ମ୍ୟାନମାର୍ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍ ସାମଗ୍ରୀ ଧରି ମ୍ୟାନ୍ମାର୍ରେ ପହଞ୍ଚିଥିଲା। ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ଦୁଇ ଦେଶର ସରକାର ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାମୁତାବକ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା […]
ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।ଭିଯୁକ୍ତଙ୍କ ରାକେଶଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ବ୍ୟବହାର କରି ତାଙ୍କୁ ଟ୍ରାକ୍ କରି ପୁଣେ ପୋଲିସ ଅଟକ ରଖିଛି। ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା […]
ମୁସଲମାନଙ୍କ ପର୍ବ ଇଦରେ ଭାରତୀୟ ଜନତା ପାର୍ଟିର ନିଆରା ଅଭିଯାନ। ଗରିବ ଲୋକଙ୍କୁ ବିଜେପି ବାଣ୍ଟିବ ଉପହାର। ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଗିଫ୍ଟ ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍ରୁ ଆରମ୍ଭ ହେବ। ଏହି ଅଭିଯାନ ଅଧୀନରେ ଏକ ପ୍ୟାକେଟ ଦିଆଯିବ। ଯେଉଁଥିରେ ପୋଷାକ ସହିତ ସିନ୍ଦୁର, ଖଜୁରି ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ। ତେବେ ଏଥିରେ ମହିଳାମାନଙ୍କ ପାଇଁ ସୁଟ୍ ଏବଂ ପୁରୁଷମାନଙ୍କ ପାଇଁ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା’ ପୂର୍ବରୁ ଏହାକୁ କିଣିବା ପାଇଁ ବିଦେଶୀ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଦିନକରେ ଲୋକେ ୧ ହଜାର ଗୋଲ୍ଡ କାର୍ଡ କିଣିନେଇଛନ୍ତି । ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟ୍ନିକ୍ ଏହି ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ […]
ଡେରାଡୁନର ଭାରତୀୟ ସାମରିକ ଏକାଡେମୀ (ଆଇଏମଏ)ରେ ୯୨ ବର୍ଷରେ ପ୍ରଥମଥର ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୨୦୨୫ରେ ମହିଳା ଅଫିସର କ୍ୟାଡେଟମାନଙ୍କୁ ସାମିଲ କରାଯିବ।ଉଲ୍ଲେଖଯୋଗ୍ୟ, ଆଇଏମ୍ଏ ଦେଶର ଏକମାତ୍ର ସୈନ୍ୟ ଏକାଡେମୀ, ଯେଉଁଠି ଆଜି ଯାଏ ମହିଳାଙ୍କୁ ଟ୍ରେନିଂ ଦିଆଯାଉ ନଥିଲା । ୨୦୨୫ ଜୁଲାଇରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଖଡଗବାସଲାରୁ ମହିଳାଙ୍କ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ୍ ହେବ । ଏହାପରେ ମହିଳା ଅଧିକାରୀଙ୍କୁ ତିନି […]
ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ହତ୍ୟାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କ ସ୍ତ୍ରୀ ଏବଂ ଶାଶୁ ମିଶି ଏହି ଅପରାଧ କରିଛନ୍ତି। ତେବେ ୨୪ଘଣ୍ଟା ଭିତରେ ଉଭୟ ମା ଓ ଝିଅକୁ ଗିରଫ କରିବାପରେ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ । ତେବେ ହତ୍ୟା ପଛର କାରଣ ମାନସିକ ଓ ଶାରିରୀକ ନିଯ୍ୟାତନ ବୋଲି ପୁଲିସକୁ କହିଛନ୍ତି ଅଭିଯୁକ୍ତ ମା ଓ ଝିଅ । […]
ଉତ୍ତର ପ୍ରଦେଶର ଔରୈୟା ଜିଲାରେ ବିବାହର ମାତ୍ର ୧୫ ଦିନ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପ୍ରେମିକଙ୍କ ସୁପାରୀ କିଲର ଦ୍ବାରା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ମିଶି, ହତ୍ୟା ପାଇଁ ଦେଇଥିଲେ ସୁପାରୀ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଖବର ମୁତାବକ, ମାର୍ଚ୍ଚ ୫ ତାରିଖରେ ୨୨ ବର୍ଷୀୟ ପ୍ରଗତି ଯାଦବଙ୍କର ୨୫ ବର୍ଷୀୟ ଦିଲ୍ଲୀପଙ୍କ ସହ […]
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। , ସେ ଅନେକ ନିୟମରେ ପରିବର୍ତ୍ତନ ସହିତ ମଧ୍ୟବିତ୍ତ ବର୍ଗଙ୍କୁ ଆୟକରରେ ବଡ଼ ରିହାତି ଘୋଷଣା କରିଥିଲେ। ଏବେ ଏହି ନିୟମଗୁଡ଼ିକ ଆମର ଆର୍ଥିକ ବର୍ଷ ଆରମ୍ଭ ସହିତ ଅର୍ଥାତ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାର ବଜେଟରେ ଘୋଷଣା କରିଥିଲେ ଯେ ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ କାଟକୁ ଦ୍ୱିଗୁଣିତ କରାଯାଇଛି। […]
କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।ଏହି ଅସୀମିତ କ୍ରିକେଟ୍ ଅଫରରେ ଗ୍ରାହକ ଟିଭି କିମ୍ବା ମୋବାଇଲରେ ୯୦ ଦିନର […]
ଏଣିକି ଏଟିଏମରୁ ବାହାରିବ ସୁନା ଓ ରୂପା । ତିରୁମାଲା ତିରୁପତି ଦେବସ୍ଥାନମ୍ସ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୂପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ। ଏହି ଏଟିଏମ୍ ମେସିନ୍ ସାହାର୍ଯ୍ୟରେ ଶ୍ରଦ୍ଧାଳୁ ମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ପେଣ୍ଡେଣ୍ଟ କ୍ରୟ କରି ପାରିବେ। ଏହି ଏଟିଏମ୍ ମେସିନ୍ରୁ ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ସୁନା ରୂପା ପେଣ୍ଡେଣ୍ଟ ବାହାରିବ । ଏହା […]
ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା , ପବ୍ଲିକ ଟ୍ରାନପୋର୍ଟ ବଢ଼ାନ୍ତୁ,ନିର୍ମାଣ କାମରେ କମ ପ୍ରଦୂଷଣ କରାଯାଉ , ଏଲପିଜି ବ୍ୟବହାର ବଢ଼ାଯାଉ,ଲୋକଙ୍କ ମଧ୍ୟରେ ସଚେତନତା। କିନ୍ତୁ ସବୁଠୁ ରୋଚକ କଥା ହେଉଛି, ପ୍ରଥମ ଥର ପାଇଁ ଦିଲ୍ଲୀ […]
