ଆତ୍ମହତ୍ୟା ଧମକ ଦେଇ ଅଡୁଆରେ ଆଇଆଇଟି ବାବା

ମହାକୁମ୍ଭରୁ ଭାଇରାଲ ହୋଇଥିବା ଅଭୟ ସିଂହ ଓରଫ ଆଇଆଇଟି ବାବା ଜୟପୁରରେ ଥିଲା ବେଳେ ପୋଲିସ ତାଙ୍କ ରୁମ୍‌ରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଛି। ପ୍ରକୃତରେ ସେ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ବାବାଙ୍କ ସହ କିଛି ନିଶା ଦ୍ରବ୍ୟ ମିଳିବା ପରେ ମାମଲା ନୂଆ ମୋଡ ନେଇଛି ।ତେବେ ବାବା ଗଞ୍ଜେଇକୁ ସେବନ କରୁଥିଲେ ନା ବ୍ୟବସାୟ କରୁଥିଲେ ଏନେଇ ତଦନ୍ତ ଆରମ୍ଭ କରିଛି ରାଜସ୍ଥାନ ପୋଲିସ |ପରେ ପୋଲିସ […]

ପୁରୁଣା ଗାଡ଼ିକୁ ମିଳିବନି ତେଲ, ଏପ୍ରିଲ ପହିଲାରୁ ଲାଗୁ ହେବ ନିୟମ

ଦିଲ୍ଲୀ ସରକାରଙ୍କ ଏକ ବଡ଼ ଘୋଷଣା । ପୁରୁଣା ଗାଡ଼ିକୁ ମିଳିବନି ତେଲ। ସରକାର କହିଛନ୍ତି ଯେ ପେଟ୍ରୋଲ ପମ୍ପରେ ଏପରି ଯାନଗୁଡ଼ିକୁ ଆଉ ଇନ୍ଧନ ଦିଆଯିବ ନାହିଁ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି।ପରିବେଶ ମନ୍ତ୍ରୀ ସିର୍ସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ […]

ଗ୍ରାହକଙ୍କୁ ବଡ଼ ଝଟକା: ବଢିଲା ଗ୍ୟାସ ଦର

ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍‌ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ ମାର୍ଚ୍ଚ ୧ ତାରିଖରୁ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରିଛି, ଯାହା ଦ୍ୱାରା ଏହା ପୂର୍ବରୁ ପ୍ରତି ସିଲିଣ୍ଡର ମୂଲ୍ୟ ୧୭୯୭ ଟଙ୍କାରୁ ୧୮୦୩ ଟଙ୍କା ହୋଇଛି। ଦିଲ୍ଲୀରେ ୧୪ […]

ସରିଲା କୁମ୍ଭମେଳା । କିନ୍ତୁ କ୍ଷମା ମାଗିଲେ ମୋଦି

ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।। ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି । ଏହାସହିତ ମହାକୁମ୍ଭ ବ୍ୟବସ୍ଥାରେ କୌଣସି ଅଭାବ ରହିଥିଲେ, ଜନତା କ୍ଷମା କରିଦେବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ […]

ସମସ୍ତ ନାଗରିକଙ୍କ ପାଇଁ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌: ସରକାର ଆଣୁଛନ୍ତି ନୂଆ ଯୋଜନା

ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସୃଷ୍ଟି କରାଯାଉଛି, ଯେଉଁଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବ୍ୟବସାୟୀ, ସ୍ବନିଯୁକ୍ତ ବ୍ୟକ୍ତି ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ।ସୂତ୍ର ଅନୁସାରେ, ନ୍ୟାସ୍‌ନାଲ ପେନ୍‌ସନ ସ୍କିମ୍‌ ଉପରେ ୟୁନିଭର୍ସାଲ […]

ୱାକଫ୍ ବିଲରେ ହେବ ସଂଶୋଧନ । ୱାକଫ ବିଲକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ

ସଂସଦରେ ୱାକଫ ବିଲ୍ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଏହାକୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ, ୱାକଫ ସଂଶୋଧନ ବିଲ୍ ୨୦୨୪ କୁ ଅନୁମୋଦନ କରାଯାଇଛି।ୱାକଫ୍ ବିଲକୁ ନେଇ ମିଳିତ ସଂସଦୀୟ କମିଟିର ପରାମର୍ଶ କ୍ରମେ ବିଲରେ ୧୪ ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧ୍ୟାଦେଶ ଜରିଆରେ ଏସବୁ ସଂଶୋଧନ […]

ବିରଳ ଅସ୍ତ୍ରୋପଚାର: ନାବାଳକ ଠାରୁ ଅଲଗା ହେଲା ପାରାସାଇଟିକ୍ ଟ୍ୱିନ୍‌

ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତରୀ ଟିମ୍ ନିକଟରେ ସଫଳତା ପୂର୍ବକ କରିଥିବା ଏକ ବିରଳତମ ଅସ୍ତ୍ରୋପଚାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ୨ଟି ଗୋଡ଼ ସ୍ୱାଭାବିକ ଥିବାବେଳେ ଅନ୍ୟ ଦୁଇଟି ଅତିରିକ୍ତ ଗୋଡ଼ (ନିଷ୍କ୍ରିୟ) ତାଙ୍କ ପେଟରୁ ଝୁଲି […]

ଚନ୍ଦ୍ର ପୃଷ୍ଠରେ ବୁଲିବ ନାସା ସାଟେଲାଇଟ୍

ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଶଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍‌କୁ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଯାହାର ନାଁ ରହିଛି ଟ୍ରେଲବ୍ଲେଜର ।ବୁଧବାର ସନ୍ଧ୍ୟାରେ ଏହି ସାଟେଲାଇଟ୍ ଉତକ୍ଷେପଣ କରିଛି ନାସା । ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ରହି ପାଣିର ସନ୍ଧାନ ଖୋଜିବ । ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ […]

ସରିଲା ମହାକୁମ୍ଭ ମେଳା,ସ୍ବାମୀଙ୍କୁ ଡିଜିଟାଲ୍ ସ୍ନାନ କରାଇଲେ ପତ୍ନୀ

ପ୍ରୟାଗରାଜର ସଙ୍ଗମ କୂଳରେ ମହାକୁମ୍ଭମେଳା ଶେଷ ହୋଇଛି ଏବଂ ଲୋକମାନେ ଏଠାରେ ନିରନ୍ତର ପବିତ୍ର ବୁଡ଼ ପକାଇଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ କୁମ୍ଭ ଯାଇପାରି ନାହାଁନ୍ତି ।ସେହିପରି ଜଣେ ପତ୍ନୀ ମହାକୁମ୍ଭକୁ ସ୍ନାନ କରିବାକୁ ଆସି ତାଙ୍କ ସ୍ୱାମୀଙ୍କୁ ମଧ୍ଯ ଡିଜିଟାଲ ସ୍ନାନ କରାଇ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ସଙ୍ଗମର ପବିତ୍ର ଜଳ […]

ଖୋଲିବ କେଦାରନାଥ ଧାମ? ସାମ୍ନାକୁ ଆସିଲା ତାରିଖ

ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୨ ତାରିଖରେ ଖୋଲିବ କବାଟ । ସକାଳ ୭ ଟା ବେଳେ କେଦାରନାଥଙ୍କ ଦ୍ବାର ଖୋଲାଯିବ ।ପରମ୍ପରା ଅନୁସାରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପରମ୍ପରା ଅନୁସାରେ […]

ଆମେରିକାର ନାଗରିକତ୍ଵ ପାଇଁ ଟ୍ରମ୍ପ ଦେବେ ବଡ଼ ଅଫର

ଦେଶକୁ ଆର୍ଥିକ ସ୍ତରରେ ଅଧିକ ମଜଭୂତ କରିବାକୁ ଓ ଦେଶରେ ବିଦେଶୀ ନିବେଶକ ବଢ଼ାଇବାକୁ ନୂଆ ଉପାୟ ଆପଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି।ଆମେରିକାର ନାଗରିକତା ହାସଲ କରିବା ଲାଗି ଅନେକ ବିଦେଶୀଙ୍କ ସ୍ବପ୍ନ ରହିଥାଏ। ଯଦି ଆପଣଙ୍କ ନିକଟରେ ପ୍ରଚୁର ଅର୍ଥ ଅଛି, ତେବେ ଏହି ସ୍ବପ୍ନ ସହଜରେ ପୂରଣ ହୋଇପାରିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଫର ଘୋଷଣା କରିବାକୁ ଯାଉଛନ୍ତି। […]

ଆଜି ମହାକୁମ୍ଭ ମେଳାର ଅନ୍ତିମ ଦିନ

ଆଜି ମହାଶିବରାତ୍ରି । ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଅନ୍ତିମ ଦିନ । ମହାଶିବରାତ୍ରିର ଶେଷ ସ୍ନାନ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି। ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ ପୂର୍ଣ୍ଣ ମହାକୁମ୍ଭ । ୧୪୪ […]

Odisha Darpan Digital