ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆତଙ୍କୀ ହାମଲା ନେଇ ସତର୍କତା ଜାରି କରାଯାଇଛି। ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି ।ପାକିସ୍ତାନର ଗୁଇନ୍ଦା ବିଭାଗ ସୋମବାର ଦିନ ଏକ ହାଇ ଆଲର୍ଟ ଜାରି କରି ଦେଶର ସୁରକ୍ଷା ବାହିନୀକୁ “ସକ୍ରିୟ ଗୁପ୍ତ ଗୋଷ୍ଠୀ” ଦ୍ୱାରା ୨୦୨୫ ମସିହାର ଆଇଆଇସି ଚମ୍ପିଆନ୍ସ ଟ୍ରଫିରେ ଯୋଗଦେବା ପାଇଁ ବିଦେଶୀ ଅତିଥିମାନଙ୍କୁ ଅପହରଣ କରିବା ପାଇଁ ଏକ ଷଡ଼ଯନ୍ତ୍ର […]
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ନିଇତି କୋଟି କୋଟି ଶ୍ରଦ୍ଧାଳୁ ଯାଉଛନ୍ତି । ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍କଣ୍ଠା । ହେଲେ କୁମ୍ଭରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । ଦିଲ୍ଲୀର ତ୍ରିଲୋକପୁରୀ ବାସିନ୍ଦା ଅଶୋକ କୁମାର ନାମକ ଏହି ବ୍ୟକ୍ତି ଦୁଇ ସାବାଳକ ପୁତ୍ର ସନ୍ତାନର ଜନକ ହୋଇଥିବା ସତ୍ତ୍ବେ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ତେବେ ପରକୀୟା […]
Shaktikanta Dasଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି।୧୯୮୦ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇଏଏସ୍ ଶକ୍ତିକାନ୍ତ ଦାସ ହେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ମୋଦି ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତିରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା।୬ ବର୍ଷ ଧରି ଆରବିଆଇର ଗଭର୍ଣ୍ଣର ଥିଲେ । ଶକ୍ତିକାନ୍ତ ଦାସଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭରଷା ରହିଛି । ଶକ୍ତିକାନ୍ତ ଅନେକ କ୍ଷେତ୍ରରେ […]
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାଲିଛି ଦମଦାର ମ୍ୟାଚ । ଏହି କ୍ରମରେ ଆଜି ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ ବି ଜାରି ରହିଛି । ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏହି ମ୍ୟାଚ ଚାଲିଛି । ଏହି ମ୍ୟାଚ ଆରମ୍ଭରେ, ଯେତେବେଳେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳିମାନେ ଜାତୀୟ ସଙ୍ଗୀତ ପାଇଁ ମଇଦାନରେ ଠିଆ ହୋଇଥିଲେ, ସେତେବେଳେ ଏକ ଚମତ୍କାର ଘଟଣା ଘଟିଥିଲା ଯାହା ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ତାଜୁବ କରିଦେଇଥିଲା। ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବର୍ତ୍ତେ, ଆୟୋଜକମାନେ ଭାରତର ଜାତୀୟ […]
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଚିରା ସିଟରେ ବସି କଲେ ବିମାନ ଯାତ୍ରା । ଏୟାର ଇଣ୍ଡିଆ ବିମାନର ଚିରା ସିଟରେ ବସି କେନ୍ଦ୍ର ମନ୍ତ୍ରୀ ଯାତ୍ରା କରିଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଶିବରାଜ ନିରାଶ ହୋଇ ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ।ବିମାନରେ ତାଙ୍କୁ ସିଟ୍ ନମ୍ବର ୮ସି ଆବଣ୍ଟନ କରାଯାଇଥିଲା, ତେବେ କେନ୍ଦ୍ରମନ୍ତ୍ରୀ ସିଟ ପାଖକୁ ଯିବା ସମୟରେ ଏହା ଭାଙ୍ଗିଯାଇଥିବା […]
ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ-୨୦୨୫ରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିବା ୩ ଜଣଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଏଣୁ ମାମଲାର ତଦନ୍ତ ଜାରି ରହିଛି। ପୋଲିସ ଅନୁସାରେ ଅଭିଯୁକ୍ତମାନେ କୁମ୍ଭ ସ୍ନାନ କାଳରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେଗୁଡିକୁ ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକୁଥିଲେ। ସୂଚନାମୁତାବକ ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ […]
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଗୁରୁବାର ସଂଧ୍ୟାରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଅଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ ଶୁକ୍ରବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ।ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ବି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । […]
ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ ନଗରୀ ପ୍ରୟାଗରାଜରରେ ପହଞ୍ଚୁଛନ୍ତି। ଏପର୍ଯ୍ୟନ୍ତ ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ସେହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ ମହାକୁମ୍ଭର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତିଦିନ ଦେଶବିଦେଶରୁ ଲୋକ ବୁଡ଼ ପକାଇବା ପାଇଁ ସଙ୍ଗମ ତଟକୁ ଆସୁଛନ୍ତି ଏବଂ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ରହୁଛି । ଏଭଳି ସ୍ଥିତିରେ କିଏ କାହାର ଫଟୋ ଉଠାଉଛି , ଭିଡିଓ […]
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରାଯିବ ।ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ, ଯାହା ଉପରେ ଲୋକଙ୍କଠାରୁ ପରାମର୍ଶ ଲୋଡାଯିବ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର […]
ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦୨୯ ଜାନୁଆରୀ ୨୬ରେ ଜ୍ଞାନେଶଙ୍କ କାର୍ଯ୍ୟକାଳ ସରିବ। ମଙ୍ଗଳବାର ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କାର୍ଯ୍ୟଭାର ସମ୍ଭାଳିଛନ୍ତି।୨୦୨୯ ଜାନୁଆରୀ ୨୯ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ତେବେ ଦାୟିତ୍ନ ନେବା ପରେ ସେ ରଖିଛନ୍ତି ତାଙ୍କର ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ । […]
ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି।ଜ୍ଞାନେଶ ଏବେ ନିର୍ବାଚନ ଆୟୁକ୍ତ ଥିବାବେଳେ ତାଙ୍କୁ ସିଇସି ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ବିବେକ ଯୋଶୀଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡର୍ର ଏହି ପୂର୍ବତନ ଆଇଏଏସ୍ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ […]
ଋଷିଆରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ । ଋଷିଆରେ ଏକ କେନ୍ ବିୟରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ କରିଛନ୍ତି। ତେବେ ଏହି ଫଟୋ ଭାଇରାଲ ହେବା ପରେ ବିବାଦ ଦେଖାଦେଇଛି। ଏହି କମ୍ପାନୀ ବିୟରର ନାମ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ନାମରେ ରଖିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ […]
