ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ ।

ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ । ରାଗିଯାଇ ୪ ଜଣ ସହକର୍ମୀଙ୍କୁ କଲେ ଛୁରୀରେ ଆକ୍ରମଣ । ଖାଲି ସେତିକି ନୁହେଁ,ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲିବାକୁ ଲାଗିଲା ଉତ୍ୟକ୍ତ ଯୁବକ ଜଣଙ୍କ । ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଙ୍କ ପାଖକୁ ନଆସିବାକୁ ସେ ଧମକାଉଥିଲେ । ତେବେ ପୋଲିସ କୌଶଳ କରି ତାଙ୍କୁ ଗିରଫ କରିଛି । କାହିଁକି ଛୁଟିକୁ ନେଇ ଏଭଳି […]

୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ

ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ ପାଇଛି। ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ […]

ପ୍ରତ୍ୟକ ଦିବ୍ୟାଙ୍ଗ ଝିଅଙ୍କ ବିବାହରେ ୧୦ ଲକ୍ଷ ଟଙ୍କା ଦେବ ଅଦାନୀ ଗ୍ରୁପ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜିତ ଆଦାନୀ ବିବାହ ପୂର୍ବରୁ ପ୍ରତିବର୍ଷ ୫୦୦ ଲୋକଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଗୌତମ ଅଦାନୀ କହିଛନ୍ତି ଯେ, ତାଙ୍କ ପୁଅ ଜୀତ ଏବଂ ବୋହୂ ଦିଭା ଏକ ପୁଣ୍ୟ ସଂକଳ୍ପ ସହ ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ […]

ହାତରେ ହାତକଡ଼ି ଏବଂ ଗୋଡ଼ରେ ଚେନ୍ ବନ୍ଧା ହୋଇ ସ୍ୱଦେଶ ଫେରିଲେ ଭାରତୀୟ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆମେରିକାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହିକ୍ରମରେ ବୁଧବାର ପଞ୍ଜାବ ଅମୃତସରରେ ୧୦୦ରୁ ଅଧିକ ଲୋକ ଆମେରିକାର ଏକ ବିମାନ ଯୋଗେ ଫେରିଥିଲେ । ଏଥିରେ ଲୋକଙ୍କ ହାତକୁ ହାତକଡ଼ି ଓ ଗୋଡକୁ ଚେନ୍‌ରେ ବନ୍ଧାଯାଇଥିଲା ବୋଲି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।ଆମେରିକାରୁ ଫେରିଥିବା ପଞ୍ଜାବର ହରବିନ୍ଦର ସିଂ କହିଛନ୍ତି, ୪୦ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ହାତରେ ହାତକଡ଼ି ଓ ପାଦରେ ବେଡି […]

ଏକଜିଟ୍ ପୋଲରେ ସତ୍ତା ପରିବର୍ତ୍ତନର ସୁରାକ୍

ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି।ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ଥିବାବେଳେ, ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ୩୫ରୁ ୪୦ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଯାହାକି ସରକାର ଗଠନ କରିବାକୁ ଯଥେଷ୍ଟ ହେବ । ଅନ୍ୟପଟେ ଆପ୍ କିନ୍ତୁ ଏଥର […]

ଥରେ ଟଙ୍କା ଦେଲେ ବର୍ଷସାରା ମାଗଣାରେ କରିବେ ଯାତ୍ରା

ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍‌ ପଡ଼େ । ଏହି ଟୋଲ ଗେଟ୍‌ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଂଟା ଘଂଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । ସୂଚନା ଥାଉକି, ପରିବହନ ବ୍ୟବସ୍ଥା ସୁଦୃଢ କରିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । […]

ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର!

ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍‌ରେ ଦାଖଲ […]

ଆଜି ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ […]

ଆଜିର ରାଶିଫଳ(୫ ଫେବୃଆରୀ, ୨୦୨୫)

ମେଷ – ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। […]

ଏଣିକି ଭିକ ମାଗିଲେ ଓ ଦେଲେ FIR

ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ ।ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି […]

ଫେବୃଆରୀ ୧୩ରେ ହୋଇପାରେ ମୋଦୀ-ଟ୍ରମ୍ପ ଭେଟ୍‌ଘାଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ […]

ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ିଗଲା

ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସୂଚନା ଅନୁସାରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି ।ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କା ୪୨ […]

Odisha Darpan Digital