁ ସମୟ ସାରଣୀ

ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନଂ ୦୮୪୩୦ ଦଶପଲ୍ଲା ରୁ ସକାଳ ୬:୩୦ରୁ ବାହାରିବ। ନୂଆଗାଁରେ ୬:୪୪ରେ ପହଞ୍ଚି ୬:୪୫ରେ ଛାଡିବ । ଏହା ପର ଷ୍ଟେସନ ଗୁଡିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ପହଞ୍ଚିବ ଏବଂ ଛାଡ଼ିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ନଂ ୦୮୪୨୯ ପୁରୀରୁ ସନ୍ଧ୍ୟା ୬:୦୦ରେ ବାହାରି ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ଗତି କରି ଦଶପଲ୍ଲାରେ ରାତ୍ରି ୧୦:୧୫ରେ ପହଞ୍ଚିବ। ଦଶପଲ୍ଲାରୁ ଭୁବନେଶ୍ୱର ଯିବାକୁ […]

କଣ୍ଟେଇମୁଣ୍ଡି ବାଇଗଣ ସମେତ ରାଜ୍ୟର ୮ ଉତ୍ପାଦକୁ ମିଳିଲା ଭୌଗଳିକ ସଂକେତ ଟ୍ୟାଗ

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । ଏହା ସହିତ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, ଏମ୍ବ୍ରୋଡରୀ ସାଲ୍‌, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ […]

କଣ୍ଟିଲୋର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜାତୀୟ ମାନ୍ୟତା

ନୟାଗଡ଼ ଜିଲ୍ଲା କଣ୍ଟିଲୋର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜାତୀୟ ମାନ୍ୟତା (GI Tag)I ଏହି ମର୍ଯ୍ୟାଦାଜନକ ମାନ୍ୟତା ଚେନ୍ନାଇ ଠାରେ ଥିବା କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ପ୍ରଦାନ କରାଯାଇଛି I ଏହା ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବର ବିଷୟ।

ନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ

ନୟାଗଡ଼,୨/୧: ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ।ନାଟକ ରଚନା କରିବା ସହ ନିର୍ଦ୍ଦେଶନା […]

ଶିକ୍ଷକମାନଙ୍କ ସମୃଦ୍ଧି ପ୍ରଶିକ୍ଷଣ ଶିବିର ଆରମ୍ଭ

ନୟାଗଡ଼,୨/୧: ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ବିଦ୍ୟାଳୟ ଶିକ୍ଷଣରେ ମାନ ନିର୍ଦ୍ଧାରଣ ଓ ମୂଲ୍ୟାୟନ ସମ୍ପର୍କିତ ସମୃଦ୍ଧି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଶିବିରର […]

ବୋରଓ୍ୱେଲରୁ ଉଦ୍ଧାର ଶିଶୁ କନ୍ୟା ହେଲା ନାମକରଣ

ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଏବେ ପୁରା ଫିଟ୍ । ଭୀମସାର ହସ୍ପିଟାଲରେ ହେଲା ଏକୋଇଶିଆ ଓ ନାମକରଣ । ମେଡିକାଲ ପକ୍ଷରୁ ଏହି ନାମକରଣ କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ସହ ସେ ବର୍ତ୍ତମାନ ଖେଳୁଥିବା ଡାକ୍ତରମାନେ କହିଛନ୍ତି । ପୂର୍ବରୁ ତା ଶରୀରରେ ଦେଖାଦେଇଥିବା ସମସ୍ତ ପ୍ରକାର ସମସ୍ୟା ଏବେ ଦୂର ହୋଇଛି ।ଶିଶୁ କନ୍ୟାର ନାଁ ବିଜୟିନୀ ଦିଆଯାଇଛି । ଏବେ ଭୀମସାରରେ ଚିକିତ୍ସାଧୀନ ରହିଛି ଶିଶୁକନ୍ୟା ।ଗତ […]

ଓ.ଏସ.ଇ.ଏଫ.ଡ଼ି ନୟାଗଡ଼ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ନୟାଗଡ଼,(ଓଡିଶା ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା […]

Odisha Darpan Digital