ମା ବାଗଦେଵୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଶିମିଳିସାହି ଖେଳ ପଡିଆ ରେ ମା ବାଗଦେବୀ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ୬ଦିନ ଧରି ଚାଲିଥିବା ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ପ୍ରଥମେ ଖାଲମଡା କ୍ରିକେଟ କ୍ଳବ୍ ୧୫ ଓଭର ୮ ୱିକେଟ ହରାଇ ୧୬୨ ରନ କରିଥିଲେ। ଏହାର ଜବାବରେ ଶିମିଳିସାହି କ୍ରିକେଟ କ୍ଳବ୍ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୮୦ ରନ କରି ମ୍ୟାଚ ହାରିଯିବ ସହ ଖାଲମଡା […]

ଭାରତ ବିକାଶ ପରିଷଦ ତରଫରୁ ବାଳିକାଙ୍କୁ ପୁସ୍ତକ ବଣ୍ଟନ

ନୟାଗଡ଼,(ଓଡିଶା ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ‘ତପସ୍ୟା’ ଶିଶୁ ଗୃହ ରେ ପ୍ରଥମ କରି କଲେଜ କୁ ଯାଇଥିବା ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା ଓ ଚଳିତ ବର୍ଷ ମାଟ୍ରିକ ପାସ କରିଥିବା ପିଲାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଚିବ ଘନଶ୍ୟାମ ସାହୁ, ପିଲାମାନଙ୍କୁ ସହାୟତା କରିଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଗୋବିନ୍ଦ […]

ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ଓଡିଶା ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ସମଗ୍ର ନୟାଗଡ଼ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା କେଶବ ପରିଡ଼ାଙ୍କୁ ତାଙ୍କ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶରଣକୁଳ ନିକଟବର୍ତ୍ତି ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ମାଟ୍ରିକରେ ସମୁଦାୟ ୬୦୦ ମାର୍କରୁ ୫୭୮ ମାର୍କ ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏହି ବିଦ୍ୟାଳୟର ଏ-୧ ରଖି କୃତିତ୍ୱର ସହିତ ମାଟ୍ରିକ ପାସ କରିଥିବା ଅନ୍ୟ ତିନିଜଣଙ୍କୁ […]

ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ଗାଁ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଯୁକ୍ତ ୩ ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ସଭାରେ ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ପ୍ରଦୀପ୍ତ କୁମାର ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଣ୍ଟିଲୋ କଲେଜ ଉଦ୍ଭିଦ ବିଭାଗ ବିଭାଗୀୟ ମୁଖ୍ୟ ସୁଜଳ କୁମାର ମହାରଣା ମୁଖ୍ୟ ଅତିଥିଭାବେ ଯୋଗ ଦେଇ […]

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚେସ ଆସୋସିଏସନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି […]

ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାରିବେ ଆଉ ଦୁଇ ମନ୍ତ୍ରୀ

ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଏଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଏହି ସମୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି ତାହା […]

ମିଲର ଧାନ ନ ନେବାରୁ ଉତ୍ତେଜନା, ସଭାପତି ସମ୍ପାଦକଙ୍କୁ ଅଟକ ରଖିଲେ ଚାଷୀ

ନୟାଗଡ଼,(ଓଡିଶା ଦର୍ପଣ) ବିଜୟ ଲକ୍ଷ୍ମୀ ରାଉତ: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ […]

ମହାନ ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ […]

ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର,(ଓଡିଶା ଦର୍ପଣ): ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଗତ ସପ୍ତାହେ ହେଲା ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଅପରାହ୍‌ଣରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା

ନୟାଗଡ଼,(ଓଡିଶା ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ସେହି ଓଡିଶାର ମହାନାୟକ ଗାନ୍ଧୀ ଙ୍କ ପ୍ରିୟ ଓଡିଆ ଶ୍ରୀ ମିଶ୍ର ଙ୍କର ୧୩୩ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ନୟାଗଡ଼ ବ୍ଳକ ସଭାଗୃହରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୂଜା କମିଟି ନୟାଗଡ଼ ର […]

ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ଜାତୀୟ ସେବା ଯୋଜନା ଉଦଯାପିତ

ବୋଲଗଡ଼,(ଓଡ଼ିଶା ଦର୍ପଣ) : ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଯୁଗ୍ମ ବିଭାଗର ୭ ଦିନିଆ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପ୍ରମୋଦିନି ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ 25 ତାରିଖରୁ ଆରମ୍ଭ ହୋଇ ଆଜି ଏହା ଉଦଯାପିତ ହୋଇଯାଇଛି l ଉକ୍ତ ଶିବିରକୁ କଲେଜ ଅଧକ୍ଷ ଶେଖ ଅବଦୁଲ ରହିମ ଉଦଘାଟନ କରିବା ସହ ଶିବିର ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶରେ […]

ପାଳିତ ହେଲା ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ

ନୟାଗଡ଼,(ଓଡିଶା ଦର୍ପଣ): ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାକ୍ରମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ବୈଠକ ଡିସେମ୍ବର ୩୦ ତଥା ୩୧ ତାରିଖରେ କଟକର ଇଦଘା ପଡିଆ ଠାରେ ଅନୁଷ୍ଠିତ ହୋଇ ସେତେବେଳେ ଖଣ୍ଡ ବିଖଣ୍ଡିତ ଥିବା ଓଡ଼ିଶାକୁ ଏକାଠି କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ପ୍ରୟାସ […]

Odisha Darpan Digital