ନୟାଗଡ଼, (ଓଡ଼ିଶା ଦର୍ପଣ): ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଏନଏସି ହାଇସ୍କୁଲର ୨୦୦୯ ବ୍ୟାଚର ଛାତ୍ରୀ ଚିନ୍ମୟୀ ୭୯ତମ ସ୍ଥାନରେ ରହି ସଫଳତାର ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୯ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଚିନ୍ମୟୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ପିତା […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାର୍ଯ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ କରିବା ସହ ସଂସଦ ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନା ତଥା ଫଟୋଚିତ୍ର ସ୍ଥାପନା ନିମନ୍ତେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ ଙ୍କୁ ସାକ୍ଷାତ କରି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏଥିନିମନ୍ତେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ନୟାଗଡ଼ରେ ଆସନ୍ତା ୨୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ସ୍ଥାନୀୟ ଏନଏସି ହାଇସ୍କୁଲ ପରିସରରେରେ ପୂର୍ବାହ୍ନରେ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ପ୍ରତିଯୋଗୀ ମାନେ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ,ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଡ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୩ତମ ଜନ୍ମବାର୍ଷିକୀ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା ‘ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଅକ୍ଟୋବର ୨୨ରୁ ୨୪ ଯାଏଁ ରୁଷିଆର କଜାନ୍ଠାରେ ‘ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪’ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଶାରଦୀୟ ଦୁର୍ଗାପୂଜା ଅବସରରେ ନୟାଗଡ଼ ଜିଲ୍ଲାରେ ପୂଜା ପାଉଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ମାନଙ୍କ ମଧ୍ୟରେ ନୟାଗଡ଼ର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଶ୍ରେଷ୍ଠ ପୂଜା ମଣ୍ଡପ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ହାସଲ କରିଛି। ଜାତୀୟ ନିଉଜ ଚାନେଲ ନିଉଜ-୧୮ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦୁର୍ଗାପୂଜା ମଣ୍ଡପ ଠାରେ ନିଉଜ-୧୮ ଚାନେଲ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଶାରଦୀୟ ଦୁର୍ଗାପୂଜା ଅବସରରେ ଭଜନ ‘ମା’ଲୋ ସିଂହ ବାହିନୀ’ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ,ନୟାଗଡ଼ ଠାରେ ଲୋକାର୍ପିତ ଲୋକାର୍ପିତ ହୋଇଯାଇଛି। ‘ଶ୍ରୀ ସୃଜନ’ ସଂଗୀତାନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଏହି ଭଜନଟି ସଙ୍ଗୀତକାର କାଦମ୍ବିନୀ ମହାପାତ୍ର ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ଜୟଶ୍ରୀ ଦେବୀ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦିକା ଜୟଶ୍ରୀ ଦେବୀଙ୍କ ସମେତ ଅତିଥି ଭାବେ ଲକ୍ଷ୍ମୀଧର ସାହୁ,ଶେଖ୍ ଅବଦୁଲ୍ ଖାଲିକ୍,ଅଶୋକ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ସ୍ବତନ୍ତ୍ରତାର ସହିତ ପାଳନ କରାଯାଉଛି। ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରତ୍ୟେକ ଘରୁ ଚୂଲିଚାନ୍ଦା ଆଦାୟ ଏକ ପରମ୍ପରା ଭାବେ ଚାଲିଥିବା କାରଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ନୟାଗଡ଼ କଚେରୀ ବଜାର ଠାରେ ଥିବା ଦୁର୍ଗା ମଣ୍ଡପରେ ଚାଲିଥିବା ଏହି ଦୁର୍ଗାପୂଜାରେ ପ୍ରତ୍ୟହ ପ୍ରବଳ ଜନ […]
ନୟାଗଡ଼,(ଓଡ଼ିଶା ଦର୍ପଣ) ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, “ସେବା”, ନୟାଗଡ ଠାରେ “ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ” ପାଳିତ ହୋଇଯାଇଅଛି । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ମାନସିକ ଅବସାଦ ଗ୍ରସ୍ତ ଅନ୍ତେବାସୀ ମାନଙ୍କର ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ତତ୍ପରେ ଅନ୍ତେଃବାସୀ ମାନକୁ ନେଇ ଆଇନଗତ […]
