ବିଜୟଙ୍କ ବୈବାହିକ ଜୀବନରେ ଝଡ଼ :ଅବୈଧ ସମ୍ପର୍କ ଅଭିଯୋଗରେ ସ୍ତ୍ରୀ ଦେବେ ଛାଡପତ୍ର!

ସୁପରଷ୍ଟାର୍ ଥାଲାପତି ବିଜୟଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ଥାଲାପତିଙ୍କ ସିନେମା ‘ଜନ ନାୟାଗନ’ ଜାନୁଆରିରେ ରିଲିଜ୍ ହେବାର ଥିଲା କିନ୍ତୁ ବିବାଦ କାରଣରୁ ସିନେମାଟି ଅଧାରେ ଅଛି । ହେଲେ ଏବେ ଖବର ଆସୁଛି ଯେ ବିଜୟଙ୍କ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିଛନ୍ତି । ୨୭ ବର୍ଷର ଲମ୍ବା ସଂପର୍କ ପରେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଛନ୍ତି ପତ୍ନୀ ସଙ୍ଗୀତା । ପ୍ରକୃତରେ, ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ […]

ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦେବରକୋଣ୍ଡାଙ୍କ ପିତାମାତାଙ୍କୁ ଏକ ଚିଠିରେ ସମ୍ବୋଧିତ କରିଛନ୍ତି । ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା […]

ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।କୋର୍ଟ କହିଥିଲେ ଯେ ଯଦି ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ। ଯଦି […]

ଆଜି କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଅନ୍ତିମ ବିଦାୟ

ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । ଗତ ଗୁରୁବାର ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ […]

ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନ ସ୍ଥଗିତ

ବଲିଉଡ୍ ଷ୍ଟାର ହାସ୍ୟ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ବଢିବାରେ ଲାଗିଛି ଅଡୁଆ । ମାମଲାରୁ ମୁକୁଳିବାରେ ବଦଳରେ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ […]

ମଞ୍ଚସ୍ଥ ହେଲା ସଂସ୍କାରଧର୍ମୀ ନାଟକ “ନିଜ ନିଜର ଆକାଶ”

ସିରିୟସ ଜୋନ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ତୃତୀୟ ନାଟକ ଉତ୍ସବରେ ମଞ୍ଚସ୍ଥ ହୋଇ ଯାଇଛି କୈଳାସ ଓଝାଙ୍କ ସଂସ୍କାରଧର୍ମୀ ନାଟକ ‘ନିଜ ନିଜର ଆକାଶ’। ନାଟକର କାହାଣୀରେ ନିଜର ଏକମାତ୍ର ପୁଅ ସୋମେଶର ଭବିଷ୍ୟତ ଗଢ଼ିବା ପାଇଁ ଧାର କରଜ କରି ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ବାସୁଦେବ ଅବସର ଗ୍ରହଣ ପରେ ଆର୍ଥିକ ଅନାଟନର […]

ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକମହୋତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି […]

ଆଜି ଅଭିନେତ୍ରୀ ୱାହିଦାଙ୍କ ୮୮ ତମ ଜନ୍ମଦିନ

ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନ ଫେବୃଆରୀ ୩, ୨୦୨୬ରେ ତାଙ୍କର ୮୮ ତମ ଜନ୍ମଦିନ ପାଳନ କରୁଛନ୍ତି । ‘କାଗଜ କେ ଫୁଲ,’ ‘ପ୍ୟାସା ଏବଂ ‘ଗାଇଡ୍’ ଭଳି କ୍ଲାସିକ୍ ଫିଲ୍ମରେ ତାଙ୍କର ସ୍ମରଣୀୟ ଭୂମିକା ପାଇଁ ଜଣାଶୁଣା । ୱାହିଦା ରେହମାନ ତେଲୁଗୁ ସିନେମାରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୫୫ ର ଚଳଚ୍ଚିତ୍ର ‘ରୋଜୁଲୁ ମାରାଇ”, ଯେଉଁଥିରେ ସେ ଏକ ଗୀତରେ ଡ୍ୟାନ୍ସର ଭାବରେ ମଧ୍ୟ ଅଭିନୟ […]

ଭଜନ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ଲୋକାର୍ପିତ

ନୟାଗଡ,(ଓଡ଼ିଶା ଦର୍ପଣ): ଭଜନ ସଙ୍ଗୀତ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଲୋକାର୍ପିତ ହୋଇଯାଇଛି । ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ରଚନା ଓ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ନାଟ୍ୟକାର […]

କରୁର ଦଳାଚକଟା ମାମଲା : ଥାଲାପତି ବିଜୟଙ୍କୁ ପଚରାଉଚରା କରୁଛି CBI

ଟିଭିକେ ନେତା ତଥା ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । କରୁର ଦଳାଚକଟା ମାମଲାରେ ପଚରାଉଚରା କରୁଛି ସିବିଆଇ । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର ।ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯିବ । ସଂସ୍ଥାକୁ […]

ଶିଘ୍ର ଆସୁଛି “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର

ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି l ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏକ ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ଦିନରେ ଦେଖିବେ ଓଡ଼ିଆ ଦର୍ଶକ l “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର l ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲା ଏବଂ ବ୍ୟବସାୟିକ ସଫଳତା ମଧ୍ୟ […]

ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୧ରେ ନୟାଗଡ଼ ବ୍ଲକ ଅଡିସନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ସିଜିନ-୩ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ନୟାଗଡ଼ରେ ଆସନ୍ତା ୧୧ ତାରିଖ ରବିବାର ଦିନ ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେରେ ପୂର୍ବାହ୍ନରେ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ।  ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ […]