ଗୁଟଖା, ପାନମସଲା, ସିଗାରେଟ୍ ଓ ବିଡ଼ିରୁ ରାଜକୋଷକୁ ମିଳିଛି ହଜାର ହଜାର କୋଟି ଟଙ୍କାର ଟିକସ । ଗତ ୧୦ ବର୍ଷରେ ଏସବୁ ତମାଖୁଜାତ ଦ୍ରବ୍ୟରୁ ୭ ହଜାର ୩୪୬ କୋଟି ୩୧ ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇଛି ।ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।ଅନ୍ୟପଟେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସୁଛି ପାନମସଲା, ଗୁଟଖା ଓ ସିଗାରେଟ୍ । ଗତ ୧୦ ବର୍ଷରେ ୧୯ଟି ରାଜ୍ୟରୁ ୧୧ ହଜାର ୨୦୫ କୋଟି ୬୨ ଲକ୍ଷ ୨୯ ହଜାର ୫୬୫ ଟଙ୍କାର ଗୁଟଖା, ପାନମସଲା ଓ ସିଗାରେଟ୍ ଓଡ଼ିଶାକୁ ଆସିଛି । ସର୍ବାଧିକ ପଶ୍ଚିମବଙ୍ଗରୁ ୬୬୮ କୋଟି ଟଙ୍କାର ଗୁଟଖା ଓ ପାନମସଲା ଆସିଛି । ସେହିପରି ଦେଶ ବାହାରୁ ପ୍ରାୟ ୭ କୋଟି ଟଙ୍କାର ତମାଖୁ ଓଡ଼ିଶାକୁ ଆସିଥିବା ତଥ୍ୟ ଦିଆଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ମିଳିଛି ।
