ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ କେଶ ଲଣ୍ଡା ହେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତାଙ୍କ ପୁଅର ସୁରକ୍ଷାର ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି।କଲ୍ୟାଣ ଦମ୍ପତିଙ୍କ ପୁଅ ମାର୍କ ଶଙ୍କର ସମ୍ପ୍ରତି ସିଙ୍ଗାପୁରରେ ଏକ ଗ୍ରୀଷ୍ମ ଶିବିରରେ ଯୋଗଦେବା ସମୟରେ ଏକ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏପ୍ରିଲ 8 ତାରିଖରେ ଘଟିଥିବା […]
ପୁଣି ଭାଇଯାନଙ୍କୁ ମିଳିଲା ହତ୍ୟା ଧମକ। ଏହାର ସିଧା ଘରେ ପଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଛି। ଏଥିସହିତ ସଲମାନ ଖାନଙ୍କ କାର ଉପରେ ମଧ୍ୟ ବୋମା ମାଡ଼ କରିବାର ନୂଆ ଧମକ ଦେଇଛି ଦୃର୍ବୁତ୍ତ। ସେପଟେ ଏନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। କିଏ ଏଭଳି ଧମକ ପଠାଇଛି, ତଦନ୍ତ ଚଳାଇଛି ପୋଲିସ।ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି। ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି ଏବଂ […]
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏବେ ତାଙ୍କର ସଂସଦୀୟ ଦାୟିତ୍ୱ ଏବଂ ଫିଲ୍ମ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ କଙ୍ଗନାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।ହେଲେ ଏବେ କଙ୍ଗନା ଏକ ବଡ଼ ଖୁଲାସା କରିଛନ୍ତି। କଙ୍ଗନା ରାନାୱତ ଦାବି କରିଥିଲେ ଯେ ତାଙ୍କ ମନାଲିର ଖାଲି ଘରେ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ମିଳିଛି। ଏହି ସମୟରେ, ହିମାଚଳ ପ୍ରଦେଶ […]
ସାଉଥ ସିନେମାର ଲୋକପ୍ରିୟ ଅଭିନେତା ପ୍ରଭାସ। ତାଙ୍କର ଉତ୍କୃଷ୍ଟ ଅଭିନୟ-ଆକ୍ସନ ସମସ୍ତଙ୍କ ହୃଦୟ ଜିତିଛି। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍ ପ୍ରସଙ୍ଗ ହୋଇ ରହିଥାଏ। ହାଇଦ୍ରାବାଦର ଏକ ବଡ଼ ବ୍ୟବସାୟୀଙ୍କ ଝିଅଙ୍କ ସହ ପ୍ରଭାସଙ୍କ ବିବାହ ନିଶ୍ଚିତ ହୋଇଥିବା କୁହାଯାଉଛି। ଅଭିନେତାଙ୍କୁ ୪୫ ବର୍ଷ ହେଲାଣି। ଏଣୁ ଘର ଲୋକେ ଶୀଘ୍ର ବିବାହ କରିନେବାକୁ ଚାହୁଁଛନ୍ତି। ଏବେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି।ତେବେ ପ୍ରଭାସଙ୍କ ବିବାହକୁ ନେଇ […]
ଆରପାରିରେ ଓଲିଉଡ୍ର ଭେଟେରାନ୍ ଆକ୍ଟର ଉତ୍ତମ ମହାନ୍ତି । ୬୭ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଖି ବୁଜିଛନ୍ତି ଉତ୍ତମ ମହାନ୍ତି । ତେବେ ଉତ୍ତମଙ୍କ ଦେହାନ୍ତରେ ପୁରା ଓଲିଉଡ୍ରେ ଖେଳିଯାଇଛି ଶୋକର ଛାୟା ।ମୁଖ୍ୟମନ୍ତ୍ରୀ,, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଆଦି ଅନେକ ବ୍ୟକ୍ତି ନିଜ ନିଜର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ […]
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ ହୋଇଥିଲା। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ […]
ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି, ତଥାପି କଳ୍ପନାଜଳ୍ପନା ଚାଲିଛି। ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନରୁ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନ ସ୍ୱଭାବିକ ନାହିଁ । ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ […]
ଓଡ଼ିଆ ସିନେ ଅଭିନେତା ତଥା ନାୟକ “ସୋହମ ସିଂ” ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଧିରେ ଧିରେ ସେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର କହିଛନ୍ତି। ସୋହମ ସିଂ ପ୍ରକୃତରେ ନିଜର ଫିଟନେସକୁ ଗୁରୁତ୍ୱ ଦିଅନ୍ତି। ହଠାତ୍ ତାଙ୍କର ଏହି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ସୋହମଙ୍କ ଆଉ ଏକ ବଡ଼ ବଜେଟର […]
ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ମାଲାମାଲ୍ ୱିକଲି , ହଙ୍ଗାମା , ଢ଼ୋଲ୍ , ହେରାଫେରୀ ଭଳି ଅନେକ ସିନେମାରେ ନଜର ଆସି ଲୋକଙ୍କୁ ହସି ହସି ବେଦମ୍ କରାଇଥିବା ଟିକୁଙ୍କ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାକୁ ନେଇ ସାଥୀ କଳାକାର […]
ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା । ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସେହି ଫିଲ୍ମ ଜରିଆରେ ତାଙ୍କ ବିରୋଧରେ ବର୍ଷା ମିଛ ଅଭିଯୋଗ ଆଣିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ତେଣୁ ବର୍ଷା […]
ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି ।ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା […]
କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍’ ୯୭ତମ ଏକାଡେମୀ ଆୱାର୍ଡ (ଅସ୍କାର) ଦୌଡ଼ରୁ ବାଦ୍ ପଡ଼ିଛି। ଫିଲ୍ମଟି ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଶେଷ ୧୫ରେ ସ୍ଥାନ ପାଇବାରେ ବିଫଳ ହୋଇଛି।ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । କିନ୍ତୁ ‘ଲାପତା ଲେଡିଜ୍’ ଏହି ବର୍ଗରେ ମନୋନୀତ ୧୫ ଟି ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ନିଜର ସ୍ଥାନ […]
