ସୁନାରେ ତିଆରି ଏହି ମସଜିଦ୍‌

ଉତ୍ତରପ୍ରଦେଶର ଆଲିଗଡର କୋଟ ଅଞ୍ଚଳରେ ଏକ ମସଜିଦ ଅବସ୍ଥିତ ।ଏହାର ନାଁ ହେଉଛି ଜାମା ମସଜିଦ । ଆଲିଗଡର ଜାମା ମସଜିଦ କେବଳ ଭାରତରେ ନୁହେଁ ଏସିଆରେ ସବୁଠାରୁ ଅଧିକ ସୁନା ଲାଗିଥିବା ମସଜିଦ୍‌ ଅଟେ । ଖବର ଅନୁଯାୟୀ ଜାମା ମସଜିଦ୍ ଅବଧି ଏବଂ ମୋଗଲ୍ ସ୍ଥାପତ୍ୟର ଏକ ନିଆରା ମିଳନ ଅଟେ । ତାଜମହଲ ନିର୍ମାଣ କରିଥିବା ମୁଖ୍ୟ ଇଞ୍ଜିନିୟର ଇରାନର ଅବୁ ଇସା ଅଫାଦୀଙ୍କ ନାତି ଜାମା ମସଜିଦ ନିର୍ମାଣ କରିଥିଲେ । […]

ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ ।

ବରିଷ୍ଠ ସାମ୍ବାଦିକ ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ କରିଛନ୍ତି। ସେ ତାଙ୍କର ‘ସମାଚାର ଟୁଡେ’କୁ ବନ୍ଦ କରି ଏବେ ଏହି ନୂଆ ଡିଜିଟାଲ ମିଡିଆ ଲଞ୍ଚ କରିଛନ୍ତି।‘ଦ ଏକ୍ସ ଇଣ୍ଡିଆ’ ଷ୍ଟ୍ରିମିଂ ମାଧ୍ୟମରେ ବିଭିନ୍ନ ଓଟିଟି ପ୍ଲାଟଫର୍ମ ସହ ଲୋକପ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ହେବ। ଅମିତ ସୈନୀ କହିଛନ୍ତି, ‘ଦ ଏକ୍ସ ଇଣ୍ଡିଆ’କୁ ଅନେକ ବ୍ୟାଙ୍କ ଏବଂ ଏନବିଏଫସି ସହ କାମ କରୁଥିବା ଅଗ୍ରଣୀ ଆର୍ଥିକ […]

ପାକିସ୍ତାନରେ ଦୁଇଟି ବିସ୍ଫୋରଣ, ୨୬ ମୃତ

ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏପଟେ ନିର୍ବାଚନ ପୂର୍ବରୁ ବାଲୁଚିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ଅନେକ ଲୋକ। ଏହାସହ ଅନେକ ଲୋକେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ବଲୁଚିସ୍ତାନର ପଶ୍ଚିମ ଜିଲା ଖାନୋଜଇ କ୍ଷେତ୍ରରେ ସ୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ବାହାରେ ଘଟିଛି।ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବୋମାଟି ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ବାହାରେ ଏକ ବ୍ୟାଗ୍‌‌ରେ ରଖାଯାଇଥିଲା।ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥିଲା।ତେବେ ପ୍ରଥମ ବିସ୍ଫୋରଣରେ […]

ଫ୍ଲୋର୍ ଟେଷ୍ଟରେ ପାସ୍ ‘ଚମ୍ପାଇ ସରକାର’

ଝାଡଖଣ୍ଡ ବିଧାନସଭାରେ ବହୁମତର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଚମ୍ପାଇଙ୍କ ସମର୍ଥନରେ ୪୭ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷ ଦଳରେ ମାତ୍ର ୨୯ଖଣ୍ଡ ଭୋଟ ପଡିଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବ୍ୟତୀତ ସହଯୋଗୀ ଦଳର ବିଧାୟକମାନେ ମଧ୍ୟ ଫ୍ଲୋର ଟେଷ୍ଟ ପାଇଁ ଗୃହରେ ଉପସ୍ଥିତ ଥିଲେ। ଏହାପୂର୍ବରୁ ରବିବାର ବିଳମ୍ବିତ ରାତିରେ ପ୍ରାୟ ୪୦ ଜଣ ବିଧାୟକ ଜେଏମଏମ ଏବଂ କଂଗ୍ରେସ ହାଇଦ୍ରାବାଦରୁ ରାଞ୍ଚି ଫେରିଥିଲେ। ବହୁମତ ସାବ୍ୟସ୍ତ କରିବା ପାଇଁ ବିଧାନସଭାରେ […]

ପାନ ମସଲା ଏବଂ ତମାଖୁକୁ ନେଇ ୧ ଏପ୍ରିଲରୁ ଲାଗିବ ୧ ଲକ୍ଷ ଟଙ୍କା ଜରିମାନା

ପାନ ମସଲା, ତମାଖୁ ଏବଂ ଗୁଟଖା ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ଉପରେ ୧ ଏପ୍ରିଲରୁ ବଡ ଜରିମାନା ଲାଗିପାରେ । ଜିଏସଟି କାଉନସିଲ୍ ତରଫରୁ ଆଜି ଏନେଇ ଏକ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ଏନେଇ ସୂଚନା ଦିଆଯାଇଛି । ଜିଏସଟି ତରଫରୁ ଜାରି କରାଯାଇଥିବା ଆଡଭାଇଜରି ଅନୁସାରେ ତମାଖୁ ଉତ୍ପାଦନ କରୁଥିବା କମ୍ପାନୀଙ୍କୁ ୧ ଏପ୍ରିଲରୁ ଜିଏସଟି ଅଧିକାରୀଙ୍କ ସହ ନିଜ ପ୍ୟାକିଂ ମେସିନର ମଧ୍ୟ ପଞ୍ଜୀକରଣ କରାଇବାକୁ ହେବ । ଜିଏସଟି ପରିଷଦଙ୍କ […]

 ଏଲ୍‌ପିଜି ସିଲିଣ୍ଡର ଦାମରେ ବୃଦ୍ଧି

ଏଲ୍‌ପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ଅଓଲ୍‌ ମାର୍କେଟିଂ କମ୍ପାନୀଙ୍କ ପକ୍ଷରୁ ଫେବୃଆରୀ ପହିଲା ମାନେ ଆଜିଠାରୁ ଏହି ଦର ଲାଗୁ କରାଯାଉଛି ।ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି।ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ କମ୍ପାନୀଗୁଡିକ ଘରୋଇ ଓ ବ୍ୟବସାୟିକ ଗ୍ୟାସର ମୂଲ୍ୟ ବୃଦ୍ଧି କରନ୍ତି । ଚଳିତ ଥର ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୪ ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ପରେ, ଗୁରୁବାରଠାରୁ ବାଣିଜି୍ୟକ ସିଲିଣ୍ଡର ଦିଲ୍ଲୀରେ ୧୭୫୫.୫୦ […]

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି।

ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେଉଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ୟାରେ ବାଲୁକା କଳାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ଉଚ୍ଚତା ୨୩ ଫୁଟ୍‌ ଥିବାବେଳେ ଲମ୍ବ ୫୫ ଓ ଓସାର ୩୫ ଫୁଟ୍‌ ରହିଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଇଥିବା ପ୍ରତୀକ୍ଷାର […]

ଏହି ରାଜ୍ୟରେ ରାମମନ୍ଦିର ଉଦ୍‌ଘାଟନ ଉତ୍ସବ ଛୁଟିକୁ ନେଇ ବିବାଦ

ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ। ଯାହା ପାଇଁ ବହୁ ବିବାଦ ଦେଖାଦେଇଥିଲା। ପ୍ରାଣ ପ୍ରତିଷ୍ଠା ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ତାରିଖକୁ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ । ଚାରିଜଣ ଛାତ୍ର ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଜଷ୍ଟିସ୍ ଜିଏସ୍ କୁଲକର୍ଣ୍ଣି ଏବଂ ନୀଲା ଗୋଖଲେଙ୍କ ବେଞ୍ଚ ଆଜି (ରବିବାର )ଛାତ୍ରଛାତ୍ରୀଙ୍କ […]

ସାତ ଘଣ୍ଟା ପଚରାଉଚରା ପରେ ସିଏମ୍ ସୋରେନଙ୍କ ଘରୁ ବାହାରିଲା ଇଡି ଟିମ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଚରାଉଚରା କରିଛି । ଇଡି ଟିମ୍ ସାତ ଘଣ୍ଟା ଯାଏ ସିଏମ୍ ସୋରେନଙ୍କ ଘରେ ରହିଥିଲେ । ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ତେଣୁ ନିଜେ ଇଡି ଟିମ୍‌ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଆସିଥିଲେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି […]

ପ୍ରାଣ ପ୍ରତିଷ୍ଠାରେ ଓପିଡି ରହିବ ଖୋଲା, ସର୍କୁଲାର ଜାରି

ପୂର୍ବ ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ହସ୍ପିଟାଲ ଓପିଡି ବନ୍ଦ ରହିବ ବୋଲି ଆଦେଶ ଦିଆଯାଇଥିଲା । ତେବେ ଏହାକୁ ଫେରାଇ ନେଇଛନ୍ତି କର୍ତ୍ତୃପକ୍ଷ । ଅନ୍ୟ ହସ୍ପିଟାଲ ମାନେ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଯାହା ଦ୍ୱାରା ରୋଗୀ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ରୋଗୀ ସେବା ସୁବିଧା […]

ବିଲ୍‌କିସ୍‌ ବାନୋ ମାମଲା: ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟଙ୍କରୁ ଝଟକା

ବିଲକିସ୍ ବାନୋ ମାମଲାରେ ଦୋଷୀମାନେ ସରେଣ୍ଡର କରିବାର ଅବଧି ସମ୍ପ୍ରସାରଣ ନିବେଦନ କରିଥିଲେ। ତେବେ ସେମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି।ଅଭିଯୁକ୍ତଙ୍କ ଆତ୍ମସମର୍ପଣ କରିବାର ସମୟ ଜାନୁଆରୀ ୨୧ରେ ଶେଷ ହେଉଛି।ସୁପ୍ରିମକୋର୍ଟ ସବୁ ଆବେଦନକୁ ନିରାଧାର ବୋଲି କହିଛନ୍ତି ଓ ଅବାଞ୍ଛିତ ଆଧାରରେ ଆମେ ସରେଣ୍ଡରର ତାରିଖ ସମ୍ପ୍ରସାରଣ କରିପାରିବୁ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି। ସବୁ ଦୋଷୀଙ୍କୁ ଜାନୁୟାରୀ ୨୧ ତାରିଖ ସୁଦ୍ଧା ସରେଣ୍ଡର କରିବାକୁ ପଡିବ ବୋଲି କହିଛନ୍ତି। ନିକଟରେ ଗୁଜରାଟ ସରକାରଙ୍କ […]

ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ

ବୈଦିକ ମନ୍ତ୍ର, ପୂଜାପାଠ, ଭଜନକୀର୍ତ୍ତନ ଓ ରାମଲୀଳା ଭଳି ଦିବ୍ୟ ଆୟୋଜନରେ ରାମ ନଗରୀ ଅଯୋଧ୍ୟା ହୋଇଉଠିଛି ମୁଖରିତ । ଭାବଭକ୍ତିରେ ବୁଡ଼ିଛନ୍ତି ରାମଭକ୍ତ । ରାମଲଲାଙ୍କ ଆଗମନ ସମସ୍ତଙ୍କୁ କରିଛି ଭାବବିହ୍ୱଳ । ଗୁରୁବାର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲାଲା । ଗର୍ଭଗୃହରେ ୫୧ଇଞ୍ଚର ଶ୍ୟାମଳ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମୂର୍ତ୍ତିକୁ ଏକ କପଡାରେ ଆବରଣ କରି ରଖାଯାଇଛି । ଶନିବାର ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ମିଳିଛି । […]