ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କି ?

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ବିଜେପି ଦାବିକରୁଛି। ହେମନ୍ତ ସୋରେନ ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ୭ଟି ନୋଟିସ୍ ଟାଳି ସାରିଲେଣି। ଏଣୁ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବା ଆଶଙ୍କାରେ […]

ଉର୍ବର ଭିତ୍ତିଭୂମି ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନିଆଯାଉ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ନିମନ୍ତେ ଏକ ଉର୍ବର ଭିତ୍ତିଭୂମି ଥିବା ଅଞ୍ଚଳ। ପାରମ୍ପରିକ ଧାନ, ମୁଗ, ଆଖୁ, ପନିପରିବା ଓ ରବିଫସଲରେ ଦକ୍ଷତା ଥିବା ଅନୁଭବୀ ଚାଷୀଙ୍କର ଅଭାବ ନାହିଁ ଏହି ଜିଲ୍ଲାରେ। ଦୁଃଖର କଥା, ସ୍ଵାଧୀନତାର ଛସ୍ତରି ବର୍ଷ ପରେ ମଧ୍ୟ ମହାନଦୀର ପାଣିକୁ ବ୍ୟାରେଜ୍ କିମ୍ବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଆମ ଜିଲ୍ଲାର କୃଷିକ୍ଷେତ୍ରରେ ବିନିଯୋଗ କରାଯାଇ ପାରିଲା ନାହିଁ। ବୃତଙ୍ଗଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉତ୍କୃଷ୍ଟ […]

ମା ବାଗଦେଵୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଶିମିଳିସାହି ଖେଳ ପଡିଆ ରେ ମା ବାଗଦେବୀ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ୬ଦିନ ଧରି ଚାଲିଥିବା ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ପ୍ରଥମେ ଖାଲମଡା କ୍ରିକେଟ କ୍ଳବ୍ ୧୫ ଓଭର ୮ ୱିକେଟ ହରାଇ ୧୬୨ ରନ କରିଥିଲେ। ଏହାର ଜବାବରେ ଶିମିଳିସାହି କ୍ରିକେଟ କ୍ଳବ୍ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୮୦ ରନ କରି ମ୍ୟାଚ ହାରିଯିବ ସହ ଖାଲମଡା […]

ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ବାହାରିବେ ଆଉ ଦୁଇ ମନ୍ତ୍ରୀ

ଭୁବନେଶ୍ବର,(ଓଡ଼ିଶା ଦର୍ପଣ): ଏଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଏହି ସମୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି ତାହା […]

ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର,(ଓଡିଶା ଦର୍ପଣ): ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ଗତ ସପ୍ତାହେ ହେଲା ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି ଅପରାହ୍‌ଣରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ନୟାଗଡ଼ କଲେଜ ୨୦୧୮ରୁ ପାଇନି ସ୍ୱୟଂଶାସିତ ମାନ୍ୟତା

ଏନେଇ ଜିଲ୍ଲା କଂଗ୍ରେସର ପ୍ରେସମିଟ ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ନୟାଗଡ଼ ମହାବିଦ୍ୟାଳୟରୁ ୨୦୧୮ ଜାନୁଆରୀ ମାସରୁ ସ୍ୱୟଂଶାସିତ ମାନ୍ୟତା ସମ୍ପ୍ରସାରଣ ହୋଇପାରି ନାହିଁ, ଆଶ୍ଚର୍ଯ୍ୟ ହେଲେ ବି ଏହା ସତ୍ୟ କିନ୍ତୁ ମହାବିଦ୍ୟାଳୟ କର୍ତୃପକ୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଏହି ଗୁରୁତର ତଥ୍ୟ ଲୁଚାଇ ରଖିବା ସର୍ବୋପରି ନୟାଗଡ ଜିଲ୍ଲାବାସୀ ଯାହାର ଦ୍ବିଗୁଣିତ ଖଜଣା ଟଙ୍କାରେ ଏହି ଶିକ୍ଷାର ମନ୍ଦିର ପ୍ରତିଷ୍ଠିତ, ସେମାନଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି […]

ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ କରିବେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।  ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ସେ ରାଜ୍ୟ ଅତିଥୀ ଭବନକୁ ଯାଇଥିଲେ। ସେଠାରୁ ସେ ବିଧାନସଭା ଯାଇ ବିଧାୟକ ସାଂସଦଙ୍କୁ ସେ ଭୋଟ ପାଇଁ ଅନୁରୋଧ କରିବେ। ବିମାନ ବନ୍ଦରରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ତରଫରୁ ସ୍ବାଗତ କରାଯାଇଛି। ସେଠାରେ ଆଦିବାସୀ ନୃତ୍ୟରେ ତାଙ୍କୁ ସ୍ବାଗତ କରାଯାଇଛି। ଉଭୟ ବିଜେଡି ଓ ବିଜେପିର […]

ହାଇକୋର୍ଟରେ ଜାମିନ ଆବେଦନ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ,(ଓଡିଶା ଦର୍ପଣ): ଦୁଇଥର ଜାମିନ ଆବେଦନ ଖାରଜ ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଫଳରେ ସେ ଜାମିନ ପାଇଁ ଗତକାଲି ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନା ଥାଉକି, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ପ୍ରଶାନ୍ତ ଗାଡ଼ି ମଡ଼ାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ […]

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର,(ଓଡିଶା ଦର୍ପଣ): ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶାର ବିକାଶ ପ୍ରସଂଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରସଂଗରେ ସେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ ରାଜନୀତି ଚାଲିଛି। ଦିନେ ରାଜ୍ୟ ନେତୃବର୍ଗ ରାଷ୍ଟ୍ରୀୟ […]

ଦୁର୍ନୀତିଗ୍ରସ୍ତ ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ମୁଖ୍ୟମନ୍ତ୍ରୀ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ଭୁବନେଶ୍ଵର,(ଓଡିଶା ଦର୍ପଣ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି […]

ନୟାଗଡ ଜିଲ୍ଲା଼ରେ ଦ୍ୱିତୀୟ ଦିନର ଭୋଟ ଗଣତି

ନୟାଗଡ଼,(ଓଡିଶା ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ଥୀନୀ ବିରଜାଲକ୍ଷ୍ମୀ ସାହୁ ବିଜେପି ପ୍ରାର୍ଥୀନୀ ସବିତା କରଙ୍କ ଠାରୁ ପ୍ରାୟ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ସ୍ୱାଧୀନ ପ୍ରାର୍ଥୀନୀ ଉଜ୍ୱଳ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର,(ଓଡିଶା ଦର୍ପଣ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ। ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ହେମାନନ୍ଦଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ। ୧୯୮୯ ରୁ ୧୯୯୦ ଏବଂ ୧୯୯୦ ରୁ ୨୦୦୦ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ସେ ୬ ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ସୁନ୍ଦରଗଡ […]

Odisha Darpan Digital