ଯୁଦ୍ଧ ମଇଦାନକୁ ଓହ୍ଲାଇବ ଚୀନର ରୋବଟ୍ ଡଗ୍ !

ଯୁଦ୍ଧ ମଇଦାନରେ ଯଦି ଗୋଟେ ପାଖରେ ରୋବଟ୍ ଏବଂ ଅନ୍ୟ ପକ୍ଷରେ ମଣିଷ ଭିତରେ ଯୁଦ୍ଧ ହୁଏ ତେବେ କିଏ ଜିତିବ? ଆଗକୁ ଯୁଦ୍ଧ ମଇଦାନରେ ଏପରି କିଛି ଦେଖିବାକୁ ମିଳିପାରେ । ଚୀନର ଏକ ଗଣମାଧ୍ୟମ ଏକ ରୋବଟ୍ ଡଗର ୨ମିନିଟର ଭିଡିଓ ଜାରି କରିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା, ରୋବଟ୍ ଡଗ୍ ପିଠିରେ ଏକ ଅଟୋମେଟିକ୍ ରାଇଫଲ୍ ଫିଟ୍ କରାଯାଇଛି । ଯୁଦ୍ଧ ମଇଦାନରେ କିପରି ଯୁଦ୍ଧ କରାଯାଏ ସେ ସମସ୍ତ କଳା […]

ଭାଲାନ୍ସଙ୍କ ବଡ ଦାବି: ଖୁବ ଶୀଘ୍ର ବିଶ୍ୱ ଦେଖିପାରେ ଆଉ ଏକ ମହାମାରୀ

ବ୍ରିଟେନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ଭାଲାନ୍ସ କହିଛନ୍ତି ଯେ ବିଶ୍ୱ ଖୁବ୍ ଶୀଘ୍ର ଅନ୍ୟ ମହାମାରୀର ସମ୍ମୁଖୀନ ହେବାକୁ ଯାଉଛି ଏବଂ ଏହାକୁ ରୋକିବା ପ୍ରାୟ ଅସମ୍ଭବ। ଅନ୍ୟ ଏକ ମହାମାରୀ ଆସିବା ନିଶ୍ଚିତ ବୋଲି ଭାଲାନ୍ସ ଚେତାବନୀ ଦେଇଛି। ଏବେଠୁ ହିଁ ଏହାର ମୁକାବିଲା ପାଇଁ ସମସ୍ତ ଦେଶ ପ୍ରସ୍ତୁତ ରହିବା ଜରୁରୀ ବୋଲି ଭାଲାନ୍ସ କହିଛନ୍ତି ।କୋଭିଡ ମହାମାରୀ ସମୟରେ ବିଶ୍ୱ ଯେଉଁଭଳି ଭାବେ କଠିନ ପରିସ୍ଥିତି ଦେଇ ଗତି […]

ଗୁଗୁଲ ମ୍ୟାପ ଦେଖି କରୁଥିଲେ ଯାତ୍ରା, ନଦୀରେ ଭାସିଗଲା କାର

ପ୍ରାୟତଃ ଅଜ୍ଞାତ ସ୍ଥାନକୁ ଯାତ୍ରା କରିବା ସମୟରେ, ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ ଉପରେ ନିର୍ଭର କରନ୍ତି। କିନ୍ତୁ ସବୁବେଳେ ଗୁଗୁଲ ମ୍ୟାପ୍ସ ଉପରେ ନିର୍ଭର କରିବା ଠିକ ହୋଇ ନ ଥାଏ। କେରଳର କୁରୁପନ୍ତରାଠାରେ ଗୁଗୁଲ ମ୍ୟାପର ବ୍ୟବହାର ଏତେ ମହଙ୍ଗା ପ୍ରମାଣିତ ହୋଇଥିଲା ଯେ ଏଥିରେ ମୃତ୍ୟୁ ହେବା ସୁନିଶ୍ଚିତ ଥିଲା। । କେରଳର କୋଟାୟାମ ଜିଲ୍ଲାର କୁରୁପନ୍ତରା ଅଞ୍ଚଳରେ ଏକ ଏସୟୁଭି ଚଳାଇ ଯାଉଥିବା କିଛି ଯାତ୍ରୀ […]

ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ

ମଧ୍ୟପ୍ରଦେଶର ସିଦ୍ଧି ଜିଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଭଏସ ଚେଞ୍ଜିଂ ଆପ୍‌‌ ଜରିଆରେ ମହିଳାଙ୍କ ସ୍ୱରରେ ଯୁବତୀମାନଙ୍କୁ ଫୋନ୍‌‌ କରି ନିଜ ଜାଲରେ ଫସାଇ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ପୁଲିସ କହିଛି।ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀମାନଙ୍କୁ ମହିଳା ଶିକ୍ଷକଙ୍କ ନାମରେ କଲ୍‌‌ ଆସୁଥିଲା। ସେମାନଙ୍କୁ ସ୍କଲାରଶିପ୍‌‌ ମିଳିଥିବା ନେଇ କୁହାଯାଉଥିଲା। ସ୍କଲାରଶିପ୍‌‌ ଅର୍ଥ ନେବା ଲାଗି ନିର୍ଦ୍ଦିଷ୍ଟ ଠିକଣାକୁ ଡକାଯାଉଥିଲା। ଯୁବତୀମାନେ ମହିଳାଙ୍କ ସ୍ୱର ଶୁଣି ତାଙ୍କ କଥାକୁ ବିଶ୍ୱାସ କରିନେଉଥିଲେ। […]

୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି।

କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ କି ରିଲ୍ସ କରିପାରିବେ ନାହିଁ ବୋଲି ନିକଟରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ନିର୍ଦ୍ଦେଶ ଦେଇଥିଲେ। ରିଲ୍ସ କରିବାକୁ ମନା କରାଯିବା ସତ୍ତ୍ବେ କିଛି ପର୍ଯ୍ୟଟକ ଏହାକୁ ଅଣଦେଖା କରିଥିଲେ। ଯେଉଁ କାରଣରୁ ୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି। ସେମାନଙ୍କ ଠାରୁ ଜୋରିମାନା ରାଶି ଆଦାୟ ହୋଇଛି। ରି‌ପୋର୍ଟ ଲେଖାହେଲା […]

କରୋନା ପୁଣି ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି।

ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଥିବା କରୋନା ମାମଲାକୁ ନେଇ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହା ହେଉଛି କରୋନାର ଆଉ ଏକ ନୂଆ ଲହରର ପ୍ରତ୍ୟାବର୍ତ୍ତନ। କରୋନା ପୁଣି ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି। ସିଂଗାପୁରରେ ସ୍ଥିତି ସଂକଟ ଜନକ ଅବସ୍ଥାରେ ପହଂଚିଛି । ମେ’ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ସିଂଗାପୁରରେ ୨୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିଂଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଲୋକଙ୍କ ସତର୍କ ରହିବା […]

ବଦଳିଲା ସୋସିଆଲ୍ ମିଡିଆ ସାଇଟ୍ ଏକ୍ସର ଡୋମେନ୍

ଏଲନ ମସ୍କ ଟ୍ୱିଟର କିଣିବା ପରେ ଏହାର ନାଁ ଓ ଲୋଗୋ ବଦଳାଇ ଦେଇଥିଲ। ଏବେ ଡୋମେନ ବି ବଦଳାଇ ଦେଇଛନ୍ତି।twitter.com ବଦଳରେ ଏବେ x.com କରାଯାଇଛି। ସମସ୍ତ କୋର ସିଷ୍ଟମ ଏବେ x.comରେ ଉପଲବ୍ଧ ହେବ ବୋଲି ଏଲନ ମସ୍କ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। X ଲଗଇନ୍ ପୃଷ୍ଠାର ତଳକୁ ଏକ ମେସେଜ ଦେଖାଯାଉଛି। ଯେଉଁଥିରେ ଲେଖାଯାଇଛି ‘ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମେ ଆମର URL ବଦଳାଉଛୁ। କିନ୍ତୁ ଆପଣଙ୍କର […]

ଏଭରେଷ୍ଟ ଏବଂ ଏମଡିଏଚ ମସଲା ଉପରେ ନେପାଳରେ ଲାଗିଲା ପ୍ରତିବନ୍ଧକ

ସିଙ୍ଗାପୁର ଓ ହଂକଂ ପରେ ଏବେ ନେପାଳରେ ମଧ୍ୟ ଭାରତର ଦୁଇ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନେଇଛି ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ। ନେପାଳ ସରକାରଙ୍କ ଖାଦ୍ୟ ଗୁଣବତା ନିୟନ୍ତ୍ରଣ ବିଭାଗର ମୁଖପାତ୍ର କୃଷ୍ଣା ମହାରାଜନ କହିଛନ୍ତି, ଏଭରେଷ୍ଟ୍ ଏବଂ ଏମଡିଏଚ ବ୍ରାଣ୍ଡ୍‌ର ମସଲା ଆମଦାନୀ […]

ଚାରି ଧାମ ଯାତ୍ରା: ୪ ଦିନରେ ଗଲାଣି ୧୦ ତୀର୍ଥ ଯାତ୍ରୀଙ୍କ ଜୀବନ

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାରେ ଭକ୍ତଙ୍କ ଭୀଡ଼ ଯୋଗୁ ସବୁ ବ୍ୟବସ୍ଥା ଧ୍ୱଂସ୍ତ ହୋଇଛି। ଖାସ କରି ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଯାଉଥିବା ରାସ୍ତାରେ ୪୫ କିଲୋମିଟର ଦୀର୍ଘ ଜାମ ଲାଗିଛି। ଚଳିତବର୍ଷ ଯାତ୍ରାରେ ସାମିଲ ହେବାକୁ ଆଶାଠୁ ଅଧିକ ପହଁଚିବା ସହ ପରିସ୍ଥିତି ଅଣାୟତ ହୋଇପଡିଛି । ସେପଟେ ଶ୍ରଦ୍ଧାଳୁଙ୍କ ମୃତ୍ୟୁପରେ ଦୁଇ ଦିନ ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ବନ୍ଦ କରାଯାଇଛି । ପ୍ରତିବର୍ଷ ହରିଦ୍ୱାରା, ରିଷିକେଶ ଓ ଡେରାଡୁନରୁ ଆରମ୍ଭ ହୋଇଥାଏ ଚାରିଧାମ ଯାତ୍ରା । […]

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲା ଉପରେ ଆମେରିକାର ବହୁତ ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ଭାରତର କୋଣ ଅନୁକୋଣରେ ପ୍ୟାକେଟ ମସଲା ବ୍ୟବହାରକୁ ନେଇ ଲୋକଙ୍କ ମନରେ ଭୟ ପଶିଛି। ସରକାରଙ୍କ ପକ୍ଷରୁ ମସଲା ନମୁନାର ଉପଯୁକ୍ତ ଯାଞ୍ଚ ହେଉ ନ ଥିବାରୁ ସେଥିରେ ମିଶୁଥିବା ବିଷାକ୍ତ ପଦାର୍ଥ ସମ୍ପର୍କରେ ଲୋକେ ଜାଣିପାରୁ ନାହାନ୍ତି।ଏହି ଘଟଣାକୁ ନେଇ ଏମଡିଏଚ ସଫେଇ ଦେଇ […]

ଭାରତ ମହାସାଗର ଉତ୍ତପ୍ତ ହେଉଛି : ଜଳବାୟୁ ଉପରେ ଭୀଷଣ ପ୍ରଭାବ ପଡ଼ିବ କି ?

ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି। ଆଗାମୀ ଦିନରେ ଭାରତ ମହାସାଗରରେ ପାଖାପାଖି ସ୍ଥାୟୀ ଗ୍ରୀଷ୍ମ ଲହର ଅନୁଭୂତ ହେବାକୁ ଯାଉଥିବା ଏକ ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି। ଏହାଦ୍ବାରା ଜଳବାୟୁ ଉପରେ ଭୀଷଣ ପ୍ରଭାବ ପଡ଼ିବ ବୋଲି ପୁଣେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟ୍ରପିକାଲ୍‌ ମିଟିଓରୋଲୋଜି (ଆଇଆଇଟିଏମ୍), ଅଷ୍ଟ୍ରେଲିଆର ସିଏସ୍ଆଇଆରଓ, ଆମେରିକାର ପ୍ରିନ୍‌ସଟନ ବିଶ୍ବବିଦ୍ୟାଳୟ, ଫ୍ରାନ୍‌ସର ସୋରବନ୍ ବିଶ୍ବବିଦ୍ୟାଳୟ […]

୧୯ ବର୍ଷୀୟ ପାକିସ୍ତାନୀ ଝିଅକୁ ନୂଆ ଜୀବନ ଦେଲା ‘ଭାରତୀୟଙ୍କ ହୃତ୍‌ପିଣ୍ଡ’

ଚେନ୍ନାଇର ଏମ୍‌ଜିଏମ୍ ହେଲ୍ଥକେୟାରରେ ହୃତ୍‌ପିଣ୍ଡ ପ୍ରତିରୋପଣ ପରେ ପାକିସ୍ତାନର କରାଚିର ଜଣେ ଯୁବତୀ ନୂଆ ଜୀବନ ପାଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ହେଉଛି, ସୂଚନା ଅନୁଯାୟୀ, ପାକିସ୍ତାନର ଆୟସାଙ୍କୁ ୨୦୧୪ରେ ହାର୍ଟ ଆଟାକ୍‌ ଆସିଥିଲା। ସେ ୨୦୧୪ ସମୟରେ ପାକିସ୍ତାନ ଡାକ୍ତରଙ୍କ ପରାମର୍ଶକ୍ରମେ ଭାରତ ଆସିଥିଲେ ଆଉ ସାମୟିକ ଭାବେ ତାଙ୍କ ହାର୍ଟରେ ପେସ ମେକର ଲଗାଯାଇଥିଲା। ତେବେ କିନ୍ତୁ୨୦୧୯ରେ କାର୍ଡିଆକ ଆରେଷ୍ଟର ଶିକାର ହୋଇଥିଲେ। ଆଉ ତାଙ୍କର ହାର୍ଟ ଫେଲୁଅର ହୋଇପଡ଼ିଥିଲା। ଆଉ ଏହାପରେ ପୁଣି ‌ସେ […]