ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେଉଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ଉଚ୍ଚତା ୨୩ ଫୁଟ୍ ଥିବାବେଳେ ଲମ୍ବ ୫୫ ଓ ଓସାର ୩୫ ଫୁଟ୍ ରହିଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଇଥିବା ପ୍ରତୀକ୍ଷାର […]
ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ। ଯାହା ପାଇଁ ବହୁ ବିବାଦ ଦେଖାଦେଇଥିଲା। ପ୍ରାଣ ପ୍ରତିଷ୍ଠା ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ତାରିଖକୁ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ । ଚାରିଜଣ ଛାତ୍ର ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଜଷ୍ଟିସ୍ ଜିଏସ୍ କୁଲକର୍ଣ୍ଣି ଏବଂ ନୀଲା ଗୋଖଲେଙ୍କ ବେଞ୍ଚ ଆଜି (ରବିବାର )ଛାତ୍ରଛାତ୍ରୀଙ୍କ […]
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଚରାଉଚରା କରିଛି । ଇଡି ଟିମ୍ ସାତ ଘଣ୍ଟା ଯାଏ ସିଏମ୍ ସୋରେନଙ୍କ ଘରେ ରହିଥିଲେ । ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ତେଣୁ ନିଜେ ଇଡି ଟିମ୍ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଆସିଥିଲେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି […]
ପୂର୍ବ ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ହସ୍ପିଟାଲ ଓପିଡି ବନ୍ଦ ରହିବ ବୋଲି ଆଦେଶ ଦିଆଯାଇଥିଲା । ତେବେ ଏହାକୁ ଫେରାଇ ନେଇଛନ୍ତି କର୍ତ୍ତୃପକ୍ଷ । ଅନ୍ୟ ହସ୍ପିଟାଲ ମାନେ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଯାହା ଦ୍ୱାରା ରୋଗୀ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ରୋଗୀ ସେବା ସୁବିଧା […]
ବିଲକିସ୍ ବାନୋ ମାମଲାରେ ଦୋଷୀମାନେ ସରେଣ୍ଡର କରିବାର ଅବଧି ସମ୍ପ୍ରସାରଣ ନିବେଦନ କରିଥିଲେ। ତେବେ ସେମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି।ଅଭିଯୁକ୍ତଙ୍କ ଆତ୍ମସମର୍ପଣ କରିବାର ସମୟ ଜାନୁଆରୀ ୨୧ରେ ଶେଷ ହେଉଛି।ସୁପ୍ରିମକୋର୍ଟ ସବୁ ଆବେଦନକୁ ନିରାଧାର ବୋଲି କହିଛନ୍ତି ଓ ଅବାଞ୍ଛିତ ଆଧାରରେ ଆମେ ସରେଣ୍ଡରର ତାରିଖ ସମ୍ପ୍ରସାରଣ କରିପାରିବୁ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି। ସବୁ ଦୋଷୀଙ୍କୁ ଜାନୁୟାରୀ ୨୧ ତାରିଖ ସୁଦ୍ଧା ସରେଣ୍ଡର କରିବାକୁ ପଡିବ ବୋଲି କହିଛନ୍ତି। ନିକଟରେ ଗୁଜରାଟ ସରକାରଙ୍କ […]
ବୈଦିକ ମନ୍ତ୍ର, ପୂଜାପାଠ, ଭଜନକୀର୍ତ୍ତନ ଓ ରାମଲୀଳା ଭଳି ଦିବ୍ୟ ଆୟୋଜନରେ ରାମ ନଗରୀ ଅଯୋଧ୍ୟା ହୋଇଉଠିଛି ମୁଖରିତ । ଭାବଭକ୍ତିରେ ବୁଡ଼ିଛନ୍ତି ରାମଭକ୍ତ । ରାମଲଲାଙ୍କ ଆଗମନ ସମସ୍ତଙ୍କୁ କରିଛି ଭାବବିହ୍ୱଳ । ଗୁରୁବାର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲାଲା । ଗର୍ଭଗୃହରେ ୫୧ଇଞ୍ଚର ଶ୍ୟାମଳ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମୂର୍ତ୍ତିକୁ ଏକ କପଡାରେ ଆବରଣ କରି ରଖାଯାଇଛି । ଶନିବାର ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ମିଳିଛି । […]
ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣା ରେ ଟିଟିଇଙ୍କୁ ନିଲମ୍ବିତ କରାଯାଇଛି। | ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନେଲା ରେଲଓ୍ୱେ। ଟ୍ରେନ୍ରେ TTE ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ବରୁନି-ଲକ୍ଷ୍ନୌ ଏକ୍ସପ୍ରେସ ଟ୍ରେନର ଏକ ସମାନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ TTE ଜଣେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହି ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ […]
ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥଳ ପାଲଟିଛି ପାକିସ୍ତାନ। ଏପରିକି ପାକିସ୍ତାନ ମଧ୍ୟ ନିଜ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଛି।। ଇରାନ ଜୈଶ ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଦୁଇଟି ଆତଙ୍କବାଦୀ ବେସ ଉପରେ ବୋମା ପକାଇ ପାକିସ୍ତାନର ଗୁମର ଖୋଲିଛି। ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନର ଶିବିର ଉପରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଛି ଏବଂ ପାକିସ୍ତାନ ଅନୁଯାୟୀ ଏହି ଆକ୍ରମଣରେ ଦୁଇ ଶିଶୁ ପ୍ରାଣ ହରାଇଛନ୍ତି। ଏହି ପଦକ୍ଷେପ […]
ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାରତ ବିରୋଧୀ ବିବୃତ୍ତି ଏବଂ କାର୍ଯ୍ୟ କରି ଚାଲିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି। ଏହି ଡ୍ରୋନ ୟୁକ୍ରେନ ଋଷିଆ ବିରୋଧରେ ବ୍ୟବହାର କରୁଥିବାବେଳେ ପାକିସ୍ତାନ ମଧ୍ୟ ଏହାକୁ ବ୍ୟବହାର କରୁଛି।ନିକଟରେ ମୋଇଜୁ ଚୀନ୍ ଗସ୍ତ କରିଥିଲେ, ସେଠାରୁ ଫେରିବାପରେ ଭାରତକୁ ନେଇ ତାଙ୍କର ସ୍ୱର ବଦଳି ଯାଇଛି। ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ମାଲଦ୍ୱୀପରୁ ସେନା […]
କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଗତ କାଲି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ହାକୁ ମିଶାଇ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିରେ ୭ ଚିତା ଏବଂ ୩ ଶାବକ ସାମିଲ ରହିଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଚିତା ମୃତ୍ୟୁର କାରଣ ଜଣାପଡ଼ିବ।ଭାରତରେ ୭୦ ବର୍ଷ ପୂର୍ବେ ଲୋପ ପାଇଯାଇଥିବା ଚିତାଙ୍କ ବଂଶ ବୃଦ୍ଧି କରିବାକୁ […]
ପଞ୍ଜାବ ଫରିଦକୋଟ୍ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। ପ୍ରେମିକା ବେଶରେ ପରୀକ୍ଷା ହଲରେ ପହଞ୍ଚିଲେ ଯୁବକ । କେହି ମଧ୍ୟ ଜାଣି ପାରିନଥିଲେ କି ସେ ପୁଅ ବୋଲି । ମେକଅପ ଏବଂ ଡ୍ରେସରେ ପୁରା ଝିଅ ଭଳି ଦେଖାଯାଉଥିଲେ । ଲିପଷ୍ଟିକ୍, ବିନ୍ଦି ଆଉ ମୁହଁ ପୁରାପୁରି ତାଙ୍କ ପ୍ରେମିକାଙ୍କ […]
ଜମ୍ମୁ-କାଶ୍ମୀରର କିସ୍ତୱାରରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ,ସକାଳ ୮.୫୩ରେ କିଶ୍ଟଓ୍ବାରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ର ମାପ କରାଯାଇଥିଲା।ଏଥିରେ କୌଣସି ଧନଜୀବନ ନଷ୍ଟ ହେବାର ସୂଚନା ମିଳିନାହିଁ।
