ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ମୃତ୍ୟୁ ହୋଇଛି |ସୂଚନା ଥାଉକି, ଦୀର୍ଘ ଦିନ ପରେ ପୁଣି ଫେରିଛି ସ୍କ୍ରବ ଟାଇଫସ । ବରଗଡ଼ରେ ତିନି ଦିନରେ ଗଲାଣି ତିନି ଜଣଙ୍କ ଜୀବନ । ଫଳରେ ଏହାକୁ ନେଇ ଏବେ ଜିଲ୍ଲାରେ ଭୟର ବାତାବରଣ ଛାଇ ରହିଛି । ଏମାନେ ତିନିଜଣ ଯାକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । […]
ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି। ଆଫ୍ରିକା ପରେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମଙ୍କିପକ୍ସ ଭାରତର ଚିନ୍ତା ବଢାଇ ଦେଇଛି । ଦିଲ୍ଲୀରେ ବିଦେଶ ଫେରନ୍ତା ଜଣେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ କଣ୍ଟାକ୍ଟ […]
କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳି ଅଭ୍ୟାସ ଦ୍ୱାରା ବୁଦ୍ଧିମତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। କାରଣ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ ସେମାନେ ଏଭଳି ବିଷୟରେ ଜାଣିବାକୁ ପାଇଥିଲେ। ଏଥିଯୋଗୁ ପେଟରେ ଅମ୍ଳ ବା ଏସିଡିଟି ବଢ଼ିଯାଇଥାଏ। ଅନ୍ୟପକ୍ଷରେ […]
ମଣିଷ ଦେହରେ ବାର୍ଡ ପ୍ଲୁ ସନ୍ଦେହ । ପୁରୀ ମଙ୍ଗଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ସନ୍ଦେହ କରାଯାଉଛି ।ଖୁବଶୀଘ୍ର ସଂପୃକ୍ତ ବ୍ୟକ୍ତି ରିପୋର୍ଟ ଆସିବ। ରିପୋର୍ଟ ଯାଇଥିବା ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହେଉଥିଲା। ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ବ୍ୟାପୁଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସଂକ୍ରମଣ ବ୍ୟାପୁଥିବା ଅଂଚଳର ଗୋଟିଏ କିଲୋମିଟରରୁ ୧୦ କିଲୋମିଟର ଭିତରେ ସର୍ଭେଲାନ୍ସ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ […]
ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ଔଷଧ ଉପରେ ଲାଗିଲା କଟକଣା। ୧୫୬ଟି ଔଷଧ ବ୍ୟାନ୍ କଲେ କେନ୍ଦ୍ର ସରକାର। ଏହି ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ରହିଛି ଜ୍ବର ଏବଂ ଥଣ୍ଡା, କାଶ, ଆଲର୍ଜୀ ଏବଂ ଚର୍ମ ରୋଗ ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ତଥା ମଲ୍ଟିଭିଟାମିନ୍ସ। ଗୁରୁବାର ଏସବୁ ଔଷଧକୁ କରିବା ସହ ଏହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଇଛି। ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ […]
ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି। ଏହାକୁ ବୈଶ୍ୱିକ ସ୍ୱାସ୍ଥ୍ୟସଙ୍କଟ ଘୋଷଣା କରାଯିବା ସହ ମୁକାବିଲା ପାଇଁ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଏମପକ୍ସ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। କଙ୍ଗୋରେ ୧୫,୬୦୦ ସଂକ୍ରମିତ ହୋଇଥିବାବେଳେ ୫୩୭ଜଣ ପ୍ରାଣ ହରାଇଲେଣି। ଏହା କରୋନା ଭୂତାଣୁ ଭଳି ଦ୍ବିତୀୟ ମହାମାରୀର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ […]
ଆଜି ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା । ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ ଛୁଟି ।କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ଋତୁସ୍ରାବର ପ୍ରଥମ ବା ଦ୍ବିତୀୟ ଦିନରେ ଛୁଟି ମିଳିବ । ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ […]
ଡେଙ୍ଗୁ ଜ୍ୱର ଠିକ୍ ହେବା ପରେ ଶରୀରକୁ ଥକ୍କାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ । ନିୟମିତ କ୍ଷୀର ପିଅନ୍ତୁ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିଥାଏ ।ନିୟମିତ ସବୁଜ ପନିପରିବା ଖାଆନ୍ତୁ । ଛଣାଛଣି ଜିନିଷ ଆଦୌ ଖାଆନ୍ତୁ ନାହିଁ। ଅଧିକ ମସଲା ଯୁକ୍ତ ଖାଦ୍ୟ, କୋଲେଷ୍ଟେରୋଲ୍ ବୃଦ୍ଧି କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ । ନିଶାଦ୍ରବ୍ୟ ମଧ୍ୟ ସେବନ କରନ୍ତୁ ନାହିଁ।ଡେଙ୍ଗୁରୁ ଠିକ୍ ହେବା ପରେ ନିଜ ଖାଦ୍ୟରେ ଅଣ୍ଡା […]
ଡିପଥେରିଆ ସଂକ୍ରମଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇ କହିଛନ୍ତି ଯେ ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ। କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ। ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ। ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ। ଅନ୍ୟପଟେ କୋରାପୁଟରେ ଏବେବି ଚାଲିଛି ସର୍ଭେଲାନ୍ସ । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର […]
କାୟା ମେଲାଉଛି ଡପଥେରିଆ। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ଏବେ କୋରାପୁଟ ଓ କଳାହାଣ୍ଡି ଜିଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।ତେବେ ୧ ବର୍ଷରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆଯିବ। କାଶୀପୁର […]
ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ। ଗର୍ଭବତୀ ମହିଳାଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ। ସେ କହିଛନ୍ତି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ। ଆମର ଆରଆରଟି ଟିମ ସରଭେଲାନ୍ସ କରୁଛି। ଇମ୍ୟୁନାଇଜେଶନକୁ ଗୁରୁତ୍ୱ ଦେଉଛୁ। ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଆକ୍ରାନ୍ତ […]
ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ଭ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି ବିନା ଶେଯରୁ ଉଠନ୍ତି ନାହିଁ । ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ […]
