ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ସୋନିଆଙ୍କ ବିରୋଧରେ ମାମଲା

ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । […]

ମହାକୁମ୍ଭରେ ଆଜି ବସନ୍ତୀପଞ୍ଚମୀ ଅମୃତସ୍ନାନ

ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଉଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର । ମୌନି ଅମାବାସ୍ୟାର ହୋଇଥିବା ଅଘଟଣ ଯେପରି ଆଉ ରିପିଟ୍ ନହେବ, ସେନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରୟାଗରାଜକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି । ଭିଭିଆଇପି ପାସ୍‌କୁ ହଟାଇ ଦିଆଯାଇଛି । […]

ଡେଲିଭରୀ ବୟଙ୍କ ପାଇଁ ଖୁସି ଖବର । କମ୍‌ ରୋଜଗାର କରୁଥିବା ଲୋକଙ୍କୁ ବି ମିଳିବ ଫାଇଦା

ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ ଏବଂ ସେମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବେ। କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରି ସୀତାରାମନ କହିଛନ୍ତି ଯେ ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି […]

ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କ’ଣ ଶସ୍ତା ଏବଂ କ’ଣ ମହଙ୍ଗା ହେବ ।

ସାଧାରଣ ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ବୁଣାକାରମାନଙ୍କ ଦ୍ୱାରା ବୁଣାଯାଇଥିବା ପୋଷାକ ଶସ୍ତା ହେବ। ଏହା ସହିତ, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସାମୁଦ୍ରିକ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ୩୦ରୁ ୫ ପ୍ରତିଶତକୁ ହ୍ରାସ କରାଯିବ। ଏହା ସହିତ, ଫ୍ରୋଜେନ ମାଛ ପେଷ୍ଟ ଉପରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ।ଜୀବନ […]

ବଢିଲା କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ । ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ।

ବଜେଟ୍‌ରେ ଚାଷୀଙ୍କ ପାଇଁ ବଡ ଘୋଷଣା । ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍‌ । ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଶହେଟି ବିକାଶଶୀଳ ଜିଲ୍ଲା ସାମିଲ । ଯୁବ ଚାଷୀ,ଗ୍ରାମୀଣ ମହିଳା ଓ ଛୋଟ ଛୋଟ ଚାଷୀଙ୍କୁ ଫୋକସ୍‌ ।। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି […]

୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଦେବାକୁ ପଡିବନି ଇନକମ୍ ଟ୍ୟାକ୍ସ ।

ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଉଛି। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେତେବେଳେ ୨୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ୩୦% ଟିକସ ଘୋଷଣା କରାଯାଇଛି।ଏହା ସହିତ, ବରିଷ୍ଠ […]

ବଜେଟ୍ ପର୍ବରୁ ଶସ୍ତା ହେଲା ଏଲପିଜି ସିଲିଣ୍ତର ଦର

୨୦୨୫ ବଜେଟ୍ ଉପସ୍ଥାପନ ହେବାର କିଛି ଘଣ୍ଟା ପୂର୍ବରୁ ଦେଶର କୋଟି କୋଟି ଲୋକଙ୍କୁ ମିଳିଛି ଆଶ୍ୱସ୍ତି ମିଳିଛି । ସାଧାରଣ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଦିଆଯାଇଛି ଆଶ୍ୱସ୍ତି । ଆଇଓସିଏଲ ତଥ୍ୟ ଅନୁଯାୟୀ, ଲଗାତାର ଦ୍ୱିତୀୟ ମାସ ପାଇଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି । ୧୯ କେଜି ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି। […]

ମୋଦୀଙ୍କ ପାଖକୁ ରକ୍ତରେ ଲେଖିଲେ ଚିଠି କିନ୍ତୁ କାହିଁକି ?

ଗୁରୁବାର ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଏକ ଚିଠି ଲେଖାଯାଇଥିଲା। ଏହି ଚିଠିଟି ରକ୍ତରେ ଲେଖାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହି ଚିଠି ଜୁନା ଆଖଡ଼ାର ମହାମଣ୍ଡଳେଶ୍ବର ୟତି ନରସିଂହାନନ୍ଦ ଲେଖିଛନ୍ତି। ରକ୍ତରେ ଲେଖାଥିବା ଏହି ଚିଠିରେ ନରସିଂହାନନ୍ଦ ଅନ୍ୟ ସନାତନ ଧର୍ମଗୁରୁଙ୍କ ଦସ୍ତଖତ ନେଇଛନ୍ତି। ଶ୍ରୀ ଦୁଧେଶ୍ବରନାଥ ମଠ ଶିବିରରେ ଗଣମାଧ୍ୟମ ସହ ଆଲୋଚନା କରି ନରସିଂହାନନ୍ଦ କହିଛନ୍ତି, […]

ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ସମ୍ଭାବନା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ ବା ଜିଡିପି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି। ଆର୍ଥିକ ସର୍ଭେ ହେଉଛି କେନ୍ଦ୍ର ବଜେଟ ପୂର୍ବରୁ ଅର୍ଥନୀତିର ସ୍ଥିତି ସମୀକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଏକ ବାର୍ଷିକ ଦସ୍ତାବିଜ। ଏହି ଡକ୍ୟୁମେଣ୍ଟ ଅର୍ଥନୀତିର କ୍ଷୁଦ୍ରରୁ ମଧ୍ୟମକାଳୀନ ସମ୍ଭାବନାକୁ ଦର୍ଶାଏ। ଅର୍ଥନୈତିକ ସର୍ଭେ […]

ନିୟମ ନମାନିଲେ ପହିଲାରୁ ଏହିସବୁ ୟୁପିଆଇ ୟୁଜର୍ସଙ୍କ ଟ୍ରାଞ୍ଜାକ୍ସନ ହୋଇଯିବ ବ୍ଲକ୍ ।

ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ ଫେବ୍ରୁଆରୀ ଆରମ୍ଭରୁ କିଛି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ରୋକ୍ ଲଗାଇବାକୁ ଯାଉଛି । ଏନେଇ ଜାତୀୟ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ଆପଣ ଜାଣିବା ନିହାତି ଦରକାର ।NPCI କହିଛି ଯେ, […]

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ କହି କଟାକ୍ଷ କଲେ ସୋନିଆ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ। ସେ କହିଛନ୍ତି, ସୋନିଆ […]

ମହାମଣ୍ଡଳେଶ୍ୱର ପଦବୀରୁ ବିଦା ହେଲେ ମମତା କୁଲକର୍ଣ୍ଣି

ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି।ତାଙ୍କ ସହିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି। ଉଭୟଙ୍କୁ ଆଖଡାରୁ ବହିଷ୍କାର କରାଯାଇଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ଏହି ପଦକ୍ଷେପ ନେଇଛନ୍ତି।ସୂଚନା ଅନୁଯାୟୀ, ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ନିକଟରେ ସନ୍ନ୍ୟାସ ଦୀକ୍ଷା ନେଇଥିଲେ। ଯାହାପରେ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। ତାଙ୍କୁ ହଠାତ୍ ଏଭଳି ପଦବୀ ମିଳିବାରୁ ଖୁବ୍ ବିରୋଧ କରାଯାଇଥିଲା।ମମତା କିଛି […]

Odisha Darpan Digital