ଗାଁ ମିଳିବ ସହରୀ ସୁବିଧା । ପଞ୍ଚାୟତକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ […]
ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ । ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ସେହିପରି ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ ଵୋଇଥିବା ବେଳେ ୩୫୪ ଗାଡ଼ି ଜବତ ହୋଇଛି । ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ […]
ଗିରଫ ହେବ ବିଦେଶୀ ଜାହାଜ । “ଏମଟି ୟୁନିଟ” କୁ ଗିରଫ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏକ ସାମୁଦ୍ରିକ ମାମଲାର ଶୁଣାଣି କରି ପାରାଦୀପରେ ଥିବା ବିଦେଶୀ ଜାହାଜ “ଏମଟି ୟୁନିଟ” କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୋଗ୍ଲାସି ଇନସୁ୍ୟରାନ୍ସ ଲିମିଟେଡ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ଆଡମିରାଲ ଜଜ୍ ଜଷ୍ଟିସ ଭି.ନରସିଂହ ଏହି ଆଦେଶ ଦେଇଛନ୍ତି ।”ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍’ ହାଇକୋର୍ଟଙ୍କ ଦ୍ୱାରସ୍ଥ […]
‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା| ଦୀର୍ଘ 15 ବର୍ଷ 2 ମାସ ଧରି ଜେଲରେ ରହି ମୁକୁଳିବା ପରେ ପ୍ରଥମ ବୟାନ ଦେଇଛନ୍ତି ଡୋନା କେଶବ ରାଓ ଓରଫ ଆଜାଦ୍ ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ଆଜାଦଙ୍କୁ ପ୍ରମାଣ ଅଭାବରୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । 15 ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ପରେ ଏହି ରାୟ ଆସିଛି । ସରକାରୀ ଦଲିଲରେ କୁହାଯାଇଛି ଯେ, ଆଜାଦ […]
ବୃଦ୍ଧ ବାପା-ମାଆଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଣ୍ଟସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ, ୨୦୦୭ ଅନୁଯାୟୀ, ଗଠିତ ଟ୍ରିବ୍ୟୁନାଲ୍ର ଅଧିକାର କେବଳ ବୃଦ୍ଧଙ୍କୁ ଭରଣପୋଷଣ ଦେବାରେ ସୀମିତ ନୁହେଁ। ଆବଶ୍ୟକ ହେଲେ, ବୃଦ୍ଧ ପିତାମାତାଙ୍କ ସୁରକ୍ଷା, ଭରଣପୋଷଣ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ପାଇଁ ସନ୍ତାନ କିମ୍ବା ଅନ୍ୟ ସମ୍ପର୍କୀୟଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ଟ୍ରିବ୍ୟୁନାଲ୍ ଆଦେଶ ଦେଇପାରିବ।ତେବେ ସବୁ ବିବାଦରେ […]
ବନ୍ଦେ ମାତରମ୍କୁ ନେଇ ରାଜନୈତିକ ବିବାଦ ଜାରି ରହିଛି। କଂଗ୍ରେସ ଦଳ ସ୍ପଷ୍ଟ କରିଛି ଯେ ଏହା ଭବିଷ୍ୟତରେ ସମସ୍ତ ଦଳୀୟ କାର୍ୟ୍ୟକ୍ରମରେ କେବଳ ପ୍ରଥମ ଦୁଇଟି ପଦ ଗାଇବ। ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ୟ୍ୟକାରିଣୀର ଚାରି ଘଣ୍ଟାର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶାସକ ଭାରତୀୟ ଜନତା ପାର୍ଟ କଂଗ୍ରେସର ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରି ଦଳ ତୁଷ୍ଟୀକରଣ ରାଜନୀତି କରୁଥିବା ଅଭିଯୋଗ କରିଛି।ଦଳର ନେତା ନୀତିନ ନବୀନ ମନ୍ତବ୍ୟ ଦେଇଛନ୍ତି ଯେ କଂଗ୍ରେସ […]
ରାଜପାଲ୍ ଯାଦବ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ହାସ୍ୟ ଅଭିନେତା । ସେ ହିନ୍ଦୀ ସିନେମାରେ ତାଙ୍କର ଅନନ୍ୟ ଅଭିନୟ ଏବଂ ହାସ୍ୟରସ ପାଇଁ ଖୁବ୍ ଲୋକପ୍ରିୟ । ଏବେ ସେ କିଛି ଆଇନଗତ ଓ ବ୍ୟକ୍ତିଗତ ମାମଲା (ଯେପରିକି ଚେକ୍ ବାଉନ୍ସ ସମସ୍ୟା) କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି |ନିକଟରେ ୫ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ତାଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ ସେ କଡ଼ା ଜବାବ ଦେଇଛନ୍ତି। […]
ଭାରତୀୟ ଖାଦ୍ୟରେ ଚିନିର ଗୁରୁତ୍ୱ ଅଧିକ। ସକାଳର ଚା’ଠାରୁ ଆରମ୍ଭ କରି ମିଠା, ପିଠାପଣା ଓ ବିଭିନ୍ନ ଖାଦ୍ୟରେ ଚିନିର ବ୍ୟବହାର ହୋଇଥାଏ । ତେବେ ଚିନିର ଦର ବୃଦ୍ଧି ଓ ଆଗାମୀ ପାର୍ବଣ ଋତୁରେ ଚାହିଦା ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଷ୍ଟକ୍ ନିୟମକୁ କଡ଼ା କରିଛନ୍ତି । ନୂଆ ନିୟମ ଅନୁଯାୟୀ, ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବସାୟ କରୁଥିବା ଡିଲରମାନେ ୧୫ ଦିନରୁ ଅଧିକ ଷ୍ଟକ୍ ରଖିପାରିବେ ନାହିଁ।ନୂଆ […]
ଇରାନକୁ ନେଇ ଆମେରିକାର ଚାପ ଆହୁରି ବଢ଼ିବାକୁ ଯାଉଛି । ଇରାନକୁ ଆର୍ଥିକ କିମ୍ବା ସାମଗ୍ରୀ ସହାୟତା କରୁଥିବା ଦେଶଗୁଡ଼ିକୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ, ଟ୍ରମ୍ପ ଘୋଷଣା କରିଛନ୍ତି ଯାହାକୁ ସେ ଯେକୌଣସି ଦେଶ ବିରୁଦ୍ଧରେ ନିଆଯାଇଥିବା ସବୁଠାରୁ ବଡ଼ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ଆର୍ଥିକ ଯୁଦ୍ଧ ଅଭୂତପୂର୍ବ ସ୍ତରରେ କରାଯିବ […]
୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ଆଜିର ଦିନରେ ‘ବିଶ୍ୱ ମଶା ଦିବସ’ ପାଳନ ହୋଇଆସୁଛି। ତେବେ ପଶ୍ଚିମ ଓଡ଼ିଶା ଚାଷପ୍ରବଣ ଅଞ୍ଚଳ । ଧାନ ଓ ଅନ୍ୟାନ୍ୟ ଫସଲ ଚାଷ ପାଇଁ ବିସ୍ତୃତ ଜମି ରହିଥିବା ବେଳେ ଅନେକ ଗାଁରେ […]
ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସଆଇଆର-ଆଇଏମଏମଟି ର ପୂର୍ବତନ ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ। ପ୍ରଭା ପବ୍ଲିକେଶନ ଦ୍ୱାରା ୨୦୨୪ ମସିହାରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ […]
ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଆଉ ଚଳିବନି ଅନଲାଇନ ଡ୍ରାଇଭରଙ୍କ ମନମାନି। ଓଡିଶା ଯାତ୍ରୀ ଆପକୁ ବ୍ୟାପକ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ନଗର ଉନ୍ନୟନ ବିଭାଗର ବଡ ନିଷ୍ପତ୍ତି। ପରିବହନ ବିଭାଗ ସହ ସମନ୍ଵୟ ରଖିବ ନଗର ଉନ୍ନୟନ ବିଭାଗ। ଯେଉଁଥିରେ ଯାତ୍ରୀମାନଙ୍କ ଅସୁବିଧା ହେବ ନାହିଁ। । ଲୋକଙ୍କୁ ସେବା ଯୋଗାଇବା ସହ ଡ୍ରାଇଭର ମାନେ କିପରି ଲାଭବାନ ହୋଇପାରିବେ ତାକୁ ଗୁରୁତ୍ଵ ଦିଆଯିବ। ସବୁ ସହରରେ ଓଡ଼ିଶା […]
