ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ“ଜନଅଭିଯୋଗ ଶୁଣାଣି” ବନ୍ଦ ରହିବ

ଆସନ୍ତା ସୋମବାର ଜାନୁଆରୀ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ“ଜନଅଭିଯୋଗ ଶୁଣାଣି” ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର‘ଜନଅଭିଯୋଗ ଶୁଣାଣି’ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ଘଟଣାରେ ଜଳିଗଲା ଅଟୋ – କାର୍ ।ଜଣେ ଜୀବନ୍ତ ଦଗ୍ଧ 

ଦୁର୍ଘଟଣାରେ ଜଳିଗଲା ଅଟୋ – କାର୍ । ଏହି ଅଗ୍ନିକାଣ୍ଡରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ୩ ଜଣ ଗୁରୁତର ଫୁଲବାଣୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟର ପ୍ରୟାସ ପରେ […]

ଛାତ୍ରଛାତ୍ରୀଙ୍କ ଆଗରେ ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ

ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ ।ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତ ସ୍ରାବ ହେଉଥିବାର ଏକ ଭାଇରାଲ ଭିଡିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୂରିି ବୁଲୁଛି। ଉକ୍ତ ଭିଡିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ […]

ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା

ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା। ଏଣିକି ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। କଥାବାର୍ତ୍ତା ପାଇଁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତରେ ମୋବାଇଲରେ ବାରମ୍ବାର ଫଟୋ ଉଠୁଥିବାରୁ ଏଥିପାଇଁ କଡ଼ା ଆଇନ ଆସିବା ଆବଶ୍ୟକ। ଶ୍ରୀମନ୍ଦିର […]

ଆସନ୍ତାକାଲି ହୀରାକୁଦ ଓ ଚିଲିକାରେ ହେବ ପକ୍ଷୀ ଗଣନା

ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା । ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ […]

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ମୁମ୍ବାଇ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତି ବେଳେ ମୃତ୍ୟୁ ଘଟିଛି।ଗତ ୧୦ ତାରିଖରେ ହୋଇଥିଲା ବିମାନ ଦୁର୍ଘଟଣାଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ […]

ରାୟଗଡ଼ ଜିଲ୍ଲାରୁ ଅଯୋଧ୍ୟା- ବାରଣାସୀ ଯାତ୍ରା କଲେ ଛଅଟି ଜିଲ୍ଲାର ୭୭୫ଜଣ ବରିଷ୍ଠ ନାଗରିକ l

ରାୟଗଡା:-ତା.୧୭।୦୧|୨0୨୬- ବରିଷ୍ଠ ନାଗରିକ ତୀର୍ଥ ଯୋଜନାରେ ବରିଷ୍ଠ ନାଗରିକ ଯାତ୍ରlକୁ ଶୁଭାରମ୍ଭ କଲେ ମାନ୍ୟବର ବିଧାୟକ ଆପଲ ସ୍ୱାମୀ କାଡ୍ରାକା ଓ  ଜ଼ିଲ୍ଲାପାଳ ଆଶୁତୋଷ କୂଲକର୍ଣୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ଛଅ ଗୋଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ। ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ […]

ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ

ଆସନ୍ତା ବର୍ଷ ଅଥାର୍ତ ୨୦୨୭ ମସିହା ଜାନୁଆରୀ, ଫେବ୍ରୁଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ହେବ ଭୋଟର୍ ସର୍ଭେ ।ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ ।SIR ସହ ଏହି ସର୍ଭେର କୌଣସି ସମ୍ପର୍କ […]

ଏବେ ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ ଏସ୍‌ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ ।କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର […]

୨୪ରୁ ବନ୍ଦ ହେବ ବସ ଚଳାଚଳ ।  କଟକକୁ ଆସିବ ନାହିଁ କୌଣସି ଘରୋଇ ବସ 

କଟକକୁ ଆସିବ ନାହିଁ କୌଣସି ଘରୋଇ ବସ ।  ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ନିଷ୍ପତ୍ତି ।୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି।ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ।ବୈଠକରେ ୮ ଜିଲ୍ଲାର ୧୮ ଆସୋସିଏସନ ସାମିଲ […]

ପୁଣି ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି । ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ […]

ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର: କଟି ଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର

ଏମ୍.କେ.ସି.ଜି ମେଡିକାଲ କଲେଜରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ କାଟି ଦିଆଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଇଛି । ସୂଚନାମୁତାବକ ଗତ କିଛି ଦିନ ତଳେ ଗଞ୍ଜାମର ଜଣେ ବ୍ୟକ୍ତି ସୁରତରୁ ଟ୍ରେନରେ ଫେରୁଥିବା ସମୟରେ କେହି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ହେଲେ ବ୍ୟକ୍ତି ଜଣଙ୍କ ଏପରି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ଭାବରେ କହିପାରିନଥିବା […]