ଦେଶ ନିଜର ସାମରିକ ସାମର୍ଥ୍ୟକୁ ମଜବୁତ କରିବାରେ ଲାଗିଛି । ଏବଂ ନୂତନ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି । ଭାରତୀୟ ବାୟୁସେନା ବର୍ତ୍ତମାନ ଏକ ଅନନ୍ୟ କ୍ଷମତା ପ୍ରଦାନ କରୁଥିବାରୁ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ବହୁ ସଂଖ୍ୟକ ଇସ୍ରାଏଲ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଯୋଜନା କରୁଛି । ତେବେ ମିସାଇଲ ପରୀକ୍ଷଣ ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିଲା ଏବଂ ଏହା ଆବଶ୍ୟକ ମାନଦଣ୍ଡ ଉପରେ ସଠିକ୍ ସାବ୍ୟସ୍ତ ହୋଇଛି । ସୂତ୍ର ଅନୁସାରେ […]
ସିୟାଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିବା ସହ କଲେ ଆଲୋଚନା । ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଁଚିବା ପରେ ସିୟାଚେନ୍ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିଛନ୍ତି । ବିଯୁକ୍ତ ତାପମାତ୍ରାରେ ନିୟୋଜିତ ହୋଇ ଦେଶବାସୀଙ୍କ ସେବା କରୁଥିôବା ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ରାଜନାଥ। ଏହି ଅବସରରେ ଯବାନମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଗତ ୫ବର୍ଷ ତଳେ ତାଙ୍କୁ […]
ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ନେସଲେ କମ୍ପାନୀ ଉତ୍ପାଦ ଉପରେ ପ୍ରଥମ ପ୍ରଶ୍ନ ଉଠିଥିଲା ତ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି । ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍ କରୀ’ ଉପରେ ପ୍ରତିବନ୍ଧକ ଲଗାଇଛି ସିଙ୍ଗାପୁର । ଏପ୍ରିଲ ୧୮ରେ ଜାରି ଏକ ବୟାନ ଅନୁଯାୟୀ, ସିଙ୍ଗାପୁରର ଖାଦ୍ୟ ସୁରକ୍ଷା ଏଜେନ୍ସୀ, ଏଭରେଷ୍ଟର ‘ଫିସ୍ କରୀ’ ମସଲାକୁ ବଜାରରୁ ଫେରାଇନେବାକୁ ଆଦେଶ ଦେଇଛନ୍ତି।ପ୍ରକୃତରେ ଅଭିଯୋଗ ହୋଇଛି ଯେ, ଭାରତରୁ […]
ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର ଆକ୍ରମଣକୁ ପ୍ରତିହତ କରି ପ୍ରତିଶୋଧ ନେଇ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ ଶୁକ୍ରବାର ସକାଳେ ଇରାନ ଉପରେ ଆକ୍ରମଣ କରିଦେଇଛି । ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମିସାଇଲ ମାଡ କରିଛି ଇସ୍ରାଏଲ । ସପ୍ତାହେ ତଳେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ଆଜି ଜବାବରେ […]
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘z’ ବର୍ଗର ଭିଆଇପି ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।‘ଜେଡ୍’ ବର୍ଗର ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ, ବର୍ତ୍ତମାନ ରାଜୀବ କୁମାରଙ୍କ ସୁରକ୍ଷା ପାଇଁ ସିଆରପିଏଫ୍ କମାଣ୍ଡୋ ସମେତ ମୋଟ ୩୩ ସୁରକ୍ଷା କର୍ମୀ ନିୟୋଜିତ ହେବେ। ଏଥିରେ କୁମାରଙ୍କ ବାସଭବନରେ ନିୟୋଜିତ ୧୦ ଜଣ […]
ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଲୋକମାନେ ଏହା ଅନୁଭବ କରିଥିଲେ। ତାଇଓ୍ବାନ ଭୟଙ୍କର ଭୂମିକମ୍ପର ଗୋଟିଏ ଦିନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇଛି । ତାଇଓ୍ବାନରେ ଶକ୍ତିଶାଳୀ ଭୂମିକମ୍ପ ର ତୀବ୍ରତା ୭.୪ ରେକର୍ଡ କରାଯାଇଥିଲା […]
ଗୋଟିଏ କି ଦୁଇଟି ନୁହେଁ, ପାଣି ଟାଙ୍କିରୁ ମିଳିଲା ୩୦ମାଙ୍କଡ଼ଙ୍କ ମୃତଦେହ । ଯେଉଁ ଟାଙ୍କିର ପାଣି ପିଉଥିଲେ ୨୦୦ପରିବାର । ହାଇଦ୍ରାବାଦର ତେଲଙ୍ଗାନାରେ ଘଟିଛି ଏହି ଘଟଣା । ଯେଉଁଠି ପାଣି ଟାଙ୍କିରୁ ମିଳିଛି ୩୦ ରୁ ୪୦ ମାଙ୍କଡ ମୃତଦେହ । ଅନୁମାନ କରାଯାଉଛି ଯେ ପ୍ରବଳ ଗରମ ଯୋଗୁଁ ମାଙ୍କଡ଼ମାନେ ପାଣି ପିଇବା ପାଇଁ ଆଜବେଷ୍ଟସ ଦେଇ ଟାଙ୍କି ଭିତରକୁ ପଶିଥାଇପାରନ୍ତି କିନ୍ତୁ ବାହାରକୁ ନ ଆସି ପାରି ବୁଡ଼ି ଯାଇ ସେମାନଙ୍କର […]
ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ସର୍ବୋଚ୍ଚ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ଆଡଭାନୀଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗତକାଲି ରାଷ୍ଟ୍ରପତି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ମହାନ ଚାଷୀ […]
ପୁଣି ଚର୍ଚ୍ଚାରେ ସୀମା ହାଇଦର । ଏବେ ପ୍ରେମୀଯୁଗଳ ସୀମା ହାଇଦର ଓ ସଚିନ ମୀନା ହରଡଘଣାରେ । ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ପାକିସ୍ତାନରୁ ଭାରତକୁ ଆସି ସୀମାଙ୍କ ନାଁରେ କେସ୍ ଦେଇଛନ୍ତି । କେବଳ ସୀମାଙ୍କ ନାମରେ ନୁହଁ ତାଙ୍କ ସ୍ୱାମୀ ସଚିନ ଓ ତାଙ୍କ ବାପା ନେତ୍ରପାଳଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ।ଏନେଇ ସେ ସୁରଜପୁର କୋର୍ଟରେ ୧୫୬/୩ ଅଧୀନରେ ଏକ ଆବେଦନ ମଧ୍ୟ କରିଛନ୍ତି। ଏହି ଆବେଦନକୁ କେନ୍ଦ୍ର […]
ରଙ୍ଗର ପର୍ବ ହୋଲି ଶେଷ ହୋଇଯାଇଛି। ଏହାପରେ ବି ସାରାଅଯୋଧ୍ୟା ଉତ୍ସବମୁଖର ରହିଛି। ଏହି ଅବସରରେ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ବି ଖୁବ ଜମୁଛି। ଏଭଳି ସମୟରେ ରାମମନ୍ଦିର ପରିସରରେ ଗୁଳି ଫୁଟିବା ହେତୁ ଭକ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ମଙ୍ଗଳବାର ରାମ ଜନ୍ମଭୂମି ପରିସରରେ ପିଏସିର ଜଣେ ସେନାଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଥିଲା। ସୂଚନା ପାଇବା ମାତ୍ରେ ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। […]
ଚଳିତ ବର୍ଷର ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବହୁ ସିଟିଂ ଏମପିଙ୍କ ଟିକେଟ କଟାଯାଇଥିଲା ଏବଂ କିଛି ନାମ ମଧ୍ୟ ଦେଖାଯାଇଥିଲା ଯାହା ଉପରେ ବହୁ ଆଲୋଚନା ହେଉଛି। ତେବେ ଏହି ତାଲିକାରେ ଉତ୍ତରପ୍ରଦେଶର ମେରଟରୁ ପ୍ରାର୍ଥୀ ଭାବେ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ଟିକେଟ ମିଳିଥିବା ଉଲ୍ଳେଖ ରହିଛି। ଅରୁଣ ମିରଟରେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ଉପରେ ରାଗ ଝାଡ଼ିଲେ କର୍ଣ୍ଣାଟକର କନ୍ନଡ ଓ ସଂସ୍କୃତି ମନ୍ତ୍ରୀ ଶିବରାଜ ତଙ୍ଗାଡାଗି। ରୋଜଗାର ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କହିଛନ୍ତି ଯେ ଯେଉଁ ଯୁବକ ଓ ଛାତ୍ରମାନେ ମୋଦୀ-ମୋଦୀ ନାରା ଲଗାଉଛନ୍ତି ସେମାନଙ୍କୁ ଚାପୁଡ଼ା ମାରିବା ଦରକାର।ବିକାଶ କ୍ଷେତ୍ରରେ ବିଫଳ ହେବା ସହିତ କେନ୍ଦ୍ରର ବିଜେପି ସରକାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି । ମୋଦି ସରକାର ବର୍ଷକୁ ୨କୋଟି ନିଯୁକ୍ତି ନାରା ଦେଇଥିବା ବେଳେ […]
