୧୮୦ ପୀଡିତାଙ୍କ ୩୫୦ ଅଶ୍ଳୀଳ ଭିଡିଓ ଭାଇରାଲ।ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗରେ ଗିରଫ ହୋଇଛି ଯୁବକ ଅୟାନ । ଅମରାବତୀରୁ ଅୟାନ ଅହମଦକୁ ଗିରଫ ପରେ ତାର ଘରେ ବୁଲୁଛି ବୁଲଡୋଜର୍ ।ପୋଲିସ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଉଜେର ଇକବାଲ ଖାନ। ତଦନ୍ତରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଆୟାନ ଅହମଦଙ୍କ ସହିତ ଉଜେର ମୋବାଇଲ ଫୋନରୁ ଭିଡିଓ ଡାଉନଲୋଡ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୋଲିସ ଅନୁଯାୟୀ, […]
ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ରାଘବ ଚଢାଙ୍କୁ ଦିଲ୍ଲୀ ଏବଂ ପଞ୍ଜାବରେ ‘Z’ ବର୍ଗର ସୁରକ୍ଷା କଭର ମିଳିବ, ଯେତେବେଳେ ଅନ୍ୟ ସ୍ଥାନ ପାଇଁ ‘Y+’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ।ରାଘବ ଚଢା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ସମ୍ପର୍କ ବହୁତ ଦିନ ଧରି ତିକ୍ତ ଥିଲା, ଯାହା ଫଳରେ AAP […]
ପ୍ରକାଶ ପାଇଲା ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ ଉମଙ୍ଗରେ ରେଜଲ୍ଟ ଉପଲବ୍ଧ । ସୂଚନା ଅନୁସାରେ ଚଳିତ ବର୍ଷ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।CBSE ର ଅଫିସିଆଲ୍ ଓ୍ବେବସାଇଟ୍ ବ୍ୟତୀତ ଡିଜିଲକର […]
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ ।ଗିରଫ ଅଭିଯୁକ୍ତ ଶିକ୍ଷକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପାଟପୁରପାଟଣା ଗାଁର ଜିତେନ୍ଦ୍ର ମଳିକ।ସୂଚନା ଅନୁଯାୟୀ, ଅଭିଯୁକ୍ତ ଜିତେନ୍ଦ୍ର ଟିକାବାଲି ଥାନା ଅଞ୍ଚଳରେ ଥିବା ଏକ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ। ପୂର୍ବରୁ ସେହି ହାଇସ୍କୁଲ ହଷ୍ଟେଲରେ ମଦ୍ୟପାନ କରି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଥିଲା । ଏହାକୁ ଭିତ୍ତି କରି ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକଙ୍କ ନିଷ୍ପତ୍ତି କ୍ରମେ […]
ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ବାହାର ରତ୍ନଭଣ୍ଡାର ଗଣତିର ଶେଷ ଦିନ ଅର୍ଥାତ୍ ଗତ ୧୧ ଏପ୍ରିଲରେ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ଅଧ୍ୟକ୍ଷ ତଥା ସୁପର ଭାଇଜିଂ କମିଟି ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟାରୁ ୩ ଅଳଙ୍କାର ମିସିଂ ହୋଇଥିବା କଥା କହିଥିଲେ । କାଳେ ରତ୍ନଭଣ୍ଡାରରେ […]
ଖୁବଶୀଘ୍ର ସ୍ଲଟ୍ ବୁକିଂ ଜରିଆରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ। ଉଭୟ ଲାଇନ ଓ ସ୍ଲଟ୍ ବୁକିଂ ଦର୍ଶନ ଜାରି ରଖିବା ନେଇ ଯୋଜନା ଚାଲିଛି।ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ମ୍ୟାନେଜିଙ୍ଗ କମିଟିରେ ଆଲୋଚନା ପରେ […]
ଚନ୍ଦକା ଜଙ୍ଗଲକୁ ଆସିବେ ୨୦ ଗୟଳ । ସମ୍ବଲପୁର ଡେବ୍ରିଗଡ଼ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଗୟଳ ଆଣିବାକୁ ଚନ୍ଦକା ବନବିଭାଗ ଯୋଜନା କରିଛି ।ଏକ ସ୍ୱତନ୍ତ୍ର ଗାଡ଼ିରେ ଡେବ୍ରିଗଡ଼ରୁ ଚନ୍ଦକା ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା ଚନ୍ଦକା ଡିଏଫ୍ଓ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ଫେବ୍ରୁଆରୀରେ ନନ୍ଦନକାନନରୁ ୨ଟି ମାଈ ଓ ଗୋଟିଏ ଅଣ୍ଡିରା ସମ୍ବର ଆଣି ଭରତପୁର ଜଙ୍ଗଲରେ ଛଡ଼ା ଯାଇଥିଲା । ଏହି ସମ୍ବରଙ୍କ ମଧ୍ୟରେ ଗୋଟିଏ ସମ୍ବର ଶାବକ ଜନ୍ମ […]
କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ । ସମସ୍ତ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲୁସିଙ୍କୁ ହସ୍ତାହର କରାଯାଇଛି । ଏହାସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ମଧ୍ୟ କରିଛି । ରାତି ପ୍ରାୟ ୧୧ଟା ବେଳେ ଷ୍ଟେସନ୍ରେ ଏକ ଟ୍ରେନ୍ରୁ ସମସ୍ତେ ଓହ୍ଲାଇଥିଲେ। ପ୍ଲାଟ୍ଫର୍ମରେ ଏକସଙ୍ଗେ ଏତେ ସଂଖ୍ୟକ ପିଲାଙ୍କୁ ଦେଖି ଆର୍ପିଏଫ୍ କର୍ମଚାରୀ ଯାଞ୍ଚ କରିଥିଲେ।ପଚରାଉଚରାରୁ ଜଣା ପଡିଥିଲା କି ସମସ୍ତ ନାବାଳକ ବିହାର ଆରାରିଆ ଜିଲ୍ଲାର।।କଟକ ଷ୍ଟେସନରେ ଜଗତସିଂହପୁର ଜିଲ୍ଲା […]
ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି।ଜଣେ ୧୪ ବର୍ଷୀୟା ଝିଅ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା 64(1), 87, ଏବଂ 5/6 ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ, ମୁନସ୍ୟାରି ପୋଲିସ ଷ୍ଟେଶନରେ ନବଜାତ ଶିଶୁର ପିତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।ସୂଚନା ଅନୁଯାୟୀ, ଶିଶୁର ପିତା ବୋଲି ଦାବି କରୁଥିବା ଯୁବକ ପୁଣେରେ ରହି କାମ କରନ୍ତି।ନାବାଳିକା ଝିଅଟି ଶିଶୁ […]
ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଅର୍ଥନୈତିକ ଯୁଦ୍ଧ ଏବେ ଏକ ଅତ୍ୟନ୍ତ ଖରାପ ପରିସ୍ଥିତିକୁ ଚାଲିଗଲାଣି।ଇରାନରୁ ତେଲ କିଣିବା ନେଇ ଆମେରିକା ଚୀନ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଛନ୍ତି, ଇରାନରୁ ଚୀନ୍ ତେଲ କିଣିପାରିବ ନାହିଁ। ଅବରୋଧ ନିଶ୍ଚିତ କରିବା ପାଇଁ କୌଣସି ଚୀନ୍ କିମ୍ବା ଅନ୍ୟ ଜାହାଜକୁ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ। […]
ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯାଇଛି | ଅତି କମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେତେବେଳେ ଅନ୍ୟ ୨୫୦ରୁ ଅଧିକ ଲୋକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ।ବାଂଲାଦେଶୀ ଗଣମାଧ୍ୟମ “ଦି ଡେଲି ଷ୍ଟାର”ର ଏକ ରିପୋର୍ଟ ଅନୁଯାୟୀ, ଡଙ୍ଗାଟି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ନାଗରିକଙ୍କ ସମେତ ପ୍ରାୟ ୨୫୦-୨୮୦ ଲୋକଙ୍କୁ ନେଇଯାଉଥିଲା। ସମୁଦ୍ରରେ କିଛି ଦିନ ବିତାଇବା ପରେ ଡଙ୍ଗାଟି ବୁଡ଼ିଯାଇଥିବା ଜଣାପଡ଼ିଛି। ନିକଟରେ ପାଟ୍ରୋଲିଂ […]
ତାତିରେ ଫୁଟିବ ଅଧା ଓଡ଼ିଶା। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ୧୬ ରୁ ୨୦ ଯାଏଁ ତାତିରୁ ନାହିଁ ତ୍ରାହି । ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି । ୪୫ ଡିଗ୍ରି ଛୁଇଁପାରେ ରାଜ୍ୟର ତାପମାତ୍ରା ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଆଜି ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଭବାନୀପାଟଣା, ବରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲାରେ […]
