ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଭାଟିକାନ୍ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ, ସେ ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସୂଚନା […]
ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ଦିନ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମୃତଦେହକୁ ରମନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । କସ୍ତୁରୀରଙ୍ଗନ ଦୀର୍ଘ ସମୟ ଧରି ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୦ ବର୍ଷ ଯାଏଁ ଇସ୍ରୋର […]
ଯେତେ ଯାହା ହେଲେ ବି ପାକିସ୍ତାନ ଛାଡୁନି ମୁହଁ ଫୁଟାଣି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ବ୍ରିଟେନର ସ୍କାଏ ନ୍ୟୁଜ୍ ସହିତ କଥାବାର୍ତ୍ତା ବେଳେ ଏମିତି କିଛି କହିଛନ୍ତି ସେ । ତାଙ୍କ କହିବା କଥା ଯେ ଦୁଇଟି ପରମାଣୁ ଶକ୍ତି ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ସମ୍ଭାବନା ଅଧିକ । ତେବେ ଏହାକୁ ନେଇ ସାରା […]
ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ପହଲଗାମ ଆକ୍ରମଣରେ ଆତଙ୍କବାଦୀ ଆସିଫ ଶେଖ ଏବଂ ଆଦିଲ ଗୁରିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଆସିଫ ଏବଂ ଆଦିଲଙ୍କ ଘରକୁ ସର୍ଚ୍ଚ ଅପରେଶନ କରିବାକୁ ଯାଇଥିଲା। ଏହି ସମୟରେ ତାଙ୍କ ଘର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିଲା। ତାଙ୍କ ଘରେ ମଧ୍ୟ ସନ୍ଦେହଜନକ ଜିନିଷ ଥିଲା ବୋଲି ପୋଲିସ କହିଛି।ସେହିପରି ବୁଲଡୋଜର ଚଢାଉ ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ଘର ଭାଙ୍ଗିଦେଇଛନ୍ତି ଜାମ୍ମୁ […]
ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ସମୟରେ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ କେକ ଅର୍ଡର କରାଯାଇଛି। ତେବେ କାହିଁକି ଏବଂ କେଉଁ କାରଣରୁ କେକ୍ ମଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଆକ୍ରମଣକୁ ନେଇ ଲଗାତାର ଭାବେ ବୈଠକ କରାଯାଉଛି। ଏହି ସମୟରେ ଦିଲ୍ଲୀରେ ପାକିସ୍ତାନ […]
ଜମ୍ମୁ କଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ ୨ ଜମ୍ମୁ କଶ୍ମୀର ବାସିନ୍ଦା ଥିବା ଜଣାପଡ଼ିଛି। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ ଧରିବା ପାଇଁ କର୍ତ୍ତୃପକ୍ଷ ସେମାନଙ୍କର ପ୍ରୟାସକୁ ଜୋରଦାର କରିଛନ୍ତି। ଏହି ସମୟରେ ଜମ୍ମୁ କାଶ୍ମୀର ପୋଲିସ ଏକ ବଡ଼ ଘୋଷଣା କରିଛି। ଅନନ୍ତନାଗ ପୋଲିସ […]
ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ହାତରେ ଏକ ଅସ୍ତ୍ର ଏବଂ ପଠାନୀ ଶୁଟ ପିନ୍ଧିଥିବା ଦେଖାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଫଟୋ ସହିତ ଜଡିତ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଫଟୋଟି ଆକ୍ରମଣ ସମୟରେ ଉଠାଯାଇଥିବା କୁହାଯାଉଛି ଏବଂ ଏହା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଜଣେ ଆତଙ୍କବାଦୀର। ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଏହି ବିରଳ ଓ […]
ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ […]
ଆସିବ ବନ୍ଦେ ଭାରତ ସ୍ଲିପର ଟ୍ରେନ। ଆହୁରି ସହଜ ହେବ ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।ଯାହା ଯାତ୍ରୀମାନଙ୍କୁ ଏକ ଆଧୁନିକ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଦିଲ୍ଲୀରୁ ହାୱଡା ପର୍ଯ୍ୟନ୍ତ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ୧୪୪୯ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ମାଧ୍ୟମରେ […]
ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ।ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଚିତା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ […]
ଭାରତରେ ଡିଜିଟାଲ ପେମେଣ୍ଟର ମେରୁଦଣ୍ଡ ଭାବେ ୟୁପିଆଇ (UPI) ଉପରେ ସାମଗ୍ରୀ ଏବଂ ସେବା କର (GST) ଲାଗୁ ହେବ ବୋଲି ପ୍ରଥମେ କୁହାଯାଉଥିଲା । ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ଏପରି ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭ୍ରାମକ ଏବଂ ଭିତ୍ତିହୀନ ବୋଲି ମନ୍ତ୍ରଣାଳୟ କହିଛି ।୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ ୧୮% GST ଲାଗୁ କରିବା ନେଇ ଚର୍ଚ୍ଚା ହେଉଥିଲା। ଏହି ଖବର ବ୍ୟକ୍ତିଗତ […]
ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ ଘନିଷ୍ଠତା ବଢ଼ିଥିଲା। ତେବେ ମା’ଙ୍କ କଥା ମାନି ବିବାହ କରିଥିବା ପୂର୍ବତନ ଏମ୍ପି ଦିଲୀପ କହିଛନ୍ତି। […]
