ନୟାଗଡ଼,(ଓଡ଼ିଶା ଦର୍ପଣ): ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ। ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀର, ମନ ଏବଂ ଆତ୍ମାକୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ। ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାରା ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା କୋଲହାନ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବାନନ୍ଦ। […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ମାଧ୍ୟମିକସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସଦର ମହକୁମାରେ ସି.ପି.ଆଇ.(ଏମ୍) ନେତୃତ୍ବରେ ପଟୁଆର ସହିତ ନୟାଗଡ଼ ସହର ପରିକ୍ରମା ପୂର୍ବକ ପାଲେଷ୍ଟାଇନ ସଂହତି ଦିବସ ପାଳନ କରାଯାଇଛି। ଆମେରିକା ମଦତପୁଷ୍ଟ ଯୁଦ୍ଧଖୋର ଇସ୍ରାଏଲ ଯେଭଳି ବର୍ଷାଧିକ କାଳ ପାଲେଷ୍ଟାଇନକୁ କବଳିତ କରିବାପାଇଁ ଆକ୍ରମଣ ଚଳାଇ ରଖିଛି, ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ହଜାରହଜାର ପାଲେଷ୍ଟାଇନୀୟ ସାଧାରଣ ନାଗରିକ, ଛୋଟଶିଶୁ, ବୃଦ୍ଧ ବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀଙ୍କୁ ହତ୍ୟା କରୁଛି,ତାହାର ପ୍ରତିବାଦରେ ବାମପନ୍ଥୀ ଦଳଙ୍କ ପକ୍ଷରୁ ଆହୂତ ଦେଶବ୍ୟାପୀ କାର୍ଯ୍ୟକ୍ରମର ଆଧାରରେ ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଓଡ଼ଗାଁରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରେସପ୍ଲସ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ଏବଂ ଚଳଚ୍ଚିତ୍ର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ କଳା ସମାଜ ଆନୁକୁଲ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧୀ ଆଲୋଚକ ଡକ୍ଟର ବିଜୟ କୁମାର ଚୈ।ଧୁରୀ ଯୋଗ ଦେଇ ‘ଗାନ୍ଧୀ ବିଚାର;ସମକାଳ ପ୍ରାସଙ୍ଗିକତା’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧୁନିକ ସମାଜରେ ଗାନ୍ଧୀ ଚେତନାର ଉପଯୋଗିତା ତଥା ଦୈନନ୍ଦିନ ଜୀବନରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉପରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ […]
ନୟାଗଡ଼(ଓଡ଼ିଶା ଦର୍ପଣ): ଗତ ବର୍ଷ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରୁ ପୁନର୍ବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମାଜରେ ନୂତନ ପରିଚୟ ସୃଷ୍ଟି କରାଇବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଗତ ବର୍ଷ ଠାରୁ ଏହି ଅଭିନବ ଉଦ୍ୟମ ଆରମ୍ଭ […]
ନୟାଗଡ଼, (ଓଡ଼ିଶା ଦର୍ପଣ): ଦଶପଲ୍ଲା ରାମମନ୍ଦିର ପରିସରରେ ଜିଲ୍ଲା ଏବଂ ଦୌରାଜଜ୍ ତଥା ଜିଲ୍ଲା ଆଇସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା ଆଇସେବା ପ୍ରାଧିକରଣତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇବରିଷ୍ଠ ନାଗରିକମାନଙ୍କ ପାଇଁ ଆଇନ୍ରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୫ ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ୭୮ ବର୍ଷ ଦେଶ ସ୍ୱାଧୀନତା ସ୍ମାରକୀ ଭାବେ ୭୮ ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ସହ ଗାନ୍ଧୀ ବିଚାରଧାରା କୁ ସମ୍ମାନ ଦେଉଥିବା ଶହଶହ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକ ଯାଏଁ ଆସିଥିଲେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ଶିକ୍ଷା ଅମଲା ସଂଘ,ନୟାଗଡ଼ ଜିଲ୍ଲା ଶାଖାର ଚତୁର୍ଥ ଅଧିବେଶନ ନବଘନପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରତିଷ୍ଠାନ ଅଧିକାରୀ ହାଡ଼ିବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅମଲା ସଂଘର ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ଶ୍ରୀଧର କୁମାର ସାହୁ,ସହ ସମ୍ପାଦକ କ୍ଷୀରୋଦ କୁମାର ସାହୁ,କୋଷାଧ୍ୟକ୍ଷ ରଜତ କୁମାର ହରିଚନ୍ଦନ,ରାଜ୍ୟ ଶିକ୍ଷା ଅମଲା ସଂଘର ଯୁଗ୍ମ ସମ୍ପାଦକ ଋତୁରାଜ […]
ଓଡ଼ଗାଁ,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବ । ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି । ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଗୃହ ନୟାଗଡ଼ ପୁରୁଣା ସହର ଠାରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ବୃନ୍ଦାବନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ […]
