ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶର ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସେମାନଙ୍କ ଶକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ମହିଳା ଦିବସରେ ଆମେ ନାରୀ ଶକ୍ତିକୁ ପ୍ରଣାମ କରୁଛୁ! ଆମ ସରକାର ସବୁବେଳେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ […]
ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ବର୍ତ୍ତମାନ ସମସ୍ୟା ଘେରରେ । ସେହ୍ବାଗଙ୍କ ସାନ ଭାଇ ବିନୋଦ ସେହ୍ବାଗଙ୍କୁ ଚଣ୍ଡିଗଡ଼ର ମନୀମାଜରା ଥାନା ପୋଲିସ ଗିରଫ କରିଛି । ବିନୋଦ ସେହୱାଗଙ୍କ ଚେକ୍ ବାଉନ୍ସ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।ବିରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସର ମାମଲା କୋର୍ଟରେ ଚାଲୁଥିଲା। ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବାକୁ […]
“ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀମାନେ କାହିଁକି ସ୍ତ୍ରୀଙ୍କ ପ୍ରତି ଆଗ୍ରହ ଦେଖାଇବେ”, ଏପରି ଏକ ବୟାନ ଦେଇ ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ପୁନେ ଜିଲ୍ଲା କୋର୍ଟ । ବାସ୍ତବରେ ଏକ ଛାଡପତ୍ର ମାମଲାର ଶୁଣାଣିବେଳେ ଏପରି ଏକ ଅଜବ ବୟାନ ଦେଇଛନ୍ତି କୋର୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ପୁଣେର ଓକିଲ ଅଙ୍କୁର ଆର ଜାହାଗିରଦାରଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଲିଙ୍କଡଇନ ପୋଷ୍ଟରେ କୁହାଯାଇଛି […]
ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ ହେବ କେଦାରନାଥ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଯାଏ ୧୨.୪ କିମି ରୋପୱେ ନିର୍ମାଣ କରାଯିବ।ଏଥିପାଇଁ ୨୭୩୦କୋଟି ଟଙ୍କା ଖର୍ଚ୍ଚ ହେବ।ବାବା କେଦାରନାଥଙ୍କ କଠିନ ଯାତ୍ରା ପାଇଁ […]
ମହାକୁମ୍ଭରୁ ଭାଇରାଲ ହୋଇଥିବା ଅଭୟ ସିଂହ ଓରଫ ଆଇଆଇଟି ବାବା ଜୟପୁରରେ ଥିଲା ବେଳେ ପୋଲିସ ତାଙ୍କ ରୁମ୍ରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଛି। ପ୍ରକୃତରେ ସେ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ବାବାଙ୍କ ସହ କିଛି ନିଶା ଦ୍ରବ୍ୟ ମିଳିବା ପରେ ମାମଲା ନୂଆ ମୋଡ ନେଇଛି ।ତେବେ ବାବା ଗଞ୍ଜେଇକୁ ସେବନ କରୁଥିଲେ ନା ବ୍ୟବସାୟ କରୁଥିଲେ ଏନେଇ ତଦନ୍ତ ଆରମ୍ଭ କରିଛି ରାଜସ୍ଥାନ ପୋଲିସ |ପରେ ପୋଲିସ […]
ଦିଲ୍ଲୀ ସରକାରଙ୍କ ଏକ ବଡ଼ ଘୋଷଣା । ପୁରୁଣା ଗାଡ଼ିକୁ ମିଳିବନି ତେଲ। ସରକାର କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଏପରି ଯାନଗୁଡ଼ିକୁ ଆଉ ଇନ୍ଧନ ଦିଆଯିବ ନାହିଁ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି।ପରିବେଶ ମନ୍ତ୍ରୀ ସିର୍ସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ […]
ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ ମାର୍ଚ୍ଚ ୧ ତାରିଖରୁ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରିଛି, ଯାହା ଦ୍ୱାରା ଏହା ପୂର୍ବରୁ ପ୍ରତି ସିଲିଣ୍ଡର ମୂଲ୍ୟ ୧୭୯୭ ଟଙ୍କାରୁ ୧୮୦୩ ଟଙ୍କା ହୋଇଛି। ଦିଲ୍ଲୀରେ ୧୪ […]
ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।। ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି । ଏହାସହିତ ମହାକୁମ୍ଭ ବ୍ୟବସ୍ଥାରେ କୌଣସି ଅଭାବ ରହିଥିଲେ, ଜନତା କ୍ଷମା କରିଦେବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ […]
ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସୃଷ୍ଟି କରାଯାଉଛି, ଯେଉଁଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବ୍ୟବସାୟୀ, ସ୍ବନିଯୁକ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ।ସୂତ୍ର ଅନୁସାରେ, ନ୍ୟାସ୍ନାଲ ପେନ୍ସନ ସ୍କିମ୍ ଉପରେ ୟୁନିଭର୍ସାଲ […]
ସଂସଦରେ ୱାକଫ ବିଲ୍ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଏହାକୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ, ୱାକଫ ସଂଶୋଧନ ବିଲ୍ ୨୦୨୪ କୁ ଅନୁମୋଦନ କରାଯାଇଛି।ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ […]
ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତରୀ ଟିମ୍ ନିକଟରେ ସଫଳତା ପୂର୍ବକ କରିଥିବା ଏକ ବିରଳତମ ଅସ୍ତ୍ରୋପଚାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ୨ଟି ଗୋଡ଼ ସ୍ୱାଭାବିକ ଥିବାବେଳେ ଅନ୍ୟ ଦୁଇଟି ଅତିରିକ୍ତ ଗୋଡ଼ (ନିଷ୍କ୍ରିୟ) ତାଙ୍କ ପେଟରୁ ଝୁଲି […]
ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଶଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍କୁ ମହାକାଶକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଯାହାର ନାଁ ରହିଛି ଟ୍ରେଲବ୍ଲେଜର ।ବୁଧବାର ସନ୍ଧ୍ୟାରେ ଏହି ସାଟେଲାଇଟ୍ ଉତକ୍ଷେପଣ କରିଛି ନାସା । ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ରହି ପାଣିର ସନ୍ଧାନ ଖୋଜିବ । ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ […]
