ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ହାଜର ହେବାକୁ ଗଲେ ନାହିଁ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସିର ନୋଟିସ ବେଆଇନ ଅଟେ’। ଅନ୍ୟପଟେ ସିଏମ୍ଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି […]
ସଡକ ଦୁର୍ଘଟଣାରେ ଚାଳକଙ୍କ ବେପରୁଆ ବାହନ ଚାଳନା ପାଇଁ ମୃତ୍ୟୁ ମାମଲାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା କେବଳ ଏକ ଗୁଜବ। ଏପରି ମାମଲାରେ ସରକାରଙ୍କ ଦ୍ୱାରା ଯେଉଁ ନୂଆ ସେକ୍ସନ ଯୋଡା ଯାଇଛି ସେଥିରେ କୌଣସିଠାରେ ୧୦ ଲକ୍ଷ ଟଙ୍କାର ଉଲ୍ଲେଖ ମଧ୍ୟ ନାହିଁ ବୋଲି କୁହାଯାଇଛି । ତେବେ ଦେଶରେ ସଡ଼ ଦୁର୍ଘଟଣାର ବଢୁଥିବା ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ମୋକଦ୍ଦମାର ଶୁଣାଣି କାଳରେ ଏହି ଅବଜରଭେସନ ଦେଇଥିଲେ ଯେ ଯେଉଁବାହନ ଚାଳକମାନେ […]
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ବିଜେପି ଦାବିକରୁଛି। ହେମନ୍ତ ସୋରେନ ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ୭ଟି ନୋଟିସ୍ ଟାଳି ସାରିଲେଣି। ଏଣୁ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବା ଆଶଙ୍କାରେ […]
ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ୍ ଅନୁସାରେ, ଖଲିସ୍ତାନୀ ସଂଗଠନ ବାବର ଖାଲ୍ସା ଇଣ୍ଟରନ୍ୟାସ୍ନାଲ ସହ ଜଡ଼ିତ ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରାରଙ୍କ ପଛରେ ବହୁ ବିଦେଶୀ ଆତଙ୍କବାଦୀ ସଂଗଠନର ସମର୍ଥନ ରହିଛି। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ସେ ମାଷ୍ଟରମାଇଣ୍ଡ ଥିବା ପୋଲିସ କହିଥିଲା।ଗୋଲ୍ଡି ବ୍ରାର […]
ବିହାରରେ ବ୍ରିଜ୍, ଟ୍ରେନ୍ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୋକଙ୍କ ଅଭିଯୋଗ ସ୍ଥାନୀୟ ପୋଲିସ ଓ ମାଫିଆଙ୍କୁ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଛି । ଏନେଇ ଥାନା ଏବଂ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଅଭିଯୋଗ କଲେ କୌଣସି କର୍ଯ୍ୟାନୁଷ୍ଠାନ ହେଇନାହିଁ ବୋଲି ଲୋକେ କହିଛନ୍ତି । […]
ନୂଆବର୍ଷରେ ଜାପାନରେ ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଏହା ସହିତ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।ଜାପାନ ପାଣିପାଗ ବିଭାଗର ସୂଚନା ମୁତାବକ, ଏହି ଶକ୍ତିଶାଳୀ ଭୂମିକମ୍ପ ଇସିକାଓ୍ବା ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ପରେ ସୁନାମୀ ସତର୍କତା ଜାରି କରାଯାଇଛି । ସମୁଦ୍ରରେ […]
ନୂଆବର୍ଷ ୨୦୨୪ ବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ ଯାହା ସୋମବାର ସକାଳ ୯ଟା ୧୦ରେ ପିଏସଏଲଭି –ସି୫୮ ରକେଟ୍ ଜରିଆରେ ‘ଏକ୍ସପୋସାଟ୍’ ସାଟେଲାଇଟ୍ ଉତ୍କ୍ଷେପଣର ସଫଳ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଏହା ହୋଇଛି | ‘ଏକ୍ସପୋସାଟ୍’ ଓ ୧୦ ଅନ୍ୟ ପେଲୋଡ୍ର ବି ଉତ୍କ୍ଷେପଣ କରାଯାଇଛି।ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟି । ବିଶ୍ବବ୍ରହ୍ମାଣ୍ଡର ୫୦ଟି ଉଜ୍ବଳତମ ମହାଜାଗତିକ ଉତ୍ସ ନେଇ […]
ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛାଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ।ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କ ନୂତନ ବର୍ଷର […]
ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡରେ ଭବ୍ୟ ଆତଶବାଜୀ ସହ ନୂଆବର୍ଷ ୨୦୨୪କୁ ସ୍ୱାଗତ କରିବାରେ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ବିଶ୍ୱରେ ନବବର୍ଷ ଉତ୍ସବ ପାଳନ କରିବାରେ ଅକଲ୍ୟାଣ୍ଡ ବିଶ୍ୱର ପ୍ରଥମ ସହର। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା ପରେ ନୂଆ ବର୍ଷ ପାଳନ କରାଯିବ। ଏହାପୂର୍ବରୁ, ସମସ୍ତେ ଗତ ବର୍ଷର ଭଲ ସ୍ମୃତିକୁ ସମ୍ମାନ କରିବାକୁ ଏବଂ ଏକ ନୂତନ ବର୍ଷକୁ ସ୍ବାଗତ କରିବାକୁ ଖରାପ ସ୍ମୃତି ଭୁଲିଯିବାକୁ ଆଗ୍ରହୀ। ନୂଆ ବର୍ଷକୁ ସ୍ବାଗତ […]
କଟକ,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ […]
“ ମୁଁ ଚକରା କହୁଛି” ନାଟକ ମଞ୍ଚସ୍ଥ ଭୁବନେଶ୍ୱର,(ଓଡିଶା ଦର୍ପଣ): ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ […]
ଭୁବନେଶ୍ୱର,(ଓଡିଶା ଦର୍ପଣ): ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ […]
