ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସସ୍ମିତ

ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସସ୍ମିତ ପାତ୍ର । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଲେ ।ଏଥିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଆଦିବାସୀ କଲ୍ୟାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସହ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ନାହାଁନ୍ତି। କି ଆଦିବାସୀ ଭାଇଭଉଣୀଙ୍କ ସହ ଏପରି ଅତ୍ୟାଚାର କାହିଁକି ହେଉଛି ଓ ଏହାକୁ କିପରି ଭାବରେ ରୋକା ଯାଇ ପାରିବ।ଗ୍ରାମସଭାରେ ବକ୍ସାଇଟ […]

ସଂସଦ ପରିସରରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି

ଭାରତୀୟ ରାଜନୀତିରେ ଆଜି ସକାଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପରସ୍ପରକୁ ‘ନମସ୍ତେ’ କରିବା ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଗାଡ଼ିରୁ ଓହ୍ଲାଇବା ପରେ ରାହୁଲଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା […]

ରିଜର୍ଭ ବ୍ୟାଙ୍କର ନୂଆ ପ୍ରସ୍ତାବ, ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ବିଳମ୍ବ ହେବ ଘଣ୍ଟାଏ

ଏଣିକି ୟୁପିଆଇରେ ୧୦ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ଘଣ୍ଟାଏ ବିଳମ୍ବ ହେବ।ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର ୟୁପିଆଇ କାରବାର ଉପରେ କଟକଣା ଲଗାଇବା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ‌ପେମେଣ୍ଟ୍‌ କରିବା ମାତ୍ରେ ପଠାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିଯିବ, କିନ୍ତୁ ତାହା ପାଇବାକୁ ଥିବା ବ୍ୟକ୍ତିଙ୍କ ଖାତାରେ ଜମା ହେବ ନାହିଁ। ତାହା ଅଲଗା ରହିବ। ଯଦି ପଠାଇଥିବା ବ୍ୟକ୍ତିଙ୍କୁ ଲାଗିବ ଯେ ସେ ଭୁଲରେ ଟଙ୍କା […]

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି:୧୩ରେ ଫିଟିବ ଭିତର ଭଣ୍ଡାର

ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ଆସନ୍ତା ୧୩ ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତିମଣତି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି।୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ପାଇଁ ବନ୍ଦ ରହିବ ଗଣତି […]

ରାଜଧାନୀରୁ ଆତଙ୍କୀ ଗିରଫ: ଉଠାଇ ନେଲା ଦିଲ୍ଲୀ ସ୍ପେଶାଲ୍‌ ବ୍ରାଞ୍ଚ

ରାଜଧାନୀରୁ ଜଣେ ଆତଙ୍କୀ ଗିରଫ । କ୍ୟାପିଟାଲ ଥାନା ଅଞ୍ଚଳରେ ୟୁନିଟ୍ 6 ରେ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିଛି I ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ତାକୁ ଉଠାଇଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ I ଦେଶ ବିରୋଧରେ ସୋସିଆଲ୍ ମିଡ଼ିଆରେ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ ।ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଉଠାଇ ନେଇଥିବା ସୂଚନା ମିଳିଛି । ଯୁବକ ଜଣକ ଘର କଟକରେ […]

ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମ ବିଚିତ୍ର ବିଶ୍ୱ’ ପାଠ୍ୟପୁସ୍ତକରେ ତ୍ରୁଟି

ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିଛି। ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମେ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ପୃଷ୍ଠା-୪ରେ ବ୍ରହ୍ମପୁରକୁ ଏକ ଜିଲା ଭାବେ ବର୍ଣ୍ଣନା କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲା ଅଧୀନରେ ବ୍ରହ୍ମପୁର ଏକ ପ୍ରମୁଖ ସହର ଏବଂ ମହାନଗର ନିଗମ ହୋଇଥିବାବେଳେ ପୁସ୍ତକରେ ଏହାକୁ ଜିଲା ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଶିକ୍ଷକ, ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।ଏଥିରେ ଉଲ୍ଲେଖ ହୋଇଛି, ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ […]

ଶାନ୍ତି ଆଲୋଚନା ପୂର୍ବରୁ ଇରାନକୁ ପୁଣି ଧମକାଇଲେ ଟ୍ରମ୍ପ

ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ଇରାନକୁ ଚେତାବନୀ। ଇରାନ ସହଯୋଗ କରୁ କି ନକରୁ, ହର୍ମୁଜ ଖୋଲିବ ଆମେରିକା।ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ବିଫଳ ହେଲେ ତେହରାନ ବିରୋଧରେ ଆହୁରି ବଡ ସାମରିକ ଅଭିଯାନ କରାଯିବ। ଏପରି କି ଇରାନ ବିରୋଧରେ ବଡ ଅଭିଯାନ ନିମନ୍ତେ ଆମେରିକା ତାର ଯୁଦ୍ଧଜାହାଜଗୁଡିକୁ ଭଲ ଭଲ ଯୁଦ୍ଧାସ୍ତ୍ର ଲୋଡ୍‌ କରିବା ଆରମ୍ଭ କରିଛି। ଏହି ଯୁଦ୍ଧ ଜାହାଜଗୁଡିକୁ […]

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଦାୟିତ୍ୱ ଗ୍ରହଣ କଲେ ବିଦ୍ୟାଧର ଶବର

ରାୟଗଡ ଜିଲ୍ଲା – ରାୟଗଡ ରାୟଗଡ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଅଧ୍ୟକ୍ଷ ଭାବେ ବିଦ୍ୟାଧର ଶବର ଓ ଉପାଧ୍ୟ7କ୍ଷ ଭାବେ ମଂଜୁଳା ମିଣିୟାକା ଙ୍କ ନାମକୁ ସରକାର ଘୋଷଣା କରିବା ପରେ ଆଜି ଶୁକ୍ରବାର ରେ , ହୋମ ପୂଜା ଅର୍ଚନା କରି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି କେ .ନାରାୟଣ ରାଓ ଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରି ନିଜ ଆସନ ଗ୍ରହଣ କରିଛନ୍ତି l ଶ୍ରୀଯୁକ୍ତଶ୍ରୀଯୁକ୍ତ […]

ଆଜି ବିଶ୍ବ ଛେନା ପୋଡ ଦିବସ

ଆଜି ବିଶ୍ବ ଛେନା ପୋଡ ଦିବସ । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ , ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି ।ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ […]

ଆଜିଠୁ କାଳବୈଶାଖୀ ସମ୍ଭାବନା ନାହିଁ । ଆଜିଠାରୁ ଗୁଳୁଗୁଳି ଆରମ୍ଭ

ଗୁଳୁଗୁଳିରେ ଆଜିଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ।୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ। ଉପକୂଳ ଓଡ଼ିଶାରେ ପାରଦ ୩୫-୩୭ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ତାରିଖ ବେଳକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉପକୂଳରେ ଆର୍ଦ୍ରତା ପରିମାଣ ପ୍ରାୟ ୭୫% ରହିବ। ତେଣୁ ଅସହ୍ୟ ଗୁଳୁଗୁଳି ହେବ। […]

ଚନ୍ଦ୍ର ପରିକ୍ରମା କରି ଫେରିଲେ ୪ ମହାକାଶଚାରୀ

ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।। ଆଜି ସକାଳ ପ୍ରାୟ ୫ଟା ୩୭ ମିନିଟରେ ମହାକାଶଚାରୀଙ୍କୁ ନେଇ ଆସିଥିବା କ୍ୟାପସୁଲ୍ ସମୁଦ୍ର ମଧ୍ୟରେ ସୁରକ୍ଷିତ ଭାବେ ଅବତରଣ କରିଛି ।ଓରିଅନ ମହାକାଶଯାନରେ ଥିବା କମାଣ୍ଡର ରିଡ ୱିଜମ୍ୟାନ, ପାଇଲଟ ଭିକ୍ଟର ଗ୍ଲୋଭର, ମିଶନ ବିଶେଷଜ୍ଞ କ୍ରିଷ୍ଟିନା କୋଚ (ନାସା) ଏବଂ ଜେରେମି ହାନସନ […]

୨୦୨୭ ଜାନୁଆରୀ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍୧୩ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା। ଟ୍ରିବ୍ୟୁନାଲ୍ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସମୟ ଦେଇଥିଲେ। କିନ୍ତୁ ଦୁଇ ରାଜ୍ୟର ଯୁଗ୍ମ ବୈଷୟିକ କମିଟି ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ରିପୋର୍ଟ ଦାଖଲ କରିପାରି ନାହାନ୍ତି । […]