ଶେଷ ହେଲା ଚଳିତ ବର୍ଷର ମୌସୁମୀ ଅଧିବେଶନ

ସମୟ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଆଜି ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି । ମୂଳ କାର୍ଯ୍ୟସୂଚୀ ଅନୁସାରେ ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ଲଗାତାର ହଙ୍ଗାମା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଆଜି ଅଧିବେଶନର ଆଗୁଆ ସମାପ୍ତି ହୋଇଛି ।ତେବେ ଏହି ଅଧିବେଶନ ଶେଷରେ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଏହା ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ମୋଟ ୫ କାର୍ଯ୍ୟ ଦିବସ ରହିଥିଲା । ସହିଦ ଓ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା। ଅଧିବେଶନରେର ଅନେକ ବିଲ ଆସିଲା। ପ୍ରଶ୍ନୋତ୍ତର ଆଲୋଚନା ହେଲା। ଜନବିଶ୍ୱାସ ବିଲ୍ ୨୦୨୬ ମଧ୍ୟ ପାରିତ ହେଲା । ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଦଳ, ଗଣମାଧ୍ୟମ ଏବଂ ସରକାରୀ ପଦାଧିକାରୀ, ନିରାପତ୍ତା କାର୍ଯ୍ୟରେ ଥିବା ପୋଲିସ ଓ ବିଧାନସଭା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢନ୍ତୁ