ରାତିରେ ପୋଖରୀ ଚୋରି ସକାଳେ କୁଡ଼ିଆ ଘର

ବିହାରରେ ବ୍ରିଜ୍‌, ଟ୍ରେନ୍‌ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୋକଙ୍କ ଅଭିଯୋଗ ସ୍ଥାନୀୟ ପୋଲିସ ଓ ମାଫିଆଙ୍କୁ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଛି । ଏନେଇ ଥାନା ଏବଂ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଅଭିଯୋଗ କଲେ କୌଣସି କର୍ଯ୍ୟାନୁଷ୍ଠାନ ହେଇନାହିଁ ବୋଲି ଲୋକେ କହିଛନ୍ତି । […]

 ଜାପାନର ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ 

ନୂଆବର୍ଷରେ ଜାପାନରେ ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଏହା ସହିତ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।ଜାପାନ ପାଣିପାଗ ବିଭାଗର ସୂଚନା ମୁତାବକ, ଏହି ଶକ୍ତିଶାଳୀ ଭୂମିକମ୍ପ ଇସିକାଓ୍ବା ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ପରେ ସୁନାମୀ ସତର୍କତା ଜାରି କରାଯାଇଛି । ସମୁଦ୍ରରେ […]

ପୁଣି ଇତିହାସ ରଚିଲା ଇସ୍ରୋ ।  ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ । 

ନୂଆବର୍ଷ ୨୦୨୪ ବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ ଯାହା ସୋମବାର ସକାଳ ୯ଟା ୧୦ରେ ପିଏସଏଲଭି –ସି୫୮ ରକେଟ୍‌‌ ଜରିଆରେ ‘ଏକ୍ସପୋସାଟ୍‌‌’ ସାଟେଲାଇଟ୍‌‌ ଉତ୍‌‌କ୍ଷେପଣର ସଫଳ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଏହା ହୋଇଛି | ‘ଏକ୍ସପୋସାଟ୍‌‌’ ଓ ୧୦ ଅନ୍ୟ ପେଲୋଡ୍‌‌ର ବି ଉତ୍‌‌କ୍ଷେପଣ କରାଯାଇଛି।ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟି । ବିଶ୍ବବ୍ରହ୍ମାଣ୍ଡର ୫୦ଟି ଉଜ୍ବଳତମ ମହାଜାଗତିକ ଉତ୍ସ ନେଇ […]

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଓ ପ୍ରଧାନମନ୍ତ୍ରୀ

ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛାଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ।ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କ ନୂତନ ବର୍ଷର […]

ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡରେ ଭବ୍ୟ ଆତଶବାଜୀ ସହ ନୂଆବର୍ଷ ୨୦୨୪କୁ ସ୍ୱାଗତ

ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡରେ ଭବ୍ୟ ଆତଶବାଜୀ ସହ ନୂଆବର୍ଷ ୨୦୨୪କୁ ସ୍ୱାଗତ କରିବାରେ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ବିଶ୍ୱରେ ନବବର୍ଷ ଉତ୍ସବ ପାଳନ କରିବାରେ ଅକଲ୍ୟାଣ୍ଡ ବିଶ୍ୱର ପ୍ରଥମ ସହର। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା ପରେ ନୂଆ ବର୍ଷ ପାଳନ କରାଯିବ। ଏହାପୂର୍ବରୁ, ସମସ୍ତେ ଗତ ବର୍ଷର ଭଲ ସ୍ମୃତିକୁ ସମ୍ମାନ କରିବାକୁ ଏବଂ ଏକ ନୂତନ ବର୍ଷକୁ ସ୍ବାଗତ କରିବାକୁ ଖରାପ ସ୍ମୃତି ଭୁଲିଯିବାକୁ ଆଗ୍ରହୀ। ନୂଆ ବର୍ଷକୁ ସ୍ବାଗତ […]

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଡ଼ଃ. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ

କଟକ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ […]

ମହାନ ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ […]

ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମ କୋର୍ଟଙ୍କ ଆଦେଶ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ […]

୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଆଜି ୧୦ଟା ୧୫ମିନିଟରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ। ସଂସଦର କେନ୍ଦ୍ରୀୟ ହଲରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନା। ମଞ୍ଚ ଉପରେ ମୁଖ୍ୟ ବିଚାରପତି ରମନା ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ, ମଝିରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ତାଙ୍କ ପାଖରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ଶେଷରେ ବାଚସ୍ପତି ଓମ ବିର୍ଲା ବସିଥିଲେ।ଶପଥପାଠ ପରେ ମଝିରେ ବସିଥିବା ରାଷ୍ଟ୍ରପତି ରାମାନଥ କୋବିନ୍ଦ […]

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ବିଜୟ ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ୱ, ବହୁସଂଖ୍ୟକ ଓ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା ନୂଆ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଜଣେ ଓଡ଼ିଆ ଭାବରେ, ରାଷ୍ଟ୍ରପତି […]

ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାର ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ପ୍ରମାଣ ପତ୍ର

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା। ଏହାକୁ ସରକାରୀ ଭାବ ଘୋଷଣା କରିଛନ୍ତି ରାଜ୍ୟସଭା ମହାସଚିବ ତଥା […]

ପୁଣି ବନ୍ଦ ହେଲା ୭୪୭ୱେବସାଇଟ୍‌ ଏବଂ ୯୪ଟି ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ, ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ଟି ୟୁଆରଏଲ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ […]

Odisha Darpan Digital