ଦିଲ୍ଲୀ-ଏନସିଆରରେ ଗୁରୁବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟାକ ଅନୁଭବ ହୋଇଛି ।ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍-ଆଫଗାନିସ୍ତାନ ସୀମା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଟେ।ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । କିନ୍ତୁ ଭୂକମ୍ପ ଘଟିବା ମାତ୍ରେ […]
ଇକ୍ବୋଡରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କିଛି ବନ୍ଧୁକଧାରୀ ଏକ ଟିଭି ଷ୍ଟୁଡିଓର ଲାଇଭ୍ ପ୍ରୋଗ୍ରାମରେ ପ୍ରବେଶ କରିଥିଲେ। ଲାଇଭ୍ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ଦେଖାଇ ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।‘ମାସ୍କ’ପିନ୍ଧା ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରବେଶ କରି କର୍ମଚାରୀମାନଙ୍କୁ ତଳେ ବସାଇବା ସହିତ ଶୋଇବାକୁ ବାଧ୍ୟ କରିଥିଲେ।ଗୁଳି ଶବ୍ଦ ମଧ୍ୟରେ ଜଣେ ମହିଳା ‘ଗୁଳି ମାର ନାହିଁ, ଦୟାକରି ଗୁଳି ମାର ନାହିଁ’ କହୁଥିବା ଶୁଣିବାକୁ ମିଳିଥିଲା। ମଙ୍ଗଳବାର ଦିନ […]
୧୪୦ ଭାଷାରେ ଗୀତ ଗାଇ ୱାଲ୍ଡ ରେକର୍ଡ କରିଛନ୍ତି ଜଣେ ଭାରତୀୟ ଯୁବତୀ ସୁଚେତା। ଆଜି ପର୍ଯ୍ୟନ୍ତ ଦୁନିଆରେ କେହି ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି। ଏହି କାରଣରୁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସୁଚେତାଙ୍କ ନାମ ମଧ୍ୟ ରେକର୍ଡ କରାଯାଇଛି।ତାଙ୍କ ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।କେରଳର ବାସିନ୍ଦା ସୁଚେତା ୨୪ ନଭେମ୍ବର ୨୦୨୩ରେ ଦୁବାଇରେ ଜଳବାୟୁ ପାଇଁ କନସର୍ଟରେ ଅଂଶଗ୍ରହଣ କରିଥିଲେ। ଏହି […]
ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ଏଭଳି ଏକ ଘଟଣା ଘଟିଛି । ନିଆଁ ଜାଳିଥିବା ଦୁଇ ଯୁବକ ଗିରଫ ହୋଇଛନ୍ତି ।୨ ଯୁବକ ଚନ୍ଦନ ଏବଂ ଦେବେନ୍ଦ୍ର ସେମାନଙ୍କ ଲଗେଜରେ ଘଷି ନେଇଥିଲେ।ଏହି ଦୁହିଁଙ୍କ ବୟସ ୨୦ ବର୍ଷ ବୟସ ହେବ, ଟ୍ରେନ୍ ଭିତରେ ହଜାର ହଜାର ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦେଇ ସେମାନେ ଘଷି ଜାଳି ନିଆଁ ପୋଉଁଥିବାବେଳେ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ସେମାନଙ୍କୁ ଗିରଫ କରାଯାଇଥିଲା।ଅଟକ ରଖାଯାଇ ଯାଞ୍ଚ କରିବା ପରେ […]
ନ୍ୟୁଜିଲାଣ୍ଡର ୧୭୦ ବର୍ଷ ଇତିହାସରେ ସବୁଠୁ କନିଷ୍ଠ ସାଂସଦ । ନାଁ ତାଙ୍କର ହାନା ରାୱହିତ ମୈପି-କ୍ଲାର୍କ, ବୟସ ୨୧ ।ସେ ସଂସଦରେ ନାଚି ନାଚି ଜନସାଧାରଣଙ୍କ ଦାବି ଉପସ୍ଥାପନ କରିଛନ୍ତି। ଭାରତରେ ନୁହେଁ ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବ କନିଷ୍ଠ ଏମପି ହାନା ରହିତି ମାଇପି କର୍ଲାକେ। ନ୍ୟୁଜିଲାଣ୍ଡ ସଂସଦରେ ତାଙ୍କର ଦମଦାର ଭାଷଣ ସାଙ୍ଗକୁ ଦାବି ଉପସ୍ଥାପନ କରିବାର ପ୍ରଭାବଶାଳୀ ନୃତ୍ୟ ସାରା ବିଶ୍ୱକୁ ଚକିତ କରିଛି। କୁହାଯାଉଛି ଯେ ହାନା ୨୦୨୩ ଡିସେମ୍ବରରେ […]
ବର୍ଷ ଆରମ୍ଭରୁ ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ। ଭାରତର ଆଦିତ୍ୟ ଉପଗ୍ରହ ଏଲ୍-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ […]
ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ଅପହରଣକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ ଥିବା ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଜଳଦସ୍ୟୁମାନେ ଜାହାଜକୁ ଛାଡ଼ି ପଳାୟନ କରିଥିବା ନୌସେନା କହିଛି।ସୂଚନା ଥାଉକି ‘ଏମ୍ଭି ଲିଲା ନୋରଫୋକ୍’ ନାମକ ଲାଇବେରିଆ ପତାକା ଥିବା ଏକ ମାଲବାହୀ ଜାହାଜକୁ ଅପହରଣ କରି […]
ହିଟ୍ ଆଣ୍ଡ ରନ୍ ମାମଲାର ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବସ, ଟ୍ରକ୍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଆନ୍ଦୋଳନରେ ସାମିଲ ହେବେ । ଏହା ଦ୍ୱରା ଦୈନିକ […]
ଦକ୍ଷିଣରେ ମଜବୁତ୍ ହେଉଛି କଂଗ୍ରେସ । ହାତ ଧରିଲେ ଓ୍ବାଇଏସ୍ ସର୍ମିଳା । ସର୍ବ ପୂରାତନ ପାର୍ଟିରେ ସାମିଲ ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ, ରାହୁଲ ଏବଂ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ।ଶର୍ମିଳା କଂଗ୍ରେସରେ ଯୋଗଦେବା ଫଳରେ ଆନ୍ଧ୍ରପ୍ରଦେଶରେ ଦଳକୁ ମଜଭୁତ କରିବ। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ବୁଧବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ ଓ ଗୁରୁବାର […]
ରକ୍ତ ବିକ୍ରୟ ପାଇଁ ନୁହେଁ, ଅର୍ଥାତ ବର୍ତ୍ତମାନ ଦେଶରେ ରକ୍ତ ଆଉ ବିକ୍ରି ହେବ ନାହିଁ। ରକ୍ତ ଅଭାବରୁ କେହି ମରିବେ ନାହିଁ। ବର୍ତ୍ତମାନ ଡାକ୍ତରଖାନା ଏବଂ ବେସରକାରୀ ବ୍ଲଡ ବ୍ୟାଙ୍କଗୁଡିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଅନ୍ତର୍ଗତ ବ୍ଲଡ ବ୍ୟାଙ୍କ କିମ୍ବା ଡାକ୍ତରଖାନା କେବଳ ରକ୍ତଦାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯାଇ ପାରିବ। ଏହା […]
ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ବାରମ୍ବାର ଇଡି ସମନ କରୁଛି। କିନ୍ତୁ କେଜ୍ରିୱାଲ କହିଛନ୍ତି, ସିବିଆଇ ମୋତେ ୮ ମାସ ପୂର୍ବରୁ ଡକାଇଥିଲା, ମୁଁ ଯାଇଥିଲି। କିନ୍ତୁ ଇଡି ଡାକିବା ବେଆଇନ ଅଟେ। ପଚରାଉଚୁରାର ବାହାନାରେ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ଯେଉଁମାନେ ଭାଜପା ସହ ସହମତ ନୁହଁନ୍ତି ସେମାନଙ୍କୁ ଜେଲକୁ ପଠାଯାଏ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏଭଳି କରାଯାଉଛି । ଯେଇଁ […]
ଇସ୍ତଫା ଦେବେ ନାହିଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି। କଂଗ୍ରେସ ବିଧାୟକ ପ୍ରଦୀପ ଯାଦବ, ୪୩ ବିଧାୟକଙ୍କ ନେଇ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିବା ନେଇ ସମର୍ଥନ ଦେଇଛନ୍ତି । ଏହା ସହ ଇଡିର ପଦକ୍ଷେପ ଉପରେ ମଧ୍ୟ ନଜର ରଖାଯିବ […]
