ପୁଣି କ୍ୱାଲିଟି ଚେକ୍‌ରେ ଫେଲ୍‌ ହେଲା ୨,୯୮୮ ଔଷଧ,ସେହିପରି ୨୮୨ଟି ଔଷଧ ନକଲି

୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ଏପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍‌ଭିନ୍‌ କରାଯାଇଛି । କମ୍ପାନୀଗୁଡ଼ିକୁ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କ […]

ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି

ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ କରାଯାଇଛି। ସୂଚନାମୁତାବକ ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ […]

ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ସହ ଆଣ୍ଟିବାୟୋଟିକ ଖାଉଛନ୍ତି, ତେବେ ଔଷଧ ଖାଇବା ହଠାତ୍‌ ବନ୍ଦ କରନ୍ତୁ ନାହିଁ। ଡାକ୍ତର ଯେତେଦିନ ପର୍ଯ୍ୟନ୍ତ ଖାଇବାକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଔଷଧ […]

ସବୁଜ ବାଣ ବ୍ୟବହାର କରନ୍ତୁ

ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍‌ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍‌ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ? ପାରମ୍ପାରିକ ବାଣରେ ଆର୍ସେନିକ , ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ । ଗ୍ରୀନ କାକର […]

ଆଜି ହେଉଛି ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’।

ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଷ୍ଟ୍ରୋକ୍‌ର ଅନ୍ୟନାମ ବ୍ରେନ୍‌ ଆଟାକ୍‌ ବା ମସ୍ତିଷ୍କାଘାତ। ଏଠାରେ ଜାଣିରଖିବା ଉଚିତ ଯେ, ଶରୀରର ସବୁ ଅଙ୍ଗ ତଥା କୋଷ ଭଳି ମସ୍ତିଷ୍କ ମଧ୍ୟ ଦରକାରକରେ ଅକ୍ସିଜେନ୍‌ ଏବଂ ପୁଷ୍ଟି। ଏହି ଅକ୍ସିଜେନ୍‌ ଏବଂ ପୁଷ୍ଟି ମସ୍ତିଷ୍କର ସ୍ନାୟୁକୋଷଗୁଡ଼ିକୁ […]

ଗୁଣବର୍ତ୍ତା ପରୀକ୍ଷାରେ ବିଫଳ କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ

କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ CDSCO ଗୁଣବତ୍ତା […]

ଦେଶରେ ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା ।

ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍‌ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍‌ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା ସର୍ବାଧିକ ରହିଛି। ତେବେ ବ୍ରାଜିଲ, ରୁଷ,ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି |ଆଗାମୀ ଦିନରେ ଦେଶରେ ନୂତନ କର୍କଟ ରୋଗ ଏବଂ କର୍କଟ ଜନିତ […]

ରାତିରେ ଏସି ଲଗେଇ ଶୋଇଲେ ଦେଖା ଦିଏ ଏହିସବୁ ସମସ୍ୟା?

ବର୍ତ୍ତମାନ ଦିନରେ ତାତିରୁ ମୁକ୍ତି ପାଇବାକୁ ଲୋକେ ଏସିର ଥଣ୍ଡା ହାୱା ଚାହୁଁଛନ୍ତି। ତେଣୁ ଏବେ ବଜାରରେ ଏସିର ଚାହିଦା ପ୍ରବଳ । ଏସି ରୁମ୍‌ରେ ପଶିଗଲେ ପରମ ତୃପ୍ତି ମିଳୁଥିବାରୁ ଆଉ ବନ୍ଦ କରିବାକୁ କାହାର ହାତ ଯାଉନି। ବହୁ ଲୋକେ ରାତି ସାରା ଏସି ଲଗାଇ ଶୋଇବାକୁ ପଛାଉ ନାହାନ୍ତି। ଏପରି କରିବା ଦ୍ୱାରା ସଙ୍ଗେସଙ୍ଗେ ଶାନ୍ତି ମିଳୁଥାଇପାରେ, ମାତ୍ର ଏଥିଯୋଗୁ ଆପଣ ବହୁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।ଭୋର ୪ଟାରୁ ୫ଟା […]

ସାବଧାନ! ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ଦିନ ଦିନ ଧରି ଖରାରେ ଶୁଖାଇବାକୁ ପଡୁଥିଲା। ହେଲେ ଏବେ ଶୁଖୁଆର ପ୍ରସ୍ତୁତ ତରିକା ବଦଳିଯାଇଛି। ରାସାୟନିକ ଉପାୟରେ ଶୁଖୁଆ ପ୍ରସ୍ତୁତ କରାଯାଉଛି। […]

ମଙ୍କି ପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ ଜାରି ।

ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ । ସବୁ ଜିଲ୍ଲା ଓ ବିମାନ ବନ୍ଦର ଅଥରୀଟିଙ୍କୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ କରି ସେମାନଙ୍କର ନମୁନା ପରୀକ୍ଷା ପାଇଁ କୁହାଯାଇଛି। ସେମାନେ ଏନେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବେ […]

ମଙ୍କିପକ୍ସର ପ୍ରଥମ ଟିକାକୁ ‘ହୁ’ର ଅନୁମତି 

ପ୍ରଥମ ମଙ୍କିପକ୍ସ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ । ଡେନମାର୍କ ବାୟୋକେଟ୍ କମ୍ପାନି ବାଭାରିଆନ୍‌ ନର୍ଡିକ୍‌ର ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ମଞ୍ଜୁରୀ ମିଳିଛି । ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୧୮ବର୍ଷା କିମ୍ବା ଉର୍ଦ୍ଧ୍ବ ରୋଗୀଙ୍କୁ ଦୁଇଟି ଡୋଜ୍ ଦିଆଯିବ । ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ଏହି ବିବୃତ୍ତିରେ କହିଛି ଯେ, ପୂର୍ବରୁ ଦିଆଯାଇଥିବା ଏମଭିଏ-ବିଏନର ଗୋଟିଏ ଡୋଜ୍ ଟିକା ପ୍ରାୟ ୭୬ପ୍ରତିଶତ ପ୍ରଭାବଶାଳୀ ଦର୍ଶାଇଥିଲା । ବର୍ତ୍ତମାନ ଦ୍ୱିତୀୟ ଡୋଜ୍ ଟିକା ୮୨ପ୍ରତିଶତ […]

ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ ହାର ଜାତୀୟ ହାରଠାରୁ ଅଧିକ

ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି।ପ୍ରସିଦ୍ଧ ପତ୍ରିକା ଦ ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ମସ୍ତିଷ୍କାଘାତ ହାର ଜାତୀୟ ହାରଠାରୁ ବି ଅଧିକ। ପ୍ରତି ସାତଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣଙ୍କୁ ମସ୍ତିଷ୍କାଘାତ ବିପଦ ଥିବା ରିପୋର୍ଟରେ କୁହାଯାଇଛି | ତେବେ ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି ଏହି ମସ୍ତିଷ୍କାଘାତ । ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, […]