ପାକିସ୍ତାନ FMରେ ବାଜିବନି ଭାରତୀୟ ଗୀତ

ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପ୍ରବଳ କ୍ରୋଧ ରହିଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ପରେ, ଲୋକଙ୍କ ରକ୍ତାକ୍ତ ହୋଇଛି। ଏହି ସମୟରେ, ଦେଶର ସରକାର ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଦୁଇ ଦେଶ ମଧ୍ୟରେ ଏକ ଭିନ୍ନ ପ୍ରକାରର ଯୁଦ୍ଧ ଚାଲିଛି | ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ […]

ଜେନେରିକ ଔଷଧ ପ୍ରେସକ୍ରାଇବ କରିବା ଡାକ୍ତରଙ୍କୁ ବାଧ୍ୟତାମୂଳକ ହେବା ଉଚିତ : ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ସାରା ଦେଶରେ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ। ଏହା ଦ୍ୱାରା ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅଧିକ ସୁଲଭ ହେବ।ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଜେନେରିକ ଔଷଧ ବ୍ରାଣ୍ଡେଡ ଔଷଧ ତୁଳନାରେ ଅଧିକ ସୁଲଭ ଏବଂ ସମାନ ପ୍ରଭାବଶାଳୀ, […]

ମେ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ ।

ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ମାସରେ, ବିଭିନ୍ନ ରାଜ୍ୟରେ ୬ଟି ଛୁଟି ଅଛି, ତା ସହିତ, ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ। ମେ ମାସରେ ୧ ମେ’ ହେଉଛି ଶ୍ରମିକ ଦିବସ। ସାରା ଦେଶରେ ବନ୍ଦ ରହିଛି ବ୍ୟାଙ୍କ । ୯ ମେ’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏହି ଅବସରରେ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ସେହିଭଳି ୧୨ ମେ’ […]

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା

ଏପ୍ରିଲ, ଜମ୍ମୁ-କାଶ୍ମୀରର ପହଲଗାମର ଆଟାକ୍ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଖାସ୍ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଜାତିସଂଘର ଚିନ୍ତା । ପହଲଗାମ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ ।ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ଦୃଢ଼ ନିନ୍ଦା […]

ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, କଠୋର ହେଉଛି ଭାରତ । ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । । ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ପୁର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ […]

ଭାରତରେ ରହୁଥିବା ପାକିସ୍ତାନ ନାଗରିକ ପାଇଁ ୪୮ ଘଣ୍ଟାର ଡେଡଲାଇନ୍

ଭାରତରେ ରହୁଥିବା ପାକିସ୍ତାନ ନାଗରିକ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଭୋଗିବେ । SAARC ଭିସା ଧାରୀ: ୧୨ ପ୍ରକାରର ସ୍ୱଳ୍ପମିଆଦୀ ଭିସା (ଯଥା- ଭିସା ଅନ୍ ଆରାଇଭାଲ, ବ୍ୟବସାୟ, ପର୍ଯ୍ୟଟକ, ପୀଠସ୍ଥାନ ଯାତ୍ରା, ସାମ୍ବାଦିକ, ଛାତ୍ର, କନଫରେନ୍ସ ଇତ୍ୟାଦି) ଧାରୀ ପାକିସ୍ତାନୀ ନାଗରିକଙ୍କୁ ୨୬ ଏପ୍ରିଲ ୨୦୨୫ ସୁଦ୍ଧା ଭାରତ ଛାଡ଼ିବାକୁ […]

ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ ।

ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ । ୬୩ ହଜାର କୋଟିର ଡିଲରେ ଆଜି ବାଜିବ ମୋହର। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭର୍ଚୁଆଲ ମିଟିଂରେ ଯୋଗଦେବେ ଫାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ ଲେକର୍ନୁ । ଭାରତ ଫ୍ରାନସ ଠାରୁ ୨୬ଟି ରାଫେଲ ନେଭି ଜେଟ୍ ପାଇଁ ମେଗା ଡିଲ ଉପରେ ହେବ ଡିଲ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି । […]

ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ ଭାରତରେ ତିଆରି ହେବ

ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଶୁଳ୍କ ଲାଗୁ କରିବା, ଓ ଚୀନ୍ ସହିତ ଶୁଳ୍କ ଯୁଦ୍ଧ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଆପଲ୍‌ ବର୍ତ୍ତମାନ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡିକରୁ ବାହାରକୁ ଆସି ଅନ୍ୟ ଦେଶମାନଙ୍କୁ ବିକଳ୍ପ […]

ଆଜି ପୋପ୍‌ ଫ୍ରାନ୍‌ସିସଙ୍କ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ମୁର୍ମୁ

ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍‌ସିସ୍‌ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଭାଟିକାନ୍‌ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ, ସେ ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସୂଚନା […]

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ନିଧନ

ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ଦିନ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମୃତଦେହକୁ ରମନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । କସ୍ତୁରୀରଙ୍ଗନ ଦୀର୍ଘ ସମୟ ଧରି ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୦ ବର୍ଷ ଯାଏଁ ଇସ୍ରୋର […]

ଭାରତକୁ ତୋଡ ଦେଖାଇଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

ଯେତେ ଯାହା ହେଲେ ବି ପାକିସ୍ତାନ ଛାଡୁନି ମୁହଁ ଫୁଟାଣି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ବ୍ରିଟେନର ସ୍କାଏ ନ୍ୟୁଜ୍ ସହିତ କଥାବାର୍ତ୍ତା ବେଳେ ଏମିତି କିଛି କହିଛନ୍ତି ସେ । ତାଙ୍କ କହିବା କଥା ଯେ ଦୁଇଟି ପରମାଣୁ ଶକ୍ତି ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ସମ୍ଭାବନା ଅଧିକ । ତେବେ ଏହାକୁ ନେଇ ସାରା […]

ପହଲଗାମ ହମଲା,ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଆସିଫ ଶେଖ ଏବଂ ଆଦିଲ ଗୁରିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଆସିଫ ଏବଂ ଆଦିଲଙ୍କ ଘରକୁ ସର୍ଚ୍ଚ ଅପରେଶନ କରିବାକୁ ଯାଇଥିଲା। ଏହି ସମୟରେ ତାଙ୍କ ଘର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା। ତାଙ୍କ ଘରେ ମଧ୍ୟ ସନ୍ଦେହଜନକ ଜିନିଷ ଥିଲା ବୋଲି ପୋଲିସ କହିଛି।ସେହିପରି ବୁଲଡୋଜର ଚଢାଉ ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ଘର ଭାଙ୍ଗିଦେଇଛନ୍ତି ଜାମ୍ମୁ […]

Odisha Darpan Digital