ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜାଗି ବାସୁଦେବଙ୍କ ଆପୋଲୋ ଦିଲ୍ଲୀରେ ଜରୁରୀକାଳୀନ ବ୍ରେନ୍ ସର୍ଜରୀ କରାଯାଇଛି। ଖବର ଅନୁଯାୟୀ, ମାର୍ଚ୍ଚ ୧୭ ରେ ତାଙ୍କ ମସ୍ତିଷ୍କରେ ଏକ ସ୍ଥାନ ଫୁଲି ଯାଇଥିବା ଜଣା ପଡିଥିଲା ଏବଂ ରକ୍ତସ୍ରାବ ଚିହ୍ନଟ ହେବା ପରେ ତାଙ୍କୁ ଆପୋଲୋ ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା।ତାଙ୍କ ମୁଣ୍ଡରେ ରକ୍ତଜମାଟ ସହ ଅନ୍ୟ ସମସ୍ୟା ପାଇଁ ଜରୁରୀ କାଳୀନ ଅସ୍ତ୍ରୋପଚାର କରାଯାଇଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । […]
ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଭାରତର ବାର୍ଷିକ ପାର୍ଟିକ୍ୟୁଲେଟ୍ ମ୍ୟାଟର (ପିଏମ୍) ୨.୫ ହାରାହାରି କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ୫୪.୪ ରହିଥିବାବେଳେ ପାକିସ୍ତାନର ୭୩.୭ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ଏବଂ ବାଂଲାଦେଶର ୭୯.୯ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ରହିଛି। ପିଏମ୍ ୨.୫ କଣିକାର […]
ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ଆଜି ନିର୍ବାଚନ କମିସନ ତାଙ୍କ ୱେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍ରେ ରଖିଛନ୍ତି। ଦୁଇଟି ପିଡିଏଫରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଥିବା ବେଳେ ଅନ୍ୟଟିରେ ଦଳରେ ନାଁ, ତାରିଖ ଓ ମୂଲ୍ୟ ଉଲ୍ଲେଖ ରହିଛି। ୩୩୭ ଓ ୪୨୬ ପୃଷ୍ଠାର ଦୁଇଟି ପିଡିଏଫ ରହିଛି। […]
ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଭାରତ ସରକାର ଗୁରୁବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି।ସମ୍ପ୍ରତି ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (ସିଏନଜି) ମୂଲ୍ୟରେ ହ୍ରାସ ହେତୁ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି।କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି […]
ଚୀନ୍ ମାଳଦ୍ବୀପରେ ନିଜର ଶକ୍ତି ବୃଦ୍ଧି ଅଭିଯାନ ଜାରି ରଖିଛି। ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁ ଚୀନ୍ ପ୍ରତିପକ୍ଷ ଶି ଜିନପିଙ୍ଗ୍ ଙ୍କ ଆଗରେ ମୁଣ୍ଡ ବିକିଛନ୍ତି।ମାଳଦ୍ବୀପ ପାକିସ୍ତାନର ରାସ୍ତା ଆପଣେଇଛି। ପାକିସ୍ତାନ ମଧ୍ୟ ନିଜର ବିଭିନ୍ନ ଅଞ୍ଚଳର ବିକାଶ ଦାୟିତ୍ବ ଚୀନ୍ କୁ ଦେଇଛି। ତେବେ ଏହା ଯୋଗୁ ଭାରତର ଚିନ୍ତା ବଢ଼ିବାରେ ଲାଗିଛି। ମାଳଦ୍ବୀପ ଏବଂ ପାକିସ୍ତାନରେ ଚୀନ୍ ର ଉପସ୍ଥିତି ଯୋଗୁ ଭାରତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ନଜର ରଖାଯିବାର ଆଶଙ୍କା […]
ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଦେଶରେ ଆଜି ଠାରୁ ବିଧିବଦ୍ଧ ଭାବେ ସିଏଏ ଲାଗୁ ହୋଇଛି। ଏହାର ଅର୍ଥ ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଅନ୍ୟ ଦେଶର ଲୋକମାନେ ନାଗରିକତା ପାଇପାରିବେ। କେବଳ ମୁସଲମମାନଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତର ସରକାର ନାଗରିକତା ଦେବେ। ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର […]
ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଲୋକାର୍ପଣ । ବୁଧବାର ଏହାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସାଧାରଣଙ୍କ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବାକୁ ଉତ୍ସର୍ଗ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ୧୫,୪୦୦ କୋଟି ଟଙ୍କା ମୂଲ୍ୟର ଅନେକ ସଂଯୋଗ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଚନ୍ତି। ଏହା ସହିତ ଭାରତରେ ନଦୀ […]
ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ ଆଶ୍ଵର୍ଯ୍ୟଜନକ ଘଟଣା ଘଟିଛି। ମାଉଥ୍ ଫ୍ରେନ୍ସର ଖାଇବା ପରେ ହଠାତ୍ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏନେଇ ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରେଟର ନୋଏଡା ନିବାସୀ ଅଙ୍କିତ କୁମାରଙ୍କ ଅଭିଯୋଗ ଅନୁଯାୟୀ ସେ ଶନିବାର ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଏକ ରେସ୍ତୋରାଁରେ ତାଙ୍କ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁଅନନ୍ତପୁରମରେ ଥିବା ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗଗନଯାନ ଅଭିଯାନରେ ମହାକାଶକୁ ଯିବାକୁ ଥିବା ୪ ବୀର ମହାକାଶଚାରୀଙ୍କ ସହ ଦେଶକୁ ପରିଚିତ କରାଇଛନ୍ତି। ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣନ ଏବଂ ଶୁଭାଂଶୁ ଶୁକ୍ଲା ଗଗନଯାନ ମିଶନ ପାଇଁ ମନୋନୀତ ମହାକାଶଚାରୀ ଅଟନ୍ତି। ସେ ଏହି ୪ଜଣଙ୍କୁ ‘ମହାକାଶଚାରୀ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧ ଟି ପ୍ରାଥମିକ କୃଷି କ୍ରେଡିଟ ସୋସାଇଟି (ପିଏସିଏସ) ରେ ପରିଚାଳିତ ହେଉଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସମବାୟ କ୍ଷେତ୍ରର ଅନ୍ୟାନ୍ୟ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିକଶିତ ଭାରତର ଅମୃତ ଯାତ୍ରାରେ ଭାରତ ମଣ୍ଡପମ ଆଉ ଏକ ବଡ ଉପଲବ୍ଧିର ସାକ୍ଷୀ ପାଲଟିଥିବା […]
ଭାଜପା ସଭାପତି ଭାବେ ଜେପି ନଡା କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ସେ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି। ଜାନୁଆରୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତି ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି।ସୂଚନା ମୁତାବକ ନଡ୍ଡାଙ୍କ କାର୍ଯ୍ୟକାଳକୁ ଜୁନ ୨୦୨୪ ପର୍ଯ୍ୟନ୍ତ ବଢା ଯାଇଛି। ଜୁନ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ବିଜେପି ସଂସଦୀୟ ବୋର୍ଡ ଗତବର୍ଷ ନିଷ୍ପତ୍ତି ନେଇଥିଲା। […]
ଉତ୍ତରପ୍ରଦେଶର ଆଲିଗଡର କୋଟ ଅଞ୍ଚଳରେ ଏକ ମସଜିଦ ଅବସ୍ଥିତ ।ଏହାର ନାଁ ହେଉଛି ଜାମା ମସଜିଦ । ଆଲିଗଡର ଜାମା ମସଜିଦ କେବଳ ଭାରତରେ ନୁହେଁ ଏସିଆରେ ସବୁଠାରୁ ଅଧିକ ସୁନା ଲାଗିଥିବା ମସଜିଦ୍ ଅଟେ । ଖବର ଅନୁଯାୟୀ ଜାମା ମସଜିଦ୍ ଅବଧି ଏବଂ ମୋଗଲ୍ ସ୍ଥାପତ୍ୟର ଏକ ନିଆରା ମିଳନ ଅଟେ । ତାଜମହଲ ନିର୍ମାଣ କରିଥିବା ମୁଖ୍ୟ ଇଞ୍ଜିନିୟର ଇରାନର ଅବୁ ଇସା ଅଫାଦୀଙ୍କ ନାତି ଜାମା ମସଜିଦ ନିର୍ମାଣ କରିଥିଲେ । […]
