ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ମନ୍ଦିର ପରିଚାଳନା କରୁଥିବା ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ (ଟିଡିବି) ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତକୁ ମନ୍ଦିର ଏବଂ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛି। […]
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ରୁଦ୍ଧଦ୍ୱାର ବୈଠକ। ପାକିସ୍ତାନର ଅନୁରୋଧ ପରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ବୈଠକ ବସିଥିଲା। ଏହି ବୈଠକ କୌଣସି ନିଷ୍କର୍ସ ବାହାରିନଥିଲା। ସୋମବାର UNSCରେ ଦେଢ଼ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ ପରେ ପାକିସ୍ତାନ ଲଜ୍ଜାର ସମ୍ମୁଖୀନ ହୋଇଥିଲା। ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି […]
ଲାଲ୍ କିଲା ଉପରେ ମାଲିକାନା ପାଇଁ ଦାବି କରିଥିବା ଜଣେ ମହିଳାଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି । ଆବେଦନକାରୀ ହେଉଛନ୍ତି ରଜିୟା ସୁଲତାନା ବେଗମ୍ । ତାଙ୍କର ଦାବି ଯେ ସେ ଶେଷ ମୋଗଲ ବାଦ୍ଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ମିର୍ଜା ବେଦାର ବଖ୍ତଙ୍କ ପତ୍ନୀ । ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ରଜିୟା ନିଜ ଆବେଦନରେ ଲାଲ୍ କିଲାକୁ ତାଙ୍କୁ ଫେରାଇବାକୁ ନଚେତ୍ ୧୮୫୭ ମସିହାରୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ କୋର୍ଟରେ ଦାବି […]
ପହଲଗାମ ଆତଙ୍କୀ ହମଲା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସୋମବାର ଫୋନରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମୟରେ ପୁଟିନ୍ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରୁଷ ଘୋଷଣା କରିଛି। ଏହା ପଛରେ ରହିଥିବା ଆତଙ୍କୀ, ଷଡ଼ଯନ୍ତ୍ରକାରୀଙ୍କୁ ନିହାତି ଭାବେ ଦଣ୍ଡିତ କରାଯିବା ଜରୁରୀ ବୋଲି ପୁଟିନ କହିବା ସହିତ ଏ କ୍ଷେତ୍ରରେ ଭାରତକୁ ଆମର […]
ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପ୍ରବଳ କ୍ରୋଧ ରହିଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ପରେ, ଲୋକଙ୍କ ରକ୍ତାକ୍ତ ହୋଇଛି। ଏହି ସମୟରେ, ଦେଶର ସରକାର ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଦୁଇ ଦେଶ ମଧ୍ୟରେ ଏକ ଭିନ୍ନ ପ୍ରକାରର ଯୁଦ୍ଧ ଚାଲିଛି | ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ପଡ଼ୋଶୀ ଦେଶ ମଧ୍ୟ […]
ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ସାରା ଦେଶରେ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ। ଏହା ଦ୍ୱାରା ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅଧିକ ସୁଲଭ ହେବ।ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଜେନେରିକ ଔଷଧ ବ୍ରାଣ୍ଡେଡ ଔଷଧ ତୁଳନାରେ ଅଧିକ ସୁଲଭ ଏବଂ ସମାନ ପ୍ରଭାବଶାଳୀ, […]
ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ମାସରେ, ବିଭିନ୍ନ ରାଜ୍ୟରେ ୬ଟି ଛୁଟି ଅଛି, ତା ସହିତ, ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ। ମେ ମାସରେ ୧ ମେ’ ହେଉଛି ଶ୍ରମିକ ଦିବସ। ସାରା ଦେଶରେ ବନ୍ଦ ରହିଛି ବ୍ୟାଙ୍କ । ୯ ମେ’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏହି ଅବସରରେ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ସେହିଭଳି ୧୨ ମେ’ […]
ଏପ୍ରିଲ, ଜମ୍ମୁ-କାଶ୍ମୀରର ପହଲଗାମର ଆଟାକ୍ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଖାସ୍ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଜାତିସଂଘର ଚିନ୍ତା । ପହଲଗାମ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ ।ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ଦୃଢ଼ ନିନ୍ଦା […]
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, କଠୋର ହେଉଛି ଭାରତ । ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । । ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ପୁର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ […]
ଭାରତରେ ରହୁଥିବା ପାକିସ୍ତାନ ନାଗରିକ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଭୋଗିବେ । SAARC ଭିସା ଧାରୀ: ୧୨ ପ୍ରକାରର ସ୍ୱଳ୍ପମିଆଦୀ ଭିସା (ଯଥା- ଭିସା ଅନ୍ ଆରାଇଭାଲ, ବ୍ୟବସାୟ, ପର୍ଯ୍ୟଟକ, ପୀଠସ୍ଥାନ ଯାତ୍ରା, ସାମ୍ବାଦିକ, ଛାତ୍ର, କନଫରେନ୍ସ ଇତ୍ୟାଦି) ଧାରୀ ପାକିସ୍ତାନୀ ନାଗରିକଙ୍କୁ ୨୬ ଏପ୍ରିଲ ୨୦୨୫ ସୁଦ୍ଧା ଭାରତ ଛାଡ଼ିବାକୁ […]
ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ । ୬୩ ହଜାର କୋଟିର ଡିଲରେ ଆଜି ବାଜିବ ମୋହର। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭର୍ଚୁଆଲ ମିଟିଂରେ ଯୋଗଦେବେ ଫାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ ଲେକର୍ନୁ । ଭାରତ ଫ୍ରାନସ ଠାରୁ ୨୬ଟି ରାଫେଲ ନେଭି ଜେଟ୍ ପାଇଁ ମେଗା ଡିଲ ଉପରେ ହେବ ଡିଲ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ୍ ବୈଠକରେ ଯୁଦ୍ଧବିମାନ କିଣିବାକୁ ଅନୁମତି ମିଳିଛି । […]
ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଶୁଳ୍କ ଲାଗୁ କରିବା, ଓ ଚୀନ୍ ସହିତ ଶୁଳ୍କ ଯୁଦ୍ଧ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଆପଲ୍ ବର୍ତ୍ତମାନ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡିକରୁ ବାହାରକୁ ଆସି ଅନ୍ୟ ଦେଶମାନଙ୍କୁ ବିକଳ୍ପ […]
