ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ନେଇ ବିଜ୍ଞପ୍ତି ଦେଇଛି ଇସ୍କନ । ଇସ୍କନର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁରୀରେ ପୁଣି ତୀବ୍ର ହୋଇଛି ପ୍ରତିକ୍ରିୟା। ଗତବର୍ଷ ମଧ୍ୟ ବିଭିନ୍ନ ଦେଶରେ ଇସ୍କନ ପକ୍ଷରୁ ୮୦ରୁ ଅଧିକ ଥର […]
ସ୍ୱାମୀ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳର ଏକ ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।ପରକିୟା ପ୍ରୀତି ସନ୍ଦେହରୁ ସ୍ବାମୀ ନିଜ ସ୍ତ୍ରୀ ଉପରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁଁ କିଛିମାସ ହେବ ସେମାନେ ଅଲଗା ରହୁଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଆହତ ମହିଳା ଜଣକ ଭୁବନେଶ୍ବରର ପଟିଆ ଅଞ୍ଚଳର ବାସିନ୍ଦା […]
ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍। ବିଲ୍ ପାସ ପାଇଁ ଭୋଟିଂ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ୍ ପାଇଁ ମୋଟ ୫୨୮ ଭୋଟ ପଡ଼ିଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଥିଲା, ଯାହାକୁ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ବିଲ୍ ପାସ୍ କରିବା ପାଇଁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୨୩୦ […]
ଠାକୁରଙ୍କ ମୁହଁରେ କପଡା ଘୋଡାଇ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କୁଳିଗଡି ଗାଁରେ ଥିବା ଶନିମନ୍ଦିରରୁ ଚୋରି। ଠାକୁରଙ୍କ ସମସ୍ତ ଅଳଙ୍କାର, ଦାନ ବାକ୍ସର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ମନ୍ଦିରରୁ ଚୋରି କରିବା ପରେ ଗାଁରୁ ଦୁଇଟି ସାଇକେଲ ଚୋରି କରି ଫେରାର ମାରିଲେ ଚୋର।ସୂଚନା ଅନୁସାରେ, ପ୍ରଥମେ ଚୋରମାନେ ଗାଁର ହନୁମାନ ମନ୍ଦିରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେଠାରୁ ରୂପା ମୁକୁଟ, କଙ୍କଣ, ପାଦର ଆଠି, ଭଗବାନ ରାମ, […]
ପୁରୀ ବିମାନବନ୍ଦରର କାମ ଷ୍ଟେଜ-୧ ସ୍ଥିତିରେ ଅଛି। ସବୁ କ୍ଷେତ୍ରର ଲୋକଙ୍କ ସହ ପରାମର୍ଶ ନିଆଯାଇ କାମ ହେବ। ଯଦି world life institute of india ଏହାକୁ ବିରୋଧ କରୁଛି, ତେବେ ଏଥିରେ ସମସ୍ତଙ୍କର ମତ ନିଆଯାଇ କାମ କରାଯିବ। ଏହାକୁ ନେଇ କମିଟି ଗଠନ କରାଯିବ। ସେ କମିଟିର ବିଚାରକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ସୂଚନାମୁତାବକ ପୁରୀ […]
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।କୃଷି ବିଭାଗର କମିଶନର ତଥା ଶାସନ […]
ଗତ ଦୁଇ ଦିନ ଧରି ଲଗାତର ବଢ଼ିବା ପରେ ଆଜି ହଠାତ୍ ତଳକୁ ଖସିଛି ସୁନା ଓ ରୁପା ଦର।ଆମେରିକା-ଇରାନ ଯୁଦ୍ଧ ଯୋଗୁ, ଗତ ୪୯ ଦିନରେ ସୁନା ₹୭,୭୩୯ ଟଙ୍କା ଏବଂ ରୁପା ୧୮,୭୭୦ ଟଙ୍କା ହ୍ରାସ ପାଇଛି। ଯୁଦ୍ଧ ଆରମ୍ଭ ହେବାର ପୂର୍ବ ଦିନ, ଅର୍ଥାତ୍ ଫେବୃଆରୀ ୨୭ ତାରିଖରେ ସୁନା ₹୧.୫୯ ଲକ୍ଷ/୧୦ ଗ୍ରାମ ଏବଂ ରୁପା ₹୨.୬୭ ଲକ୍ଷ/କେଜି ଥିଲା। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧.୫୧ଲକ୍ଷ ଟଙ୍କା […]
ରାଜଧାନୀର ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲୋକସେବା ଭବନରୁ ଚୋରି କରିଥିଲେ ଏସି। ଲୋକସେବା ଭବନ ସହ ବିଭିନ୍ନ ବିଭାଗର AC ଚୋରି କରିଥିବା ଅଭିଯୋଗରେ ୨ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।। ସେମାନେ ହେଲେ ତମାଣ୍ଡୋ ସିଜିପୁଟରେ ରହୁଥିବା କଟକ ନିଶ୍ଚିନ୍ତକୋଇଲିର ମନୋଜ କୁମାର ଦାସ(୨୫) ଏବଂ ସାଲିଆସାହି ମଇଳାଟାଙ୍କି ବସ୍ତିରେ ରହୁଥିବା ଯାଜପୁର ବିଞ୍ଝାରପୁରର ଚନ୍ଦନ ପଲାଇ(୨୭) । ସେମାନଙ୍କ ଠାରୁ ଏସି କଂପ୍ରେସରର ବିଭିନ୍ନ ସାମଗ୍ରୀ […]
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ମଜାଦାର ମୁହୂର୍ତ୍ତ । ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଓ ନିଜକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ପୂରା ଗୃହ ହସରେ ଫାଟି ପଡ଼ିଥିଲା ।ସଂସଦରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତର ପରିକଳ୍ପନା ଓ ବିକାଶରେ ମହିଳାମାନେ ହେଉଛନ୍ତି ମୁଖ୍ୟ ଚାଳିକା ଶକ୍ତି । ପ୍ରତ୍ୟେକ ବ୍ୟକ୍ତି […]
ଝାଡ଼ଖଣ୍ଡରେ ଓଡ଼ିଆ ଲିପିକୁ ଅବମାନନା । ଝାଡ଼ଖଣ୍ଡ ଟିଇଟି ସିଲାବସରେ ଓଡ଼ିଆ ଲିପିକୁ ଅବମାନନା କରାଯାଇଛି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଶା ସରକାର । ଓଡ଼ିଆ ଭାଷାର ସିଲାବସକୁ ଏହାର ନିଜସ୍ୱ ସ୍ୱତନ୍ତ୍ର ଲିପି ପରିବର୍ତ୍ତେ ଦେବନାଗରୀ ଲିପିରେ ପ୍ରକାଶ କରାଯାଇଥିବାରୁ ଏହାକୁ ନେଇ ଝାଡ଼ଖଣ୍ଡର ଓଡ଼ିଆ ଭାଷାଭାଷୀ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୨୮ ମାର୍ଚ୍ଚ ୨୦୨୬ରେ ଜାରି ହୋଇଥିବା ଏହି ବିଜ୍ଞପ୍ତିକୁ ସ୍ଥାନୀୟ ଓଡ଼ିଆମାନେ ଅତ୍ୟନ୍ତ […]
ଇନଷ୍ଟାଗ୍ରାମ୍ରେ ଜଣେ ଜର୍ମାନ ମଡେଲଙ୍କ ଫଟୋକୁ ‘ଲାଇକ୍’ କରି ଚର୍ଚ୍ଚାକୁ ଆସିଯାଇଛନ୍ତି କ୍ରିକେଟର୍ ବିରାଟ କୋହଲି । ଏହି ମଡେଲ ହେଉଛନ୍ତି ଲିଜ୍ ଲାଜ୍ । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କେତେକ ପ୍ରଶଂସକ ଏହାକୁ ନେଇ ମଜାଦାର ମିମ୍ ସେୟାର କରିଛନ୍ତି ତ ଆଉ କେତେକ ଲେଖିଛନ୍ତି ଏଥର ବି ବୋଧହୁଏ ଆଲଗୋରିଦିମ୍ ସମସ୍ୟା ଯୋଗୁଁ ଏପରି ହୋଇଛି ।ଗୁରୁବାର ରାତିରେ, ଏହି […]
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା । ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ ବୋଲି […]
