ଶ୍ରୀ ସୃଜନ ପକ୍ଷରୁ ଭଜନ ‘ରଜ ପାନ ଭାଙ୍ଗିଲି’ ଲୋକାର୍ପିତ

ନୟାଗଡ଼,(ଓଡ଼ିଶା ଦର୍ପଣ):’ଶ୍ରୀସୃଜନ’,ନୟାଗଡ଼ ଦ୍ବାରା ପ୍ରସ୍ତୁତ ଏକ ଭଜନ,”ରଜ ପାନଭାଙ୍ଗିଲି” ,ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ,ନୟାଗଡ଼ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର  ଚୌଧୁରୀ,ସୁରଗନ୍ଧର୍ବ ନବକିଶୋର ମିଶ୍ର,  ସମାଜସେବୀ ପ୍ରମୋଦ ପଟ୍ଟନାୟକ,  ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, କଣ୍ଠ ଶିଳ୍ପୀ ପ୍ରଶାନ୍ତ ଦାସ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ଅନନ୍ୟା, ବିଜୟାନନ୍ଦ ମହାପାତ୍ର, ଦିଲ୍ଲୀପ ସାହୁ, ଆନନ୍ଦ ଦାସ, ପ୍ରଦୀପ୍ତ ଡାକୁଆ, ଲକ୍ଷ୍ମୀଧର […]

ବାଇକ ଦୁର୍ଘଟଣାରେ ବିଦ୍ୟାଳୟ କିରାଣୀଙ୍କ ମୃତ୍ୟୁ

ନୟାଗଡ଼,(ଓଡ଼ିଶା ଦର୍ପଣ): ଏକ ବାଇକ ଦୁର୍ଘଟଣାରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲର କାର୍ଯ୍ୟରତ କିରାଣୀ ଦିବାକର ତ୍ରିପାଠୀ(୪୬)ଙ୍କ ମୃତ୍ୟୁ ଘଟିଛି। ଆଜି ପୂର୍ବାହ୍ନରେ  ଭୁବନେଶ୍ୱର ବୋର୍ଡ଼ ଅଫିସକୁ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ବିଦ୍ୟାଳୟ କାର୍ଯ୍ୟରେ ନିଜ ବାଇକରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟ ପିତାପଲ୍ଲୀ ଛକ ନିକଟରେ ସାମନା ପଟୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର […]

ଡ.ବିପିନ ପଟ୍ଟନାୟକ ନୟାଗଡ଼ କଲେଜର ନୂତନ ଅଧ୍ୟକ୍ଷ

ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ. ବିପିନ କୁମାର ପଟ୍ଟନାୟକ  ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଶ୍ବିନୀ କୁମାର ନାୟକ ଗତକାଲି ଅବସର  ଗ୍ରହଣ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଡ. ପଟ୍ଟନାୟକ ଜଣେ ଛାତ୍ର ବତ୍ସଳ ଏବଂ ସୁ ଅଧ୍ୟାପକ ଭାବେ ବେଶ ଜଣାଶୁଣା ଥିବା […]

ଏ-୧ ପାଇଥିବା ଏନଏସି ହାଇସ୍କୁଲ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଶିକ୍ଷାଧିକାରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ସରକାରୀ ହାଇସ୍କୁଲର ଛାତ୍ର ମିଲନ ପ୍ରସାଦ ସାହୁ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୪ ନମ୍ବର ରଖି ଏ-୧ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଆଜି ପୂର୍ବାହ୍ନରେ ବିଦ୍ୟାଳୟରେ ପହଞ୍ଚି ସମ୍ପୃକ୍ତ ଛାତ୍ରଙ୍କୁ  ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ,ବରିଷ୍ଠ […]

ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ବାଜିମାତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ଉପଲକ୍ଷେ ଆଜି ଅପରାହ୍ନ ୦୨ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ […]

କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ନୀରଜ । ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ ସେ ଅଂଶଗ୍ରହଣ କରି ନ ଥିଲେ। ଡିପି ମନୁ ୮୨.୦୬ ମିଟର ଫିଙ୍ଗି […]

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ନୟାଗଡ ଜିଲ୍ଲାରେ  ୩୮୯୭ ଟି ମାମଲା ଫଇସଲା

ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୬ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି  ୬୦ ଟି ଦେୱାନି […]

ଜିଲ୍ଲାପାଳଙ୍କ ଦ୍ଵାରା ନିର୍ବାଚନ ସମୀକ୍ଷା ବୈଠକ

ନୟାଗଡ଼, (ଓଡ଼ିଶା ଦର୍ପଣ): ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ଆର.ଓ, ଏ.ଆର.ଓ, ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାର ନିର୍ବାଚନ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ମେ ୨୦ ଓ ମେ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ କିପରି ସମସ୍ତଙ୍କ ସହଯୋଗରେ ସ୍ଵଚ୍ଛ, ନିରପେକ୍ଷ ଭାବରେ ସମ୍ପନ୍ନ ହୋଇପାରିବ, […]

ରଣପୁର ପାଇଁ ସି.ପି.ଆଇ.(ଏମ୍)ର ପ୍ରାର୍ଥୀପତ୍ର ଦାଖଲ

ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରମିକ ଦିବସ ଅବସରରେ ମଇ ପହିଲାଦିନ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଯୁବ ସଙ୍ଗଠନ ଡି. ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶତାଧିକ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ କମ୍ରେଡ୍ ସରୋଜ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣୀ ଅଫିସର ଦିଲ୍ଲୀପ କୁମାର ବଳଙ୍କ ପାଖରେ ମନୋନୟନ ପତ୍ର ଦାଖଲ କରିଛନ୍ତି। ବିଜେପି ବିଜେଡ଼ିର ଭାଗିଦାରୀ ପ୍ରଜାଶୋଷଣକୁ ପ୍ରତିହତ କରି କୃଷକ-ଶ୍ରମିକ ସପକ୍ଷବାଦୀ ଗଣାଭିମୁଖୀ […]

ବିଶ୍ୱ ହାସ୍ୟ ଦିବସରେ ହେବାକୁ ଥିବା ହସି-ହସାଅ କାର୍ଯ୍ୟକ୍ରମ ସ୍ଥଗିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଶ୍ଵ ହାସ୍ୟ ଦିବସ -୨୦୨୪ ଉପଲକ୍ଷେ ମଇ ମାସ ପ୍ରଥମ ରବିବାର ୫ ତାରିଖ ଦିନ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ପାଳିତ ହେବାକୁ ଥିବା “ ହସି-ହସାଅ” କାର୍ଯ୍ୟକ୍ରମ ଏବଂ ଉତ୍କଳଘଣ୍ଟ ହାସ୍ୟ ରସିକ ଉପାୟନ ପ୍ରଦାନ ଉତ୍ସବ ସ୍ଥଗିତ ରଖାଗଲା ବୋଲି ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସମ୍ବାଦ ଓ ଆମ ଓଡିଶା ପରିବାର ତରଫରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ସର୍ବପ୍ରଥମେ ମଧୁବାବୁଙ୍କ ପ୍ରତିଛବିରେ ଧୂପପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନେ […]

ପ୍ରତ୍ୟହ ବିଜେଡିରେ ମିଶୁଛନ୍ତି  ବିରୋଧୀ ପକ୍ଷର  ନେତା ଓ କର୍ମୀ

ନୟାଗଡ଼, (ଓଡ଼ିଶା ଦର୍ପଣ): ପ୍ରତ୍ୟେକ ଦିନ ବିରୋଧୀ ପକ୍ଷରୁ କର୍ମୀ ଓ ନେତା ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ହଜାରରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି […]