ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ଆରପାରିରେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ଉତ୍ତମ ମହାନ୍ତି । ୬୭ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଖି ବୁଜିଛନ୍ତି ଉତ୍ତମ ମହାନ୍ତି । ତେବେ ଉତ୍ତମଙ୍କ ଦେହାନ୍ତରେ ପୁରା ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା ।ମୁଖ୍ୟମନ୍ତ୍ରୀ,, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଆଦି ଅନେକ ବ୍ୟକ୍ତି ନିଜ ନିଜର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ […]

ସର୍ବଦା ଓଡ଼ିଆ ଦର୍ଶକଙ୍କ ମନରେ ରହିବେ ଉତ୍ତମ ମହାନ୍ତି

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିଅର୍‌ ଆରମ୍ଭ ହୋଇଥିଲା। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ […]

ବଲିଉଡ ଷ୍ଟାର ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ?

ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍‌ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି, ତଥାପି କଳ୍ପନାଜଳ୍ପନା ଚାଲିଛି। ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନରୁ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନ ସ୍ୱଭାବିକ ନାହିଁ । ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ […]

ହୃତଘାତର ଶିକାର ହେଲେ ଓଡ଼ିଆ ଅଭିନେତା ସୋହମ ସିଂ

ଓଡ଼ିଆ ସିନେ ଅଭିନେତା ତଥା ନାୟକ “ସୋହମ ସିଂ” ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଧିରେ ଧିରେ ସେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର କହିଛନ୍ତି। ସୋହମ ସିଂ ପ୍ରକୃତରେ ନିଜର ଫିଟନେସକୁ ଗୁରୁତ୍ୱ ଦିଅନ୍ତି। ହଠାତ୍ ତାଙ୍କର ଏହି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ସୋହମଙ୍କ ଆଉ ଏକ ବଡ଼ ବଜେଟର […]

ହାସ୍ୟଅଭିନେତା ଟିକୁ ତଲସାନିୟାଙ୍କୁ ଆସିଲା ହାର୍ଟ ଆଟାକ୍ । ଡାକ୍ତରଖାନାରେ ଭର୍ତ୍ତି

ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ମାଲାମାଲ୍ ୱିକଲି , ହଙ୍ଗାମା , ଢ଼ୋଲ୍ , ହେରାଫେରୀ ଭଳି ଅନେକ ସିନେମାରେ ନଜର ଆସି ଲୋକଙ୍କୁ ହସି ହସି ବେଦମ୍ କରାଇଥିବା ଟିକୁଙ୍କ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାକୁ ନେଇ ସାଥୀ କଳାକାର […]

ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ଅନୁଭବ ଖୋଲା ଚ୍ୟାଲେଞ୍ଜ

ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା । ବର୍ଷା ପ୍ରିୟଦର୍ଶିନୀଙ୍କ ଓଡ଼ିଆ ଚଳଚ୍ଚିତ୍ର ୱାଇଫକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ସେହି ଫିଲ୍ମ ଜରିଆରେ ତାଙ୍କ ବିରୋଧରେ ବର୍ଷା ମିଛ ଅଭିଯୋଗ ଆଣିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ତେଣୁ ବର୍ଷା […]

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍

ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି ।ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା […]

ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍’ ୯୭ତମ ଏକାଡେମୀ ଆୱାର୍ଡ (ଅସ୍କାର) ଦୌଡ଼ରୁ ବାଦ୍ ପଡ଼ିଛି। ଫିଲ୍ମଟି ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଶେଷ ୧୫ରେ ସ୍ଥାନ ପାଇବାରେ ବିଫଳ ହୋଇଛି।ଭାରତରେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଛୋଟ ବଜେଟ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । କିନ୍ତୁ ‘ଲାପତା ଲେଡିଜ୍‌’ ଏହି ବର୍ଗରେ ମନୋନୀତ ୧୫ ଟି ଚଳଚ୍ଚିତ୍ର ମଧ୍ୟରେ ମଧ୍ୟ ନିଜର ସ୍ଥାନ […]

ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ

ପୁଷ୍ପା-୨ ପ୍ରିମିୟର ସମୟରେ ସନ୍ଧ୍ୟା ଥିଏଟର ନିକଟରେ ହୋଇଥିବା ଦଳାଚକଟାରେ ମହିଳା ମୃତ୍ୟୁ ବରଣ କରିବା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଛନ୍ତି। ସୂଚନାମୁତାବକ ପୁଷ୍ପା-୨ ସ୍କ୍ରିନିଂରେ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁଥିରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାର ଅଭିନେତାଙ୍କ ବିରୋଧରେ […]

ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ଜନ୍ମଦିନ

ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ। ୧୨ ଡିସେମ୍ବରର ଅର୍ଥାତ୍‌ ଆଜି ତାଙ୍କର ଜନ୍ମଦିନ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ସେ ତାଙ୍କର ଚମତ୍କାର ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କୁ ପାଗଳ କରନ୍ତି। ତାଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରେ। ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ଶିବାଜୀ ରାଓ ପରବର୍ତ୍ତି ସମୟରେ ରଜନୀ ଭାବେ ପ୍ରତିଟି ସିନେ ପ୍ରେମୀଙ୍କ ହୃଦୟରେ ସ୍ଥାନ ବନାଇପାରିଛନ୍ତି୧୯୭୫ରେ ତାମିଲ ଫିଲ୍ମ ଅପୂର୍ବା ରଙ୍ଗାଲ୍‌ରେ […]

ମୃତା ମହିଳା ରେବତୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବେ ଅଲ୍ଲୁ ଅର୍ଜୁନ ।

ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ମୁଁ କଥା ଦେଉଛି କି ଏହିଭଳି ସମୟରେ ସେମାନେ ଏକା ନୁହନ୍ତି । ଏଭଳି ସମୟରେ ମୁଁ ସେମାନଙ୍କ ସହ ଅଛି ବୋଲି ଟ୍ବିଟ୍ କରି କହିଛନ୍ତି ଅଲ୍ଳୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିନେତା ଅଲ୍ଲୁ ଅର୍ଜୁନ ‘ପୁଷ୍ପା ୨’ର ପ୍ରିମିୟର ସୋ’ରେ ଶ୍ୱାସରୁଦ୍ଧ ହୋଇ […]

ପୁଷ୍ପା-୨ ପ୍ରିମିୟର୍‌ ବେଳେ ଦଳାଚକଟା, ଜଣେ ମୃତ

ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍‌ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନାମୁତାବକ ହାଇଦ୍ରାବାଦ୍‌ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି […]