ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଦିଲ୍ଲୀର ବାୟୁ ଗୁଣବତ୍ତା […]
ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଏବଂ ଲକ୍ଷାଦ୍ୱୀପରେ ସ୍ପେଶାଲ ଇଣ୍ଟେସିଭ୍ ରିବିଜନ (SIR) ପ୍ରକ୍ରିୟା ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଡ୍ରାଫ୍ଟ ତାଲିକାରୁ ସର୍ବାଧିକ ସଂଖ୍ୟକ ଭୋଟରଙ୍କୁ ବାଦ ଦିଆଯାଇଛି । ଏମାନଙ୍କ ସଂଖ୍ୟା ୫୮ ଲକ୍ଷ ରହିଛି । ଦେଢ଼ଲକ୍ଷ ନକଲି ନିର୍ବାଚନ କ୍ଷେତ୍ର , ତେବେ ଯେଉଁମାନଙ୍କ ନାଁ ବୈଧ୍ୟ ତଥାପି ଡ୍ରାପ୍ଟରେ ବାଦ ପଡିଛନ୍ତି ସେମାନେ ପୁଣି ଆବେଦନ କରିପାରିବେ । ଆବଶକୀୟ ଦସ୍ତାବିଜ ଦେଇ […]
ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି ‘ବିଜୟ ଦିବସ’ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ। ଡିସେମ୍ବର ୧୬, ୧୯୭୧ ରେ, ପାକିସ୍ତାନୀ ସେନା ଭାରତୀୟ ସେନା ଏବଂ ମୁକ୍ତି ବାହିନୀ (ବାଂଲାଦେଶୀ ସ୍ୱାଧୀନତା ସଂଗ୍ରାମୀ) ନିକଟରେ ଆତ୍ମସମର୍ପଣ କରିଥିଲେ । ବିଶ୍ୱ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା । ଏହି […]
ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି। ଯାହା ଟାଇପ୍ ୨ ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି ।Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି […]
ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଏହା ବ୍ୟତୀତ, ରାଜସ୍ୱ ଜିଲ୍ଲା ଏବଂ ନଗର ନିଗମର ସୀମା ଏବେ ସ୍ଥିର ରହିବ । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହା ଶାସନକୁ ଆହୁରି ସୁଗମ କରିବ। ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା […]
ରାଜଧାନୀ ଦିଲ୍ଲୀ-ଏନ୍ସିଆର୍କୁ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରକ୍ଷା କରିବା ପାଇଁ ଭାରତ ବର୍ତ୍ତମାନ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିବାକୁ ଯାଉଛି।ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ନୂଆ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱିପନ୍ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ପ୍ରସ୍ତୁତ ହେବ। ଏହି ସିଷ୍ଟମର ବଡ଼ ଭାଗରେ ଡିଆର୍ଡିଓ ଦ୍ୱାରା ବିକଶିତ କ୍ୟୁଆର୍ଏସ୍ଏଏମ୍ ମିସାଇଲ ଏବଂ ଭିଏସ୍ଏଚ୍ଓଆର୍ଏଡିଏସ୍ ରହିବ । ଏଥିସହ ବହୁ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡା ସାର ସମେତ ବିଦେଶୀ କୃଷି ଉତ୍ପାଦ ଉପରେ ନୂତନ ଶୁଳ୍କ ଲାଗୁ କରିବା ବିଷୟରେ ବିଚାର କରୁଛି। ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ଏକ ବୈଠକରେ ଟ୍ରମ୍ପ୍ ଏହି ବିବୃତ୍ତି ଦେଇଛନ୍ତି ।ଭାରତ, ଭିଏତନାମ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଆମେରିକା ବଜାରରେ ଅତି ଶସ୍ତାରେ ଚାଉଳ ବିକ୍ରି କରୁଛନ୍ତି । ଏହା ଦ୍ୱାରା ଆମେରିକା ଚାଷୀ ଉଚିତ ମୂଲ୍ୟ […]
ଆସାମ ବିଧାନସଭା ଗୁରୁବାର ବହୁବିବାହକୁ ନିଷିଦ୍ଧ କରିବା ପାଇଁ ଏକ ଐତିହାସିକ ବିଲ୍ ପାସ୍ କରିଛି । ବହୁବିବାହ ନିଷେଧ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି। ଏହି ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଏକ ଫୌଜଦାରୀ ଅପରାଧ ବୋଲି ବିବେଚନା କରାଯିବ ଏବଂ କିଛି ବ୍ୟତିକ୍ରମ ସହିତ, ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ପୀଡିତାଙ୍କୁ ୧.୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ଅଛି।ଗୁରୁବାର ଗୃହୀତ […]
ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ […]
ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।ସୂଚନା ମିଳୁଛି ଯେ, ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ପୂର୍ବରୁ ସରକାରରେ କାହାର କେତେ ଭାଗିଦାରୀ ରହିବ, କାହାକୁ କେତେ ମନ୍ତ୍ରୀ ପଦ […]
ବିହାର ନିର୍ବାଚନରେ ମହାଗଠବନ୍ଧନର ପରାଜୟର ପ୍ରଭାବ ପଡ଼ିଛି ଲାଲୁଙ୍କ ପରିବାର ଉପରେ । RJD ହାରିବା ସହ ଲାଲୁ ଯାଦବଙ୍କ ପରିବାର ଭିତରେ କଳହ ବଢ଼ିଛି । ପରିବାର ଭିତରେ କୁହୁଳୁଥିବା କଳହର ନିଆଁ ବାହାରକୁ ଆସିଛି । ଲାଲୁଙ୍କ ବଡ଼ ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ସୋସିଆଲ୍ ମିଡିଆରେ ପୋଷ୍ଟ କରି ସବୁ ଦୋଷ ନିଜ ଉପରକୁ ନେଇଛନ୍ତି ।ରୋହିଣୀ ତାଙ୍କ ପୋଷ୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ତାଙ୍କର ଏକ୍ସ ପୋଷ୍ଟ ଅନୁଯାୟୀ, ସଞ୍ଜୟ […]
କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି। ଏହା ପରେ ଜରୁରିକାଳୀନ ଭିତ୍ତିରେ ଲେହରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ସ୍ପିଡ୍ ହ୍ରାସ କରିଦିଆଯାଇଛି।ଏହାସହ ସୋନମଙ୍କ ବେସରକାରୀ ସଂଗଠନକୁ […]
